
କେନ୍ଦ୍ରାପଡ଼ା,୧୬ା୩ : ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ସାନ ଭାଇ ସର୍ବେଶ୍ୱର ବେହେରା(୪୬)ଙ୍କ ମୃତ୍ୟୁ ଘଟିଛି। ସେ ଗତ ଏକ ସପ୍ତାହ ତଳେ ନିଶ୍ଚିତ କୋଇଲି ଠାରେ ସର୍ବେଶ୍ୱର ଏକ ବାଇକରେ କେନ୍ଦ୍ରାପଡ଼ା ଫେରୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବୁଧବାର ସର୍ବେଶ୍ୱରଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ୬ନଂ ସ୍ଥିତ ଡାକ୍ତରଖାନାରେ ପଞ୍ଚନାମା କରାଯାଇଥିଲା । ତାଙ୍କ ମୃତଦେହ ଏକ ବିରାଟ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ାକୁ ଅଣାଯାଇଥିଲା। ବାଟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ଭାଇ ବିଧାୟକ ଗଣେଶ୍ୱର ବେହେରା, ବିଜେଡି ଜିଲା ସଭାପତି ଶିବପ୍ରସାଦ ଭଳ, ରାଜନଗର ବିଧାୟକ ଧ୍ରୁର୍ବ ସାହୁ, ଜିଲା ପରିଷଦ ସଭାପତି ଲିଲିତା ଦାସ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ନଗରପାଳ ସରିତା ସାହୁ, ସମାଜସେବୀ ରଞ୍ଜିତ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ହିରଣ୍ୟ ପଣ୍ଡା, ରାଜେଶ ପଣ୍ଡା, ରଞ୍ଜନ ବିଶ୍ୱାଳ, ସମ୍ବିତ ଶ୍ରୀ ଚନ୍ଦନ, ନାରାୟଣ ପରିଡା, ରାଜେଶ ମହାନ୍ତି, ପ୍ରଭାଶିଷ ପଣ୍ଡା, ପୀତବାସ ବେହେରା, ଯଯାତି ମହାନ୍ତି, ବିଜୟ ମଣ୍ଡଳ ପ୍ରମୁଖ, ମୋହନ ଆଚାର୍ଯ୍ୟ, ଉମେଶ ନାୟକ, ସୁକୁମାର ଚୌଧୁରୀ, ପ୍ରିୟଦର୍ଶିନୀ ତରାଇ, ଗିତା ସେଠୀ, ଚନ୍ଦନପୁର ସରପଞ୍ଚ ରମାକାନ୍ତ ମଲ୍ଲିକ, ନିରଞ୍ଜନ ବାରିକ, ଅଭୟ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଚୁଦକୁଲାଟ ସ୍ଥିତ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ପୁତ୍ର ଅବିନାଶ ବେହେରା ମୁଖ୍ୟାଗ୍ନି ଦେଇଥିଲେ।
