ପାନୀୟ ଜଳ ଯୋଗାଣ ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା

blank
କେନ୍ଦ୍ରାପଡା, ୧୮ /୩-: କେନ୍ଦ୍ରାପଡା୍ନ ଜିଲ୍ଲାରେ ଗ୍ରୀଷଋତୁ୍ ପୂର୍ବରୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛିି । ଏହି ବୈଠକରେ ମେଗା ପ୍ରକଳ୍ପ, ନଳକୂପ ମରାମତି ଏବଂ ପାଇପ୍ ପାଣି ଯୋଗାଣର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇ, ଅଚଳ ପ୍ରକଳ୍ପକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ ରଖିବା ଏବଂ ଜଳ ସଂକଟକୁ ସମୟୋପଯୁକ୍ତ ଭାବେ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୂର୍ବ ପ୍ରସ୍ତୁତି ଓ ରକ୍ଷାଣାବେକ୍ଷଣ କାର୍ଯ୍ୟ ଗ୍ରହଣ କରିବକୁ କହିଥିଲେ । ମହାକାଳପଡା ବ୍ଲକର କିଛି ପଂଚାୟତର ଜନସାଧାରଣ ଲୁଣିଆ ପାଣି ପ୍ରଭାବରେ ସୁରକ୍ଷିତ ପିଇବା ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଟ୍ୟୁବଓଏଲ ଓ ପାଇପ୍ ଜଳଯୋଗାଣ ସ୍ରୋତ ଲୁଣିଆ ପାଣିରେ ପ୍ରଭାବିତ ହୋଇଥିବାରୁ ସ୍ଥାନୀୟ ଲୋକମାନେ ପିଇବା ଓ ରନ୍ଧନ ପାଇଁ ସୁରକ୍ଷିତ ପାଣି ପାଇବାରେ ଅସୁବିଧା ଭୋଗୁଛନ୍ତି। ଏହି ପରିସ୍ଥିତିକୁ ନଜରରେ ରଖି ନଦୀର ପାଣିକୁ ପରିଶୋଧନ ପାଇଁ ୨ଟି ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ବ୍ୟବହାର କରାଯାଉଛି ।ପରିଶୋଧିତ ପାଣିକୁ ଗ୍ରାମଗୁଡ଼ିକରେ ପହଞ୍ଚାଇବା ପାଇଁ ୬ଟି ଟ୍ରାକ୍ଟର ଟ୍ୟାଙ୍କର ନିଯୁକ୍ତ କରାଯାଇଛି। ଏହା ଦ୍ୱାରା ପ୍ରାୟ ୧୬,୯୪୪ ଜଣ ଲୋକ ସିଧାସଳଖ ଉପକୃତ ହେଉଛନ୍ତି।ଏହା ସହିତ ଜିଲ୍ଲାର ସମସ୍ତ ହାଣ୍ଡପମ୍ପ, ଟ୍ୟୁବୱେଲ୍ ଏବଂ ପାଇପ୍ଡ୍ ଜଳଯୋଗାଣ ପିଡ୍ୱ୍‌ୁଏସ ଯୋଜନାଗୁଡ଼ିକୁ ମୋବାଇଲ୍ ଟିମ୍ ମାଧ୍ୟମରେ ଯାଞ୍ଚ ଓ ମରାମତି କରାଯାଇଛି। ଜିଲ୍ଲାର ୧୭,୮୦୭ଟି ଟ୍ୟୁବୱେଲ୍ ମଧ୍ୟରୁ ଆବଶ୍ୟକ ରକ୍ଷାଣାବେକ୍ଷଣ କାମ ସମାପ୍ତ କରାଯାଇଛି। ଏହା ସହ ୪୨୫ଟି ପିଡ୍ୱ୍‌ୁଏସ ,୬୫ଟି ସୋଲାର ପିଡ୍ୱ୍‌ୁଏସ ଓ ୧୮୭ଟି ସୋଲାର ଡୁଆଲ୍ ପମ୍ପ ୟୁନିଟ୍କୁ ଯାଞ୍ଚ କରି ଆବଶ୍ୟକ ମରାମତି କରାଯାଇଛି। ଜଳ ସଂକଟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ୧୭ଟି ନୂତନ ଟ୍ୟୁବୱେଲ୍ ସ୍ଥାପନ କରାଯାଇଥିବା ବେଳେ ଜିଲ୍ଲାରେ ମୋଟ ୩୦ଟି ଜଳ ସଂକଟ ପକେଟ୍ ଚିହ୍ନଟ ହୋଇଛି। ଜଳର ଗୁଣବତ୍ତା ଓ ପ୍ରାପ୍ତିତା ବୃଦ୍ଧି ପାଇଁ କେତେକ ଟ୍ୟୁବୱେଲ୍‌କୁ ଅଧିକ ଗଭୀର କରାଯାଇଛି। ଗ୍ରୀଷ୍ମ ଋତୁରେ ବୃଦ୍ଧି ପାଉଥିବା ଜଳ ଆବଶ୍ୟକତା ପୂରଣ ପାଇଁ ଜଳ ଟ୍ୟାଙ୍କର୍ ସେବାକୁ ମଧ୍ୟ ଶକ୍ତିଶାଳୀ କରାଯାଉଛି। ବର୍ତ୍ତମାନ ମହାକାଳପଡା ବ୍ଲକରେ ୭ଟି ଜଳ ଟ୍ୟାଙ୍କର୍ ସହ ୨ଟି ମୋବାଇଲ୍ ଟ୍ରିଟମେଣ୍ଟ ୟୁନିଟ୍ କାର୍ଯ୍ୟରତ ଅଛି। ଏହା ସହ ଜିଲ୍ଲାର ୯ଟି ବ୍ଲକରେ ୧୨ଟି ମୋବାଇଲ୍ ଟିମ୍ ନିଯୁକ୍ତ କରାଯାଇଛି। ଆବଶ୍ୟକତା ଅନୁଯାୟୀ ଆହୁରି ଟ୍ୟାଙ୍କର୍ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।ସମୀକ୍ଷା ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟର ଜଳ ସଂକଟ ସମସ୍ୟାର ସମାଧାନ ପାଇଁ ସମୟୋପଯୁକ୍ତ ପଦକ୍ଷେପ, ସଠିକ ନିରୀକ୍ଷଣ ଓ ତତ୍ପର କାର୍ଯ୍ୟାନୁଷ୍ଠାନ ଉପରେ ଜୋର ଦେଇଥିଲେ। ସେ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଗ୍ରୀଷ୍ମ ଋତୁରେ ପାଣି ସମସ୍ୟାର ଶୀଘ୍ର ସମାଧାନ ପାଇଁ ସଦା ସଚେତନ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

Next Post

ସଂଗ୍ରାମୀ ନେତା ଶ୍ରୀକାନ୍ତ ସାହୁ(ସୁକନ)ଙ୍କ ଶ୍ରଦ୍ଧାଞ୍ଜଳି ସଭା

Wed Mar 18 , 2026
ପଟ୍ଟାମୁଣ୍ଡାଇ ତା ୧୮/୩- ପଟ୍ଟାମୁଣ୍ଡାଇ ଅଂଚଳର ସଂଗ୍ରାମୀ ଦୁଃସାହସୀ ସାଲିସବିହୀନ ନେତା ଭାବେ ପରିଚିତ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀକାନ୍ତ ସାହୁ ( ସୁକନ)ଙ୍କ ଏକାଦଶାହ ଅବସରରେ ଜନ୍ମମାଟି ଅରଡ଼ପଲ୍ଲୀ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ରାଜ କୁମାର ସାହୁଙ୍କ ପୌରହିତ୍ୟ ଓ ନଳିନୀକାନ୍ତ ସ୍ୱାଇଁଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ଜିଲ୍ଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading