ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଘଟଣା, ମୃତାହତ ପାଇଁ ଜନଶକ୍ତି ପାର୍ଟି ମହମବତୀ ଶୋଭାଯାତ୍ରା

blank
ପଟ୍ଟାମୁଣ୍ଡାଇ ୨୪/୪ – ସମ୍ପ୍ରତି ଜାମ୍ମୁ କାଶ୍ମୀର ପହଲଗ୍ରାମ ଠାରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣ ଘଟଣା ପୋଲିସ ସୁରକ୍ଷା ବାହିନୀ ସମେତ ବହୁ ଲୋକ ମୃତାହତ ହୋଇଛନ୍ତି । ସେମାନଙ୍କ ଆତ୍ମାର ସଦଗତି ପାଇଁ ଜନଶକ୍ତି ପାର୍ଟି ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯିବା ସହିତ ମୃତାହତ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପାର୍ଟି ପକ୍ଷରୁ ଦାବୀ କରାଯାଇଛି । ଏଥି ସହିତ ଆତଙ୍କବାଦୀ ଆକ୍ରମଣର କଡା ଜବାବ ଦେବାକୁ ମଧ୍ୟ ଦାବୀ କରାଯାଇଛି । ଏହି ମହମବତୀ ଶୋଭାଯାତ୍ରାରେ ରାଜ୍ୟ ଜନଶକ୍ତି ପାର୍ଟି ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ,ଆଡ଼ଭୋକେଟ ସୁଧୀର ଦାଶ, ରାଜନଗର ଆବାହକ ଅଶୋକ ରାଉତ ସଂଖ୍ୟାଲଘୁ ସେଲ ରାଜ୍ୟ ସଭାପତି ସେକ ଅମିରୁଦ୍ଦିନ, ମହାଦେବ ସେନା ରାଜ୍ୟ ଅଧକ୍ଷ ଧନେଶ୍ୱର ଦାସ,ଇଂ ସମରେନ୍ଦ୍ର ଜେନା ଗୌତମ ବେହେରା, ସୀତାକାନ୍ତ ମଲିକ କାର୍ତିକ ସ୍ୱାଇଁ, ସୁବାଷ ସାହୁ, ହନୁମନ୍ତ ବେହେରା, ମହେଶ୍ୱର ବେହେରା ଧନେଶ୍ୱର ବେହେରା ନାରାୟଣ ମଲିକ,ସୁକାନ୍ତ ବେହେରା ସୁଶାନ୍ତ ବେହେରା, ସୁଶାନ୍ତ ମଲିକ ପ୍ରମୁଖ ସାମିଲ ହୋଇଥିଲେ ।

Next Post

ବିଜେପି ସରକାର ଲୋକମାନଙ୍କର ଓ ଆଜିର ସରକାରରେ ଲୋକମାନେ ମାଲିକ

Thu Apr 24 , 2025
ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ଜିଲ୍ଲାସ୍ତରୀୟ ସମାରୋହ କେନ୍ଦ୍ରାପଡା ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ଗୁରୁବାର ପାଳିତ ହୋଇଯାଇଛି। ଜିଲା ପ୍ରଶାସନ ତରଫରୁ ଆୟୋଜିତ ସମାରୋହ ପ୍ରାରମ୍ଭରେ ଜମ୍ମୁ କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ୨୬ଜଣଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କେନ୍ଦ୍ରାପଡ଼ା ଜିଲ୍ଲାର ସଦର ମହକୁମା ଓ ଆଠଟି ବ୍ଲକ ପରିସରରେ ଆୟୋଜନ ହୋଇଥିଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading