ଦାଦାବଟି ମାଗି ବିଫଳ ହେବାରୁ ବୃଦ୍ଧଙ୍କୁ ବୁଲେଟ୍ ଚେନ୍ ରେ ପିଟିଲେ ଦୁର୍ବୃତ୍ତ

blank
କେନ୍ଦ୍ରାପଡା ୭/୩ – ଦାଦାବଟି ମାଗି ବିଫଳ ହେବାରୁ ବୃଦ୍ଧଙ୍କୁ ବୁଲେଟ୍ ଚେନ୍ ରେ ପିଟିଲେ ଦୁର୍ବୃତ୍ତ । ଏହି ମାଡମରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣା ଘଟିଛି କେନ୍ଦ୍ରାପଡା ଛାଞ୍ଚୁଣିଆ ଗାଁର ବ୍ୟବସାୟୀ ଅନନ୍ତ ଚରଣ ପାତ୍ର । ଆକ୍ରମଣର ଶିକାର ହୋଇଥିବା ଅନନ୍ତ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ ସୁରକ୍ଷା ନମିଳିଲେ ଗାଁ ଛାଡି ପଳାଇବେ ବୋଲି କହିଛନ୍ତି ବ୍ୟବସାୟୀଙ୍କ ପରିବାର ।
ଅଭିଯୋଗ ଅନୁଯାୟୀ ଅନନ୍ତ ପାତ୍ର ଏବଂ ତାଙ୍କ ପୁଅ ଠାକୁରହାଟ ବଜାରରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି । ସ୍ଥାନୀୟ କିଛି ଅସାମାଜିକ ଯୁବକ ତାଙ୍କୁ ବିଭିନ୍ନ ସମୟରେ ଦାଦାବଟି ମାଗି ଆସୁଥିଲେ । ଅନନ୍ତ ପାତ୍ର ଏହାର ପ୍ରତିବାଦ କରିବାରୁ ସେହି ଅସାମାଜିକ ଯୁବକମାନେ ଦିନ ଦିପହରେ ବୁଲେଟ୍ ଚେନ୍ ରେ ପ୍ରଥମେ ତାଙ୍କ ଘର କବାଟ ଓ ଦୋକାନ ସଟର୍ କୁ ବାଡ଼େଇ ଥିଲେ । ଅନନ୍ତ ଘରୁ ବାହାରି ଆସି ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ଯୁବକ ଅନନ୍ତଙ୍କ କାନମୁଣ୍ଡରେ ବୁଲେଟ୍ ଚେନ୍ ରେ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଦାଦାବଟି ନେଇ ଅନନ୍ତ ପାତ୍ରଙ୍କ ପରିବାର ଉପରକୁ ଏଭଳି ଆକ୍ରମଣ ପ୍ରଥମ ନୁହଁ । ଏହା ଗତ ଡିସେମ୍ବର ୭ ତାରିଖ ରାତିରେ ମଧ୍ୟ ଏହାଠାରୁ ଭୟଙ୍କର ଆକ୍ରମଣ କରିଥିଲେ ଏହି ଗୋଷ୍ଠୀ । ଅନନ୍ତଙ୍କ ପୁଅ ଭାବଗ୍ରାହୀକୁ ବୋତଲରେ ମାଡମାରି ରକ୍ତାକ୍ତ କରି ଦେଇଥିଲେ । ଏହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଦୁର୍ବୃତ୍ତଙ୍କୁ ଡରି ଅନନ୍ତ ଏବ୍‌ଂ ତାଙ୍କ ପରିବାର ଘଟଣାର ଆପୋଷ ସମାଧାନ କରିବାକୁ ବାଧ୍ୟ ହୋଇଥିଲେ । ଏବେ ପୁଣିଥରେ ଆରମ୍ଭ ହୋଇଛି ସେହି ଅସାମାଜିକ ମାନଙ୍କ ଜୁଲମ୍ । ଦୁର୍ବୃତ୍ତମାନେ ବାରମ୍ବାର ଅନନ୍ତଙ୍କ ପରିବାର ର ମହିଳାଙ୍କୁ ଟାର୍ଗେଟ କରୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି । ଏଥିରେ ଅତିଷ୍ଠ ହୋଇ ଅନନ୍ତଙ୍କ ପରିବାର ଗାଁ ଛାଡି ପଳାଇବା ପାଇଁ କହିଲେଣି । ଅନ୍ୟପକ୍ଷରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ଆକ୍ରମଣକାରୀ । ଏ ନେଇ ଥାନାରେ ଅଭିଯୋଗ ହୋବା ପରେ ପୋଲିସ ଏ ପର୍ଯ୍ୟନ୍ତ କାହାରିକୁ ଧରି ପାରିନାହିଁ । ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ମାନଙ୍କର ନାନା ଅପରାଧିକ ରେକର୍ଡ ରହିଛି । ଏହାର ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ।

Next Post

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Fri Mar 7 , 2025
କେନ୍ଦ୍ରାପଡ଼ା,୭ା୩: ଜିଲ୍ଲା ପ୍ରଶାସନର ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ ଯେ ନାରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading