ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳ ଅଫିସି ସମ୍ମୁଖରେ ଗଣଧାରଣା, ଆନ୍ଦୋଳନର ଆହ୍ୱାନ “ଗାଁକୁ ଚାଲ ‘

 

blank
କେନ୍ଦ୍ରାପଡା,୧୭/୦୩/- କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ। ଏହି ଦାବି ନେଇ ମଙ୍ଗଳବାର କେନ୍ଦ୍ରାପଡ଼ା ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଲିଖିତ ଦାବିପତ୍ରକୁ ଜିଲ୍ଲାପାଳ ରଘୁରାମ ଆର ଆୟାର ଙ୍ ଜରିଆରେ ପ୍ରଦାନ କରାଯାଇଛି । ଏହି ଐତିହାସିକ ଲଢେଇରେ ସାରା ଜିଲ୍ଲାର ଆବଳ ବୃଦ୍ଧ ବନିତା, ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନକୁ ଚଳେଇ ରଖୁବା ପାଇଁ ନିଷ୍ପତି ନିଆଯାଇଛିା

blank
ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ଖରାପ ହେଉଥିବା ବେଳେ ସାମାନ୍ୟ ରୋଗ ପାଇଁ କଟକ ବଡ଼ ଡାକ୍ତରଖାନାକୁ ଯିବାକୁ ପଡୁଛି। ତେଣୁ କେନ୍ଦ୍ରାପଡ଼ାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଧାରଣାକାରୀମାନେ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକ ତୁଳନାରେ ସବୁ କ୍ଷେତ୍ରରେ କେନ୍ଦ୍ରାପଡ଼ାର ବିକାଶ କାମ ପଛେଇ ଯାଇଛି। ବିଶେଷ କରି ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ସାଧାରଣ ରୋଗ ପାଇଁ ବି କଟକ ବଡ଼ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଛି। ରୋଗୀକୁ କେନ୍ଦ୍ରାପଡ଼ାରୁ କଟକ ନେବା ଭିତରେ ଅଧା ବାଟରେ କେତେ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଯାଉଛି। ଏହିପରି ଭାବେ ଜିଲ୍ଲାରେ ନାନାଦି ସମସ୍ୟା ରହିଛି। ୨୦୧୫ ମସିହା ଠାରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲାରେ ଆନ୍ଦୋଳନ ଆରମ୍ଭ ହେଇଛି। ସେବେଠାରୁ ସମସ୍ତ ବିରୋଧୀ ରାଜନୈତିକ ଦଳ, ଗଣସଙ୍ଗଠନ, ସାମାଳିକ ସଂଗଠନ, ବୁଦ୍ଧିଜୀବୀ ସମ୍ପ୍ରଦାୟ ନିଜସ୍ୱ ଭାବେ ଆନ୍ଦୋଳନ କରିଆସିଛନ୍ତି। ଏହା ମଧ୍ୟରେ ୩ ରୁ ୧୭ ମେଡିକାଲ କଲେଜ ରାଜ୍ୟରେ ଘୋଷଣା ହେଇଛି । ସରକାର ପରେ ସରକାର ବଦଳିଛି । କିନ୍ତୁ ରାଜନୌତିକ ପଶା ପାଲିରେ କେନ୍ଦ୍ରାପଡା ବଳି ପଡିଛି । ବର୍ଷ ବର୍ଷ ଧରି ଚାଲିଥିବା ଏହି ପ୍ରକ୍ରିୟାର କୌଣସି ପରିବର୍ତନ ହେଉନାହିଁ । ଅପରପକ୍ଷେ ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନର ତୀବ୍ରତାକୁ ଦେଖି ରାଜ୍ୟ ସରକାର ଗତ ବିଧାନସଭା ବଜେଟ ଅଧିବେଶନରେ କେନ୍ଦ୍ରାପଡାରେ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ।କିନ୍ତୁ ବଜେଟରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଟଙ୍କାଟିଏ ବ୍ୟୟ ବରାଦ କରିନାହାନ୍ତି।ଏହା ଧର୍ମକୁ ଆଖି ଠାର ସଦୃଶ। ତେଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇ କେନ୍ଦ୍ରାପଡ଼ାର ବିକାଶ କାର୍ଯ୍ୟକୁ ଆଗକୁ ନିଅନ୍ତୁ ବୋଲି କେନ୍ଦ୍ରାପଡ଼ା ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ଦାବି କରିଛି। ଯଦି ପୂର୍ବ ଭଳୀ କେନ୍ଦ୍ରାପଡାକୁ ପ୍ରତାରଣା କରାଯାଏ ତେବେ ଏହା ବିରୁଦ୍ଧରେ ଆନ୍ଦୋଳନ ମଞ୍ଚରୁ ଗାଁକୁ ଚାଲ ଆହ୍ୱାନ ଦିଆଯାଇଛି।

Next Post

୨୮ ମାର୍ଚ୍ଚରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଅଭିଯୋଗ ଶୁଣାଣି

Wed Mar 18 , 2026
କେନ୍ଦ୍ରାପଡା, ୧୮/୩: କେନ୍ଦ୍ରାପଡା ଜିଲାପ୍ରଶାସନ ସମ୍ମିଳନୀ କକ୍ଷରେ ଆସନ୍ତା ୨୮ତାରିଖରେ ଜିଲ୍ଲାର ବିଭିନ୍ନ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଶିକ୍ଷକ ସହ ଅଣଶିକ୍ଷକ କର୍ମଚାରୀମାନଙ୍କ ସେବାଜନିତ ଓ ପ୍ରାପ୍ୟ ଅଧିକାର ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏକ ବିଶେଷ ଅଭିଯୋଗ ଶୁଣାଣି ସଭା ଅନୁଷ୍ଠିତ ହେବ । ଏହା ଉକ୍ତ ଦିବସ ପୂର୍ବାହ୍ନ ସେଢେ ୧୦ ଟା ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ହେବ ।  […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading