ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

blank
କେନ୍ଦ୍ରାପଡ଼ା,୧୮ା୩: ଦୁଇଦିବସୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଗରାପୁର ପ୍ରାଥମିକ ବିଦ୍ୟାଳୟରେ ସାଧନକର୍ମୀ ନିରୋଜ ନଳିନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଆରସି ବଳଦେବ ପ୍ରସାଦ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସେହିପରି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବି.ଇଓ ରଞ୍ଜନ କୁମାର ରାଉତରାୟ ଯୋଗ ଦେଇଥିବା ବେଳେ ବି.ଆର.ଟି ହିମାଂଶୁ ଶେଖର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିକ୍ଷାଦାନ ଶିକ୍ଷଣ କାର୍ଯ୍ୟକ୍ରମରେ ମାନସି ସିଂ, ଅତୁଲା ମୋନାଲିସା ରାଉତ, ପ୍ରଭାସିନୀ ପରିଡା, ଶୁଭସ୍ମିତା ସ୍ୱାଇଁ, କସ୍ତୁରୀ ମହାପାତ୍ର, ରଞ୍ଜନ କୁମାର ରଣା, ଏସ୍ କେ ରାଇସୁଦ୍ଦିନ୍‌, ଭୂମିସ୍ମିତା ମାଝି, ରଞ୍ଜନ କୁମାର ପ୍ରଧାନ, ସେହ୍ନଲତା ପରିଡା, ଶଶୀରେଖା ସାମଲ, ତାୟରା ଖାତୁନ, ୟାସ୍ମିନ୍ ସୁଲତାନା, ମନୱାର ଅଲି, ମନୀଷା ସିଂ ଆଦି ଶିକ୍ଷକ/ଶିକ୍ଷୟତ୍ରୀମାନେ ଯୋଗଦେଇ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାରେ ଯୋଗଦେଇ ଶିକ୍ଷା ନେଇଥିôଲେ । ଏତଦ୍ ବ୍ୟତୀତ ଏମ୍‌ଡି ଜଲାଲଉଦ୍ଦିନ୍ ଗରାପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ପ୍ରସ୍ତୁତ କରାଯାଇଥିବା ଶିକ୍ଷଣ ସାମଗ୍ରୀ ଗୁଡିକ ପିଲାମାନଙ୍କର ଶିକ୍ଷାଦାନ କାର୍ଯ୍ୟରେ ଲାଗିବ ବୋଲି ସାଧନକର୍ମୀ ନିରୋଜ ମହାନ୍ତି ସୂଚନା ଦେଇଥିଲେ । ଏହି ଶିକ୍ଷଣ ସାମଗ୍ରୀ ଗୁଡିକ ଉକ୍ତ ବିଦ୍ୟାଳୟରେ ସୁସଜ୍ଜିତ କରାଯାଇଥିଲା ।

Next Post

ପ୍ରସାଦ ଡାଲାମାରୁ ବାହରିଲା ମଲା ସାପ , ପ୍ରସାଦ ଖାଇ ଲୋକେ ଛାନିଆ : ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ଡାକ୍ତରଖାନାରେ ଭିଡ

Thu Mar 19 , 2026
ପଟ୍ଟାମୁଣ୍ଡାଇ ୧୮/୩ –ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଆୟୋଜିତ ଏକ ସପ୍ତା କାର୍ଯ୍ୟକ୍ରମରେ ଅଘଟଣ ଦେଖିବାକୁ ମିଳିଛି ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସ୍ତୁତ ପ୍ରସାଦ ହଣ୍ଡାରେ ସାପ ଦେଖିବାକୁ ମିଳିଥିଲା । ପ୍ରସାଦ ଡାଲମା ଖାଇଥିବା ଲୋକମାନେ ଭୟଭୀତ ହୋଇ ପଡ଼ିଥିବାବେଳେ ସାଧାରଣରେ ଆତଙ୍କ ଦେଖା ଦେଇଥିଲା ।ବିଷାକ୍ତ ସାପ ପଡ଼ିଥିବା ଡାଲମା ଖାଇଥିବା ଶତାଧିକ ଲୋକ ଭୟ ଭୀତ ହୋଇ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading