ନାବାଳିକାକୁ ଦୁଷ୍କମ ମାମଲା, ଫେରାର ଆସାମୀ ଗିରଫ

blank
ପଟ୍ଟାମୁଣ୍ଡାଇ ୫/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଫେରାର ଥିବା ଆସାମୀକୁ ବୁଧବାର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଜଣଙ୍କ ହେଉଛନ୍ତି ପିତାମ୍ବର ମଲିକ (୫୨ )। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଗତ ୨୦୨୪ ଜାନୁଆରି ୩୦ରେ ନାବାଳିିକା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପୋଲିସ କେସ ନଂ ୩୭/୨୦୨୪ ରୁଜୁ କରି ତଦନ୍ତ ଚଳାଇଥିଲା । ମାତ୍ର ଅଭିଯୁକ୍ତ ଫେରାରଥିଲା । ପଟ୍ଟାମୁଣ୍ଡାଇ  ଆଦର୍ଶ ଥାନା ପୋଲିସ ବୁଧବାର ବିଶେଷ ସୂତ୍ରରୁ ଖବର ପାଇ ଚଢାଉକରି ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଆଜି ତାଙ୍କୁ କୋର୍ଟ ଚାଲାଣ କରିଥିବା ଆଇଆଇସି ବନ୍ଦନା ପାତ୍ର କହିଛନ୍ତି ।

Next Post

ଜଣେ ମୋଟର ସାଇକେଲ ଲୁଟେରା ଗିରଫ ,୨ ଚୋରି ବାଇକ ଜବତ

Wed Mar 5 , 2025
ପଟ୍ଟାମୁଣ୍ଡାଇ ୫/୩ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବୁଧବାର ଜଣେ ମୋଟର ସାଇକେଲ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରା ଜଣକ ହେଲା କେନ୍ଦ୍ରାପଡା ସଦର ଥାନା ଜାଗୁଳାଇପଡା ଅଂଚଳର ଦିପକ ସେଠୀ (୨୨)। ପୋଲିସ ୨ଟି ମୋଟର ସାଇକେଲ ଜବତ କରିଛି। ସୂଚନା ଅନୁସାରେ ଗତ ୨୧ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଗ୍ରାମର ସୁଶାନ୍ତ ଦାଶ ପଟ୍ଟାମୁଣ୍ଡାଇ କୋର୍ଟ କାମସାରି ଘରକୁ ଯିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading