ଡାକ୍ତରଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ

blank
କେନ୍ଦ୍ରାପଡ଼ା,୨ା୭: କେନ୍ଦ୍ରାପଡ଼ା ଜିଲ୍ଲାର ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଡାକ୍ତରମାନେ ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଲରେ ବସି ଆନ୍ଦୋଳନ କରିବା ପରିବର୍ତ୍ତେ ଖଡିଅଙ୍ଗସ୍ଥିତ ପୁରୁଣା ମେଡିକାଲର ଏକ ହଲ ଭିତରେ ଚେୟାରରେ ବସି ଆନ୍ଦୋଳନ କରୁଛନ୍ତି। ଏହାକୁ ନେଇ ବୁଦ୍ଧିଜିବୀମାନେ ସମାଲୋଚନା କରିଛନ୍ତି। ଆନ୍ଦୋଳନରେ ସବୁବେଳେ ଝାଳ ବୋହିଲେ ସଫଳ ହୋଇଥାଏ। ଚେୟାର ଉପରେ ବସି ଥଣ୍ଡା ହାୱା ଖାଇଲେ ଆନ୍ଦୋଳନ କେବେ ସଫଳ ହୋଇନଥାଏ ବୋଲି କେନ୍ଦ୍ରାପଡାର ବୁଦ୍ଧିଜୀବୀମାନେ କହିଛନ୍ତି। ଡାକ୍ତରମାନଙ୍କ ଏହିଭଳି ଢଙ୍ଗରେ ଆନ୍ଦୋଳନ କରାଯିବା ଦ୍ୱାରା ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଓପିଡି(ବର୍ହିବିଭାଗ)କାର୍ଯ୍ୟ ବ୍ୟାହତ ହୋଇଛି। ରୋଗୀମାନେ ଡାକ୍ତରଖାନା ଆସି ଆବଶ୍ୟକ ଚିକିତ୍ସା ପାଇପାରୁନାହାନ୍ତି। କେବଳ ଆୟୁଷ ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି। ଡାକ୍ତରଙ୍କ ଆନ୍ଦୋଳନ ଫଳରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଅଚଳ ହୋଇପଡିଛି। ତେଣୁ ଡାକ୍ତରମାନଙ୍କ ଦାବି ସରକାର ମାନି ନିଅନ୍ତୁ ବୋଲି ଓମସା ରାଜ୍ୟ ସଭାପତି ଡାକ୍ତର କିଶୋର ମିଶ୍ର କହିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଡାକ୍ତର ଏହି ଆନ୍ଦୋଳନରେ ସାମିଲ ହୋଇଥିବା ସଭାପତି ଶ୍ରୀ ମିଶ୍ର କହିଛନ୍ତି । ଜିଲ୍ଲା ଓମସା ଶାଖା ସଭାପତି ଡା.ଗୌରାଙ୍ଗ ଚରଣ ଗିରି, ସଂପାଦକ ଡା.ନିରଞ୍ଜନ କର, ରାଜ୍ୟ ଯୁଗ୍ମ ସଂପାଦକ ଡା.ସଞ୍ଜୀବ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ସଚିଦାନନ୍ଦ ମିଶ୍ର, ଡାକ୍ତର ପରଭେଜ ଅକ୍ତର ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Next Post

भेदभाव के खिलाफ आवाज उठाना ही असली शिक्षा है

Sun Jul 5 , 2026
पट्टामुंडई कॉलेज का 56वां स्थापना दिवस मनाया गया पट्टामुंडई7/5- 1970 में बना पट्टामुंडई कॉलेज , पट्टामुंडाई कलेज आज 56 साल का शानदार सफर पूरा करके  एक बड़ी सफलता बन गया है। इस संस्थान ने न सिर्फ हायर एजुकेशन फैलाई है, बल्कि समाज के लिए कई जाने-माने लोग, एडमिनिस्ट्रेटर, एजुकेशनिस्ट, साइंटिस्ट, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading