ସ୍କୁଲଗାଡିରେ କ୍ଷମତାଠାରୁ ଅଧିକ ପିଲାଙ୍କୁ ନେବାଆଣିବା , ଓଲଟିଲା ସ୍କୁଲ ଭ୍ୟାନ

blank
ପଟ୍ଟାମୁଣ୍ଡାଇ ୧୮/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶଥାନା ଅଂଚଳର ଅମୃତମଣୋହି ଏକପବ୍ଲିକ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ ବୁଧବାର ପୂୂର୍ବାହ୍ନରେ ଅଣ୍ଢରା ପ୍ରାଣୀ ଚିକିତ୍ସାଳୟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ପିଲାମାନଙ୍କ ସମେତ ଡ୍ରାଇଭରଙ୍କୁ ଉଦ୍ଧାର କରି ଅଣ୍ଢରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେ ଗାଡିରେ ୧୩ରୁ ଊର୍ଦ୍ଧ୍ୱ ପିଲା ଥିବା ଜଣାଯାଇଛି। ପିଲାମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଡ୍ରାଇଭର ଓ ଜଣେ ଶିକ୍ଷୟତ୍ରୀଙ୍କ ଗୁରୁତର ଆଘତ ଲଗିଥିଲା । ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ପଠାଇଦିଆଯାଇ ଚିକିତ୍ସା କରାଯାଇଛି ବୋଲି ସ୍କୁଲ ମ୍ୟାନେଜର କହିଛନ୍ତି ।

blank
ପଟ୍ଟାମୁଣ୍ଡାଇ ଅଂଚଳରେ ବହୁ ସ୍କୁଲ ଭ୍ୟାନ ହେଉକି ଅଟୋ ବା ଟାଟା ଏସି ରେ କ୍ଷମତାଠାରୁ ଅଧିକ ପିଲାଙ୍କୁ ବୋଝେଇ କରି ବିପଜ୍ଜନକ ଭାବେ ନେବାଆଣିବା କରାଯାଉଛି । ଯାହା ସେମାନଙ୍କ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରୁଛି । ୯ଟି ସିଟ୍ ବିଶିଷ୍ଟ ଗାଡ଼ିରେ ୧୮ ଜଣରୁ ଅଧିକ ପିଲାଙ୍କୁ ଗୁଞ୍ଜି ପରିବହନ କରାଯାଉଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଛି । ଏପରି ଚରମ ବିଶୃଙ୍ଖଳା ପ୍ରତି ପ୍ରଶାସନିକ ନଜର ଅଭାବ ଓ ଅଭିଭାବକଙ୍କ ଅସଚେତନତା ଯୋଗୁଁ ଅନେକ ସମୟରେ ଅଘଟଣ ଘଟୁଛି ବୋଲି ଆଲୋଚନା ଯୋର ଧରିଛି । ସରକାର ବିଦ୍ୟାଳୟ ଛାତ୍ର ପରିବହନ ନୀତି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଲାଗୁ ହୋଇପାରିଲା ନାହିଁ । ଏଠାରେ ଥିବା ଘରୋଇ ବିଦ୍ୟାଳୟ ଗୁଡିକରେ ଛାତ୍ରୀଛାତ୍ରଙ୍କ ପରିବହନ ଉପରେ ନିଘା ନ ଥିବା ବେଳେ କୁନି କୁନି ପିଲାଙ୍କୁ ଅଟୋ, ଭ୍ୟାନ୍‌ରେ ଖୁନ୍ଦାଖୁନ୍ଦି କରି ବିପଜ୍ଜନକ ଅବସ୍ଥାରେ ସ୍କୁଲକୁ ନେବା ଆଣିବା କରାଯାଉଛି । ଫଳରେ ପିଲା ଅଣନିଃଶ୍ୱାସୀ ହେବା ଭଳି ସ୍ଥିତି ଉପୁଜୁ ଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନଥିବା ବେଳେ ଯାଂଚ କରିବାକୁ କେହି ନାହାଁନ୍ତି । ସ୍କୁଲବସ୍ ଗୁଡିକର ଅଗ୍ନି ନିରାପତା ସରଞ୍ଜାମ ନାହିଁ । କେତେକ ସ୍କୁଲରେ ପରିବହନ ପାଇଁ କୌଣସି ସୁବିଧା ନଥିବା ବେଳେ ଛୋଟ ଭ୍ୟାନ୍‌, ଟେମ୍ପୁ, ଅଟୋରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ପରିବହନ କରାଯାଉଛି । ଅଟୋରେ ୫ ଜଣ ଓ ଟାଟା ଏସିରେ ୮ ଜଣ ବସିବା ନିୟମ ଥିବା ବେଳେ ଗାଡି ଚାଳକ ୧୦ /୧୫ଓ ୧୮/୨୦ ଭଳି ବୁହାଉଛନ୍ତି। ହେଲେ ଏସବୁର ତଦାରଖ ସେପରି ହେଉନାହିଁ । ଯଦି ହୋଇଥାନ୍ତା ତେବେ ବୁଧୁବାର ଏପରି ଦୃର୍ଘଟଣା ଘଟିନଥାନ୍ତା ବୋଲି ଅଭିଭାବକ ମାନେ କହିଛନ୍ତି । ଏବାବଦରେ ଆରଟିଓ ଲୋକନାଥ ମେହେରଙ୍କୁ ଯୋଗାଯୋଗ କରିବାରୁ ସରକାରୀ ହେଉ କି ବେସରକାରୀ ସ୍କୁଲରେ ଯାଂଚ କରାଯିବା ସହିତ ଚେତାବନୀ ଦିଆଯାଉଛି । ଯେଉଁ ମାନେ ମାନୁନାହାଁନ୍ତି କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଥିଲେ ।

Next Post

ଦୁର୍ଘଟଣାରେ କେନ୍ଦ୍ରାପଡା ବିଧାୟକଙ୍କ ଭାଇ ମୃତ

Wed Mar 18 , 2026
କେନ୍ଦ୍ରାପଡ଼ା,୧୬ା୩ : ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ସାନ ଭାଇ ସର୍ବେଶ୍ୱର ବେହେରା(୪୬)ଙ୍କ ମୃତ୍ୟୁ ଘଟିଛି। ସେ ଗତ ଏକ ସପ୍ତାହ ତଳେ ନିଶ୍ଚିତ କୋଇଲି ଠାରେ ସର୍ବେଶ୍ୱର ଏକ ବାଇକରେ କେନ୍ଦ୍ରାପଡ଼ା ଫେରୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବୁଧବାର ସର୍ବେଶ୍ୱରଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ୬ନଂ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading