
ପଟ୍ଟାମୁଣ୍ଡାଇ ୧୨/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ତରଫରୁ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି । ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ଅପୂର୍ବା ଚୌଧୁରୀଙ୍କ ନିର୍ଦେଶରେ ଫ୍ରଣ୍ଟ ଅଫିସ ରିଟେନର କମ ରିମାଣ୍ଡ ଆଇନଜୀବି ଧୀରେନ୍ଦ୍ରନାଥ ସାହୁ ସଂଯୋଜନାରେ ଅନୁଷ୍ଠିତ ଶିଶୁ ଶ୍ରମିକ ନିରୋଧ ଆଇନକୁ ନେଇ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ବିଚାରପତି ତଥା ଜେଏମଏଫସି ବିଦୁତଲତା ପ୍ରଧାନ, ପଟ୍ଟାମୁଣ୍ଡାଇ ବ୍ଲକ ଶିଶୁ ମଣ୍ଡଳ ଅଧିକାରୀଣୀ ଲକ୍ଷ୍ମୀମଣୀ ସିଂ, ବରିଷ୍ଠ ଆଇନଜୀବୀ ତପନ କୁମାର ନନ୍ଦୀ, ପ୍ରଫୁଲ୍ଲ କୁମାର ଦାଶ, ଅଭିରାମ କୁଣ୍ଡ, ପ୍ରତାପ କୁମାର ପୃଷ୍ଟି ପ୍ରମୁଖ ଯୋଗ ଦେଇ ଯେଉଁ ବୟସରେ ମା’ର ପଣତ ତଳେ ପିଲାଟିଏ ଦିନ କାଟିବା କଥା ସେହି ବୟସରେ କଠିନ ପରିଶ୍ରକ କରୁଛି। କଅଁଳ ହାତରେ ଉଠାଏ ଅସହଣୀ ବୋଝ, ଯାହାଙ୍କୁ ସମସ୍ତେ କହନ୍ତି ଶିଶୁ ଶ୍ରମିକ। ଶିଶୁମାନଙ୍କୁ କାର୍ଯ୍ୟରେ ନଖଟାଇବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଓ ପ୍ରଶାସନ ପକ୍ଷରୁ ପରାମଶ ଦିଆଯାଉଛି। ବିଶ୍ୱସ୍ତରରେ ପିଲାମାନଙ୍କୁ ଶ୍ରମିକ ଭାବରେ ନଖଟାଇବାକୁ ଜନ ସଚେତନା ସୃଷ୍ଟି କରିବା ପାଇଁ ପାଳିତ ହେଉଛି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି ।ଶିଶୁଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଇବା ଏକ ଦଣ୍ଡନୀୟ ଅପରାଧ ଭାବେ ଆଇନ ମଧ୍ୟ ରହିଛି। ଏବେବି ସମାଜରେ କିଛି ଲୋଭଶକ୍ତି ଲୋକମାନେ ନିରୀହ ଶିଶୁମାନଙ୍କୁ ନିଜର କାମରେ ଲଗାଉଛନ୍ତି ଓ ଶୋଷଣ କରୁଛନ୍ତି । କେତେକ ବ୍ୟକ୍ତି ଏହା ଜାଣି ମଧ୍ୟ ଶିଶୁମାନଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ଲଗାଉଛନ୍ତି ତାଙ୍କ ଆଇନ ଅନୁଯାଇ କିକି ଦଣ୍ଡ ବିଧାନ ଅଛି ତାହା ଲୋକ ମାନଙ୍କୁ ସଚେତନ କରାଇଥିଲେ । ଏଥିନେଇ ଏକ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରାଯାଇଥିଲା । ଏହି ଶୋଭା ଯାତ୍ରାରେ ଲିଗାଲ ଏଡ଼ ର କର୍ମକର୍ତା ଅପର୍ଣ୍ଣା ସାମଲ , ମୋହନ ଦାଶ, ପିଏଲଭି ସଭ୍ୟ ଅମେରେନ୍ଦ୍ର ରାଉତ, ସୌମ୍ୟ ରଞ୍ଜନ ପଣ୍ଡା,ବବିତା ମଳିକ, ସୁବ୍ରତ ପଣ୍ଡା ପ୍ରମୁଖ ସମିଲ ହୋଇ ଶିଶୁ ଶ୍ରମିକ ନିରୋଧ ସପକ୍ଷରେ ସ୍ଲୋଗାନ ଦେଇଥିଲେ ।
