ରତ୍ନବେଦିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି ରଘୁନାଥ ବେଶ ଦର୍ଶନ ପାଇଁ ରଥଦାଣ୍ଡ ଜନସମୁଦ୍ର

blank
କେନ୍ଦ୍ରାପଡ଼ା,୮ା୭:ରଥାରୁଢ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦିରୁ ବାହାରିଥିବା ଶ୍ରୀବଳଦେବଜୀଉ ୯ ଦିନ ବ୍ୟାପୀ ଜନ୍ମବେଦିରେ ଲୀଳା ସାରିବା ପରେ ପୁନର୍ବାର ରତ୍ନବେଦିକୁ ଫେରିଛନ୍ତି। ରତ୍ନବେଦିକୁ ଫେରିବା ପୂର୍ବରୁ ମଙ୍ଗଳବାର ରଥ ଉପରେ ରଘୁନାଥ ବେଶ ହୋଇଥିଲା। ଏହି ବେଶ ଦେଖିବା ପାଇଁ ମଙ୍ଗଳବାର ରଥଦାଣ୍ଡ ଜନସମୁଦ୍ର ହୋଇଥିଲା। ମଙ୍ଗଳବାର ସକାଳୁ ରଥଦାଣ୍ଡରେ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ମଧ୍ୟାହ୍ଣ ୧୨ଟା ବେଳକୁ ରଥଦାଣ୍ଡ ଜନସମୁଦ୍ର ହୋଇଯାଇଥିଲା। ଏହା ପୂର୍ବରୁ ରଘୁନାଥ ବେଶ ସଂପନ୍ନ ହୋଇଥିଲା। ରୂପା ଖଚିତ ଅଳଙ୍କାର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପିନ୍ଧା ଯାଇଥିଲା। ଶ୍ରୀପୟର, ଶ୍ରୀଭୂଜ, ଶ୍ରୀକିରଟି, ଧନୁ, ତୀର, ହାର ଇତ୍ୟାଦି ରୂପାରେ ନିର୍ମିତ ହୋଇଥିଲା। ଏହି ରୂପା ଅଳଙ୍କାରକୁ ଶ୍ରୀଜୀଉମାନଙ୍କୁ ପିନ୍ଧା ଯାଇଥିଲା। ଫଳରେ ଚତୁର୍ଦ୍ଧାଭୂର୍ତ୍ତି ଏହି ବେଶରେ ବେଶ ଝଟକିଥିଲେ। ଏହି ସ୍ୱତନ୍ତ୍ର ଓ ମନଲୋଭା ବେଶ ଦର୍ଶନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ କୋଣ ଅନୁକୋଣ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲେ। ଏହି ବେଶ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ରହିଥିଲା। ଅପରାହ୍ଣ ୫ଟା ପରେ ବେଶ ଓଲାଗି ହୋଇଥିଲା। ପୁରୀ ସୁନା ବେଶରେ ଯେଉଁ ସବୁ ଅଳଙ୍କାର ବ୍ୟବହାର କରାଯାଏ ଠିକ ଅନୁରୂପ ଭାବେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ହୋଇଥିବା ରଘୁନାଥ ବେଶରେ ରୂପାରେ ତିଆରି ଅଳଙ୍କାରରେ ଠାକୁରମାନଙ୍କୁ ସଜିତ କରାଯାଇଥିଲା। କେନ୍ଦ୍ରାପଡ଼ାର ଜଣେ ଭକ୍ତ ୫୦ ଲକ୍ଷ୍ୟରୁ ଊର୍ଦ୍ଧ୍ୱ ବ୍ୟୟରେ ଏହି ରୂପା ଅଳଙ୍କାର ଦାନ କରିଛନ୍ତି। ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ଅଳଙ୍କାରରେ ଶ୍ରୀବଳଦେବଜୀଉଙ୍କ ସମେତ ଚକା ଆଖି ଶ୍ରୀଜଗନ୍ନାଥ ଓ ଦେବି ସୁଭଦ୍ରାଙ୍କୁ ସଜିତ କରାଯାଇଥିଲା। ଦାନ କରିଥିବା ଭକ୍ତ ଜଣକ ନିଜ ନାମ ଗୋପନ ରଖିବାକୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ସଂପୃକ୍ତ ଭକ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ରଘୁନାଥ ବେଶ ପରେ ରଥ ନିର୍ମାଣରେ ସଂପୃକ୍ତ ଥିବା ମହାରଣା ସେବକ, ଦରଜି ସେବକ, ଭୋଇ ସେବକ, କମାର ସେବକ ଓ ଅନ୍ୟାନ୍ୟ ୧୫୦ରୁ ଊର୍ଦ୍ଧ୍ୱ ସେବକଙ୍କ ମଥାରେ ସିରିପା ବନ୍ଧାଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ରଥ ଉପରେ ଅଧର ପଣା ନୀତି ହୋଇଥିଲା। ଅଧରପଣା ନୀତି ଶେଷ ହେବା ପରେ ପହଣ୍ଡି କରାଯାଇ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମନ୍ଦିରକୁ ବିଜେ କରାଯାଇଥିଲା। ମଙ୍ଗଳବାର ରଥ ଉପରେ ଜୟମଙ୍ଗଳା ଆଳତୀ, ନୀତି ସ୍ନାନ, ବଲ୍ଲବ ନୀତି, ଦ୍ୱିପହର ଧୂପ, ଉଠାଣି ଭୋଗ, ଆଳତୀ ଓ ସନ୍ଧ୍ୟା ଧୂପ ହୋଇଥିଲା। ରାତିରେ ଚତୁର୍ଦ୍ଧା ମୂର୍ତ୍ତି ମନ୍ଦିରରେ ପ୍ରବେଶ କରିବା ପରେ ରାତ୍ର ଧୂପ ଓ ପରେ ବଡ଼ ସିଂହାର ବେଶ ହୋଇ ପହଡ଼ ପଡିଥିଲା। ରଥରେ ରଘୁନାଥ ବେଶ ଦର୍ଶନ କରିବା ପାଇଁ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ବହୁ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଭିଡ଼ ଜମିଥିଲା। ଭକ୍ତମାନେ ଧାଡିରେ ଯାଇ ରଥ ଉପରେ ରଘୁନାଥ ବେଶ ଦର୍ଶନ କରିଥିଲେ। ଶାନ୍ତିଶୃଙ୍ଖଳାର ସହ ଭକ୍ତଙ୍କୁ ରଘୁନାଥ ବେଶ ଦର୍ଶନ କରିବାକୁ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ରଥଦାଣ୍ଡରେ ମୁତୟନ ହୋଇଥିଲେ। ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ଟାଉନ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ରଥଦାଣ୍ଡରେ ମୁତୟନ ରହି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପ୍ରତି ଧ୍ୟାନ ଦେଇଥିଲେ। ଫଳରେ ଶାନ୍ତି ଶୃଙ୍ଖଳାର ସହ ରଘୁନାଥ ବେଶକୁ ହଜାର ହଜାର ଭକ୍ତ ଦର୍ଶନ କରିଥିଲେ ବୋଲି ଶ୍ରୀବଳଦେବଜୀଉ ଟ୍ରଷ୍ଟ ବୋର୍ଡ ସଦସ୍ୟ ଧୀରେନ୍ ସାହୁ ସୂଚନା ଦେଇଛନ୍ତି। ଟ୍ରଷ୍ଟବୋର୍ଡ ସଭାପତି ଉପଜିଲାପାଳ ଅରୁଣ ନାୟକ, ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ସଦସ୍ୟ ହୃଷିକେଶ ରଥ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ଧୀରେନ୍ ସାହୁ, ମନ୍ଦିର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ରଥ ପରିଚାଳନା କମିଟି ସଦସ୍ୟ ଅରୋବିନ୍ଦ ସାହୁ ପ୍ରମୁଖ ରଥଦାଣ୍ଡରେ ଉପସ୍ଥିତ ରହି ଶୃଙ୍ଖଳିତ ଦର୍ଶନ ପରିଚାଳନାରେ ସହଯୋଗ କରିଥିଲେ।

Next Post

ଧଳା ଜହର ସହ ଚୋରା ମଦ ଜବତ ୬ କୋର୍ଟ ଚାଲାଣ

Tue Jul 8 , 2025
କେନ୍ଦ୍ରାପଡ଼ା,୦୮/୭: କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ରାଉନ ସୁଗାର ସହ ଚୋରା ମଦ ଜବତ କରାଯାଇ ୬ ଜଣଙ୍‌କୁ କୋର୍ଟ ଚାଲାଣ କରାଯାଇଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରୁ ବ୍ରାଉନ ସୁଗାର ସମେତ କେନ୍ଦ୍ରାପଡା ସଦର ଓ ମହାକାଳପଡାରୁ ବିପୁଳ ପରିମାଣର ଚୋରା ମଦ ଜବତ କରା ଯାଇଛି ବୋଲି ଅବକାରି ବିଭାଗ ପକ୍ଷରୁ ସୁଚନା ଦିଆଯଅଇଛି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading