ଆକ୍ସନ ମୋଡରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ , ବାଲି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ : ବିରତ ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

blank

କେନ୍ଦ୍ରାପଡ଼ା, ୧୦ା୩: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଘୁ ଖଣିଜ ପଦାର୍ଥ ଓ ବାଲିର ଅବୈଧ ଉଠାଣ ଓ ଚୋରା ଚାଲାଣ ଏବଂ ଅବୈଧ ଇଟା ଭାଟିର ନିର୍ମାଣକୁ ରୋକିବା ପାଇଁ ଉପ ଜିଲ୍ଲାପାଳ, ତହସିଲଦାର ଏବଂ ଆଇଆଇସିଙ୍କୁ ନେଇ ସାତ ଗୋଟି ଏନଫୋର୍ସମେନ୍ଟ ଟିମ ଗଠନ କରାଯାଇଥିଲା। କେନ୍ଦ୍ରାପଡ଼ାରେ ଅବସ୍ଥାପିତ ଖଣି ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଭିନ୍ନ ନଦୀରୁ ଅବୈଧ ବାଲି ଉଠାଣ ଓ ଚୋରା ଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏନଫୋର୍ସମେନ୍ଟ ଟିମ ଦ୍ୱାରା ୨୦ ଗୋଟି କେସ ରୁଜୁ କରାଯାଇ ସେଥିରେ ବ୍ୟବହୃତ ୨୭ ଗୋଟି ଗାଡ଼ିକୁ ଜବତ କରାଯାଇଛି। ୧୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଏବଂ ମହାକାଳପଡ଼ା ତହସିଲ ଅନ୍ତର୍ଗତ ୨୩ ଗୋଟି ଇଟାଭାଟି ଏବଂ ଆଳି ଓ ମାର୍ଶାଘାଇ ତହସିଲ ଅନ୍ତର୍ଗତ ୨ ଗୋଟି ବାଲି ଖାଦାନ ଉପରେ ଚଢାଉ କରାଯାଇ ୩ ଗୋଟି ହାଇୱା, ୨ ଗୋଟି ଟ୍ରାକ୍ଟର, ଗୋଟିଏ ପ୍ରୋକ୍ଲିନ୍‌, ଗୋଟିଏ ସକ୍ସନ୍ ମେସିନ୍ ଜବତ କରାଯାଇଛି। ଆଜି ପର୍ଯ୍ୟନ୍ତ ସମୁଦାୟ ୫ ଲକ୍ଷ ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି। ଚୋରା ଚାଲାଣ କାର୍ଯ୍ୟରୁ ବିରତ ନ ହେଲେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଚେତାବନୀ ଦେଇଛନ୍ତି। ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ କରିବେ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି।

Next Post

ଜୋର ଧରିଲା ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ଘୋଷଣା ଦାବୀ

Mon Mar 10 , 2025
ବରିଷ୍ଠ ନାଗରିକ ମଞ୍ଚ ଆହ୍ୱାନ  ପଟ୍ଟାମୁଣ୍ଡାଇ ୧୦.୩ – ସମଗ୍ର କେନ୍ଦ୍ରାପଡା ଜିଲ୍ଲା ମଧ୍ୟରେ ସର୍ବ ବୃହତ ବ୍ଲକ ପଟ୍ଟାମୁଣ୍ଡାଇ ହୋଇଥିବା ବେଳେ ଏଥିରେ ୩୧ ଟି ପଂଚାୟତ ସହିତ ୨୦ ଓାଡକୁ ନେଇ ଏକ ପୌରପରିଷଦ ରହିଅଛିା ଅନ୍ୟ ବ୍ଲକ ତୁଳାନାରେ ଏହାର ଜନସଂଖ୍ୟ ଡେର ଅଧିକ । ୨୦୦୯ ପୂର୍ବରୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ୱତନ୍ତ୍ର ପରିଚିତି ଲାଭ କରିଥିଲା। ମାତ୍ର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading