
କେନ୍ଦ୍ରାପଡ଼ା, ୧୨/୬ – ଓଡିଶାରେ ଭାରତୀୟ ଜନତା ପାର୍ଟିର ପ୍ରଥମ କରି ହୋଇଥିବା ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ନେତୃତ୍ୱରେ ପ୍ରଥମ ବର୍ଷ ପୂର୍ଣ୍ଣ ହୋଇଛି ଓ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୧୧ ବର୍ଷ ପୂରଣ କରିଛନ୍ତି । ଏହି ପରିପ୍ରେକ୍ଷିରେ ଗୁରୁବାର ଦିନ ପୂର୍ବାହ୍ନରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କେନ୍ଦ୍ରାପଡା ଉଦୟ ନଗର ସ୍ଥିତ ସଂସ୍କୃତି ଭବନ ଠାରେ “ସାମ୍ବାଦିକ ସମ୍ମିଳନୀ’ କାର୍ଯ୍ୟକ୍ରମ ରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସହିତ ସଫଳତା କହିଥିଲେ । ଏହି ସଫଳତା ମଧ୍ୟରେ ଏଗାର ବର୍ଷ ମଧ୍ୟରେ ମୋଦୀ ସରକାର କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆଦିବାସୀ ଜନଜାତି, ଭିନ୍ନକ୍ଷମ, ଗରିବ କୋକମାନଙ୍କର ଉନ୍ନତି, ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଅଯୋଗ୍ୟ ହିତାଧିକାରୀ ଚିହ୍ନଟ,୨୦୩୬ମସିହା ମଧ୍ୟରେ ଓଡିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପ୍ରଭୃତି ସମ୍ପର୍କରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ବିଜେପି ଜିଲ୍ଲା ସଭାପତି ଶସାଙ୍କ ଶେଖର ସେଠୀ, କିଲ୍ଲା ବିଜେପି ମେଡିଆ ସେଲର ନେହୁରୁ ସାହୁ, ଉପେନୀ ରାଉତ ପ୍ରମୁଖ ଉପସ୍ଥିତି ଥିଲେ ।
