
ପଟ୍ଟାମୁଣ୍ଡାଇ ତା ୧୮/୩- ପଟ୍ଟାମୁଣ୍ଡାଇ ଅଂଚଳର ସଂଗ୍ରାମୀ ଦୁଃସାହସୀ ସାଲିସବିହୀନ ନେତା ଭାବେ ପରିଚିତ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀକାନ୍ତ ସାହୁ ( ସୁକନ)ଙ୍କ ଏକାଦଶାହ ଅବସରରେ ଜନ୍ମମାଟି ଅରଡ଼ପଲ୍ଲୀ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ରାଜ କୁମାର ସାହୁଙ୍କ ପୌରହିତ୍ୟ ଓ ନଳିନୀକାନ୍ତ ସ୍ୱାଇଁଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠୀ ମହାବୀର ଗ୍ରୁପ ଅଧକ୍ଷ ଗନ୍ଧର୍ବ ନାୟକ,ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୂର୍ବତନ ବ୍ଲକ ଅଧକ୍ଷ ନିଶିକାନ୍ତ ପ୍ରଧାନ,ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ଅରଡ଼ପଲ୍ଲୀ ସରପଞ୍ଚ ବୁଦ୍ଧିରାମ ବେହେରା, ଯୁବ ନେତା ଦେବାଶିଷ ପାତ୍ର, ବିଜେପି ନେତା ସୁନାକାର ବେହେରା ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧକ୍ଷ ଦେବବ୍ରତ ପ୍ରଧାନ, ରାଜ୍ୟ ବିଜେଡି ସମ୍ପାଦକ ରାଜେଶ ପଣ୍ଡା, ବରିଷ୍ଠ ନେତା ଯଦୁମଣି ଦାସ ଓ ସନ୍ତୋଷ ମହାନ୍ତି ସରପଞ୍ଚ ନିରାକାର ନାୟକ, ସମିତି ସଭ୍ୟ ନିରଞ୍ଜନ ବାରିକ,ଯୁବନେତା ମିଟୁ ମନୋଜ ନାୟକ, ସାମ୍ବାଦିକ ଅକ୍ଷୟ ସାହୁ ଓ ଅନିଲ ଚୌଧୁରୀ ଶିକ୍ଷାବିତ ବିଜୟ ଜେନା,ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପରିଚାଳକ ଅଶୋକ ରାଉତ, ଦିଲ୍ଲୀପ ଜେନା, ଜ୍ୟୋତି ପ୍ରକାଶ ପ୍ରଧାନ,ଦଶରଥ ମଲିକ ଅଜାମ୍ବର ପ୍ରଧାନ,ଟୂବୁଲି ଚୌଧୁରୀ, ପ୍ରମୋଦ ଗାହାଣ, ସ୍ବପ୍ନ ରଞ୍ଜନ ବେହେରା, ସୁଶୀଲ ପରିଡା ପ୍ରକାଶ ଦାସ ଅନ୍ତର୍ଯ୍ୟାମୀ ମଲିକ, ରବି ବିଶ୍ୱାଳ, ଗିରିଜାଶଙ୍କର ସାମଲ ସମୀର ପାତ୍ର, ବନମାଳୀ ଲେଙ୍କା, ପ୍ରଭାତ ସେଠୀ, ନିର୍ମଳ ଶତପଥୀ ମାଗୁଣି ନାୟକ, ଚନ୍ଦ୍ରଶେଖର ରାଉତ,କୁଳମଣି ମଲିକ, ନିରଞ୍ଜନ ସୁନ୍ଦରରାୟ, ରଂଜିତ ମଲ୍ଲିକ, ସରୋଜ ଦାସ, ପ୍ରମିଳା ସାହୁ, ନଳିନୀ ପାଣିଗ୍ରାହୀ ପ୍ରମୁଖ ଭାଷଣ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ପଟ୍ଟାମୁଣ୍ଡାଇ ଅଂଚଳର ବିକାଶ ପାଇଁ ଦିବଂଗତ ଶ୍ରୀକାନ୍ତ ସାହୁ (ସୁକନ ) ଜୀବନ ବ୍ୟାପି ସଂଗ୍ରାମ କରିଥିଲେ ବୋଲି ପ୍ରକାଶ କରିବା ସହିତ ତାଙ୍କ ଅବଦାନ ଚୀରକାଳ ଅବିସ୍ମରଣୀୟ ହୋଇରହିବ ବୋଲି ମତପ୍ରକାଶ କରି ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ରମାକାନ୍ତ ସାହୁ ଧନ୍ୟବାଦ ଦେଇଥିଲେ। ଗୀତିକବି ସୁଶାନ୍ତ ପାଣିଙ୍କ ନିର୍ଦେଶନାରେ ଗଡ଼ମେକର କଳାକାରମାନେ ଭଜନ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ରାଧାକାନ୍ତ ସାହୁ ଶ୍ରୀନିବାସ ସାହୁ ସ୍ଵାଗତିକା ସାହୁ ମୁକେଶ ସାହୁ ପାୟଲ ପ୍ରିୟା ପ୍ରିୟଦର୍ଶନୀ ସାହୁ ଆୟୁଷ ସାହୁ ପରିଚାଳନା କରିଥିଲେ ।
