ତୁଳସୀକ୍ଷେତ୍ର ସ୍ନାନଯାତ୍ରା ମହୋତ୍ସବ ଓ ଭକ୍ତଦାସିଆ ସେବାଉତ୍ସବ ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା,୧୨ା୬: କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତ ଦାସିଆ ଡ୍ୟାନ୍ସ ଏକାଡେମୀ ଓ ଭକ୍ତ ଦାସିଆ ସେବା ମହାସଂଘର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ତୁଳସୀକ୍ଷେତ୍ର ସ୍ନାନଯାତ୍ରା ମହୋତ୍ସବ ଓ ଭକ୍ତଦାସିଆ ସେବା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସକାଳେ ମହାସଂଘ ପକ୍ଷରୁ ଭକ୍ତ ଦାସିଆଙ୍କ ସେବା ସିଦ୍ଧ ଶ୍ରୀବଳଦେବଜୀଉଙ୍କୁ ଅର୍ପଣ କରାଯାଇଥିଲା। ଏହି ପବିତ୍ର ମହୋତ୍ସବକୁ ଶ୍ରୀବଳଦେଜୀଉଙ୍କ ସେବକ ତଥା ଟ୍ରଷ୍ଟବୋର୍ଡ ସଭ୍ୟ ନୃସିଂହ ଚରଣ ପତ୍ରୀ ଉଦଘାଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ। ପ୍ରାରମ୍ଭରେ ଭକ୍ତ ଦାସିଆ ଡ୍ୟାନ୍ସ ଏକାଡେମୀର ଅଧ୍ୟକ୍ଷ ବସନ୍ତ କୁମାର ଦାସ ମହୋତ୍ସବର ଲକ୍ଷ୍ୟ ଓ ଉଦେଶ୍ୟ ଜ୍ଞାପନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମହସଂଘର ମୁଖ୍ୟ ପରାମର୍ଶଦାତା ଓ ଆବାହକ ଅଭୟ କୁମାର ଦାସ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ଶଶଧର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଶ୍ରୀବଳଦେଜୀଉଙ୍କ ସେବକ ଜନାର୍ଦ୍ଦନ ସୁଆର, ବିଶିଷ୍ଠ ସାମ୍ବାଦିକ ଚିତ୍ତ ରଞ୍ଜନ ଦାସ, ଶିକ୍ଷାବିତ୍ ନବ କିଶୋର ଦାସ, ଓଡିଶା ଭାଗବତ ଟୁଙ୍ଗୀ ପ୍ରଚାର ସମିତି ସଭାପତି ନଙ୍ଗୁଳି ବାବା ପ୍ରମୁଖ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଯୋଗଦେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ପ୍ରତିଭାମାନଙ୍କୁ ଭକ୍ତ ଦାସିଆ ସେବା ସମ୍ମାନ ଓ ତୁଳସୀକ୍ଷେତ୍ର ସମ୍ମାନରେ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ମହୋତ୍ସବର ନିର୍ଦ୍ଦେଶକ ନୀର୍ଝରିକା ଦାସ ଓ ପ୍ରଦୀପ କୁମାର ବିହାରୀଙ୍କ ପରିଚାଳନା ଓ ସୁଶାନ୍ତ କୁମାର ପରିଡ଼ା,ବିଜୟ କେତନ ସାହୁ, ନିରାକାର ମହାରଣା, ସୁଶାନ୍ତ କୁମାର ଦାସ, ସଉରି ଦାସ ପ୍ରମୁଖଙ୍କ ସହଯୋଗରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିବା ବେଳେ କବି ଓ କବୟତ୍ରୀମାନେ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ମୁର୍ଛନା ଭଜନ ମଞ୍ଚ ଓ ବାବା ତ୍ରିଲୋଚନ ଭଜନ ମଞ୍ଚର ଶିଳ୍ପୀମାନେ ସୁଲଳିତ କଣ୍ଠରେ ଭଜନ ପରିବେଷଣ କରିଥିଲେ।

Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ବିକାଶ ରଥ ଉଦଘାଟିତ

Thu Jun 12 , 2025
ପଟ୍ଟାମୁଣ୍ଡାଇ ୧୨/୬ -ରାଜ୍ୟ ବିଜେପି ସରକାରଙ୍କ ୧ବର୍ଷ ପୂର୍ତି ଉପଲକ୍ଷେ ସାରା ରାଜ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ସରକାରଙ୍କ ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନଟା ସୃଷ୍ଟି ପାଇଁ ବିକାଶ ରଥ ପରିକ୍ରମା ଆରମ୍ଭ ହୋଇଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ବିକାଶ ରଥ ଉଦଘାଟିତ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଅଶୋକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading