ପଂଚାୟତିରାଜ ବ୍ୟବସ୍ଥା କ୍ଷେତ୍ରରେ ବିଜୁ ବାବୁଙ୍କ ଅତୁଳନୀୟ ଭୂମିକା

  •  ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ
  •  ପଂଚାୟତିରାଜ ଦିବସକୁ ବାତିଲ ବିରୋଧ
  • ଗୁରୁବାର ବାଇପାସ ଠାରେ ପ୍ରତିବାଦ ସଭା

blank
ପଟ୍ଟାମୁଣ୍ଡାଇ ୫/୩ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ବିଜେଡି କର୍ମୀ ଓ ନେତାମାନେ ଶୋଭାଯାତ୍ରାରେ ବାହାରି ବାଇପାସ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତି ପାଖରେ ପହଁଚିଥିଲେ। ସେଠାରେ ରାଜନଗର ବିଧାୟିକ ଧ୍ରୁବ ସାହୁଙ୍କ ସହ ଦଳୀୟ ନେତା ଓ କର୍ମୀ ଏକତ୍ରିତ ହୋଇ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରୁ ଫେରି ବିଧାୟକ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରିଥିଲା । ପରେ ବ୍ଲକ ସଭାପତି କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ସାହୁ, ପୌରଅଧ୍ୟକ୍ଷ ହେମନ୍ତ ସାହୁ, ବହୁ କଉନସିଲର, ସରପଂଚ, ସମିତିସଭ୍ୟାସଭ୍ୟ ଓ ବିଜେଡିର ସାଂଗଠନିକ ନେତୃ ମଣ୍ଡଳୀ ଉପସ୍ଥିତ ରହି ବିଜୁବାବୁଙ୍କ ସ୍ମୃତି ଚାରଣ କରି ତାଙ୍କୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ପଂଚାୟତିରାଜ ବ୍ୟବସ୍ଥାକୁ ଓଡ଼ିଶାରେ ସୁଦୃଢ଼ କରିବାରେ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ଓଡ଼ିଶାରେ ୧୯୯୩ ମସିହାରୁ ତାଙ୍କ ଜନ୍ମ ଦିବସକୁ ପଂଚାୟତିରାଜ ଦିବସ ଭାବେ ପାଳିତ ହୋଇ ଆସୁଥିଲା। ମାତ୍ର ରାଜ୍ୟର ଭାଜପା ଡବଲଇଂଜିନ ସରକାର ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖ ବିଜୁବାବୁଙ୍କ ଜନ୍ମଦିନରେ ପାଳିତ ହେଉଥିବା ପଂଚାୟତିରାଜ ଦିବସକୁ ବାତିଲ କରିବା ଅତ୍ୟନ୍ତ ହୀନ ମାନସିକତା ବୋଲି ବିଜେଡି ନେତୃମଣ୍ଡଳୀ କହି ରାଜ୍ୟର ଭାଜପା ସରକାରକୁ କଟୁ ସମାଲୋଚନା କରିଥିଲେ। ଏହି ପ୍ରସଙ୍ଗରେ ଆସନ୍ତା କାଲି ବିଜେଡି ପକ୍ଷରୁ ବାଇପାସ ଠାରେ ଏକ ପ୍ରତିବାଦ ସଭା ହେବାକୁ ସ୍ଥିର କରାଯାଇଥିବା ବେଳେ ଆଗାମୀ ଦିନରେ ଗାଁ ଗାାଁରୁ ବିଜୁପ୍ରେମୀ ଓ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଥିଲେ। ସେହିପରି ପଟ୍ଟାମୁଣ୍ଡାଇ ସ୍ୱାଭିମାନୀ ମଂଚ ପକ୍ଷରୁ ମଧ୍ୟ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ନୂଆ ଓଡ଼ିଶାର ବିଶ୍ୱକର୍ମା ଭାବେ ପରିଚିତ, ରାଜନୀତି, ଶିଳ୍ପ ବିପ୍ଳବ, ପଂଚାୟତିରାଜ ବ୍ୟବସ୍ଥା କ୍ଷେତ୍ରରେ ବିଜୁ ବାବୁଙ୍କ ଅତୁଳନୀୟ ଭୂମିକା ରହି ଆସିଛି। ତେଣୁ ଏହି ଯୁଗଜନ୍ମାଙ୍କ ସ୍ମୁତି ଆଜି ମଧ୍ୟ ଓଡିଶାବାସୀଙ୍କୁ ପ୍ରେରଣା ଦେଇ ଆସୁଛି ବୋଲି ଆଇନଜୀବୀ କ୍ଷୀରୋଦ ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂପାଦକ ଖବରଦାତା ପ୍ରବୀର ନାୟକ, ଉପସଭାପତି ରାମେଶ ଦେ, ରତ୍ନାକର ପ୍ରଧାନ, ସଂଜୟ ବର୍ମା, ସୌମ୍ୟରଂଜନ ଧଳ, ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Next Post

ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

Wed Mar 5 , 2025
କେନ୍ଦ୍ରାପଡ଼ା, ୫ା୩: ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ନିମନ୍ତେ ଏହି ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ପିଇବା ପାଣି ଟାଙ୍କିର ବ୍ୟବସ୍ଥା କରାଯିବା, ଗ୍ରାମ୍ୟ ଜଳ ଯୋଗାଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading