ତୁଳସୀକ୍ଷେତ୍ରରେ ନେତ୍ରଉତ୍ସବ ନୀତି ପାଳନ ,ନବ ଯୈାବନ ରୂପରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀବଳଦେବଜୀଉ

blank

କେନ୍ଦ୍ରାପଡ଼ା,୧୪ା୭:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ଆଜି ହଜାର ହଜାର ଭକ୍ତଙ୍କୁ ନବ ଯୌବନ ରୂପରେ ଦର୍ଶନ ଦେଇଛନ୍ତି। ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଶ୍ରୀଜୀଉ ଜ୍ୱରରେ ପୀଡ଼ିତ ହେବା ସହ ପନ୍ଦରଦିନ ଅଣସର ଘରେ ରହିଥିଲେ। ସେଠାରେ ଶ୍ରୀଜୀଉମାନଙ୍କୁ ସେବକଙ୍କ ଦ୍ୱାରା ଗୁପ୍ତ ସେବା କରାଯାଇଥିଲା। ଯାହା ଫଳରେ ଭକ୍ତ ମାନଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବାରଣ ଥିଲା। ଆଜି ପବିତ୍ର ନେତ୍ର ଉତ୍ସବ ଥିବାରୁ ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରି କୃପାଲାଭ କରିଥିଲେ। ଆଜି ପ୍ରତ୍ୟୁଷରୁ ଶ୍ରୀଜୀଉଙ୍କ ଦ୍ୱାର ଉନ୍ମୁକ୍ତ କରାଯାଇ ନେତ୍ର ଦାନ ନୀତି ସମ୍ପନ୍ନ କରାଯାଇଥିଲା। ପରେ ଜୟ ମଙ୍ଗଳା ଆଳତି, ନୀତି ନ୍ୟାସ, ହୋମ, ବଲ୍ଲଭ, ମଙ୍ଗଳାର୍ପଣ କରାଯାଇ ସୁଆର ସେବକ ହୋମକୁଣ୍ଡରୁ ଅଗ୍ନି ନେଇ ରୋଷ ଘରେ ସଂଯୋଗ କରି ଭୋଗ ପ୍ରସ୍ତୁତ କରି ସକାଳ ଧୂପ ସମ୍ପନ୍ନ କରିଥିଲେ। ପରେ ଦ୍ୱିପହର ଧୂପ, ସନ୍ଧ୍ୟାରେ ଆଳତି ଓ ରାତ୍ର ଧୂପ ଲାଗିହେବା ପରେ ବଡ଼ସିଂହାର ନୀତି ହୋଇ ରାତ୍ର ଏଗାର ଟାରେ ପହୁଡ଼ ପଡ଼ିଥିବା ଶ୍ରୀଜୀଉଙ୍କ ମନ୍ଦିର ଦେବୋତ୍ତର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ଠାରୁ ସୂଚନା ମିଳିଛି।

Leave a Reply

Next Post

ଆନ୍ଧ୍ରରେ କୋଭିଡ୍ ସଂକ୍ରମଣ, ପଟ୍ଟାମୁଣ୍ଡାଇକୁ ଘାରିଲା ଭୟ

Tue Jul 14 , 2026
ଖତ ଖାଉଛି ଲକ୍ଷାଧିକ ଟଙ୍କାର ଟିଏମସି ସାମଗ୍ରୀ ପଟ୍ଟମୁଣ୍ଡାଇ ଅଂଚଳର ବହୁ ପ୍ରବାସୀ ଆନ୍ଧ୍ରରେ କାର୍ଯ୍ୟରତ ଦୈନିକ ବସ ଯୋଗେ ଲାଗିଛି ଯିବା ଆସିବା ପଟ୍ଟାମୁଣ୍ଡାଇ ୧୪/୭ -କକିଛିବର୍ଷର ବ୍ୟବଧାନ ପରେ ପୁଣି କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଛି । ଯାହା ଦ୍ୱାରା ଆନ୍ଧ୍ରରେ ୨ଜଣଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ରାପଡା ଜିଲାରେ ଚିନ୍ତା ବଢ଼ିଛି। ବିଶେଷ କରି ପଟ୍ଟମୁଣ୍ଡାଇ ଅଂଚଳର ହଜାର ହଜାର ପ୍ରବାସୀ ଶ୍ରମିକ ଏବେ ଆନ୍ଧ୍ରପ୍ରଦେଶରେ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading