ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ

blank
କେନ୍ଦ୍ରାପଡ଼ା,୧୮ା୩:କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସପ୍ତମ ବାର୍ଷିକ ଉତ୍ସବ ମାଧପୁରସ୍ଥିତ ଅମରଉଦ୍ୟାନରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର.ଆୟର ଯୋଗଦେଇ କହିଲେ ବରିଷ୍ଠ ନାଗରିକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଉଛି ଓ ଆଗକୁ ମଧ୍ୟ କରାଯିବ। ଏହି ଅବସରରେ ଜିଲ୍ଲାପାଳ ଆସନ୍ତା ଅପ୍ରେଲମାସରୁ ଆରମ୍ଭ ହେବାକୁ ଯାଉଥିବା ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ସଠିକ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଫଳରେ ଦେଶର ଯୋଜନା ପ୍ରସ୍ତୁତ କ୍ଷେତ୍ରରେ ଏହା ସହାୟକ ହୋଇପାରିବ। ଏଥିସହିତ ଆସନ୍ତା ଫେବୃୟାରୀମାସରୁ ଆରମ୍ଭ ହେବାକୁ ଯାଉଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟରେ ବୁଥ ଲେଭଲ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେବା ସହ ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଯୋଗ ଓ ପ୍ରାଣାୟମ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଓଡିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଙ୍ଘର ମହାସଚିବ ଡକ୍ଟର ଯୁଗଳ କିଶୋର ସାହୁ ଯୋଗଦେଇ କହିଲେ ବରିଷ୍ଠ ନାଗରିକମାନେ କର୍ମତତ୍ପର ରହିଲେ ସୁସ୍ଥ ଭାବରେ ବଞ୍ଚିପାରିବେ। ଜଣେ ବରିଷ୍ଠ ନାଗରିକଙ୍କ ପ୍ରତି ସମାଜର ମଧ୍ୟ କର୍ତ୍ତବ୍ୟ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ପୈାରାଧ୍ୟକ୍ଷା ସରିତା ସାହୁ କହିଲେ ବରିଷ୍ଠ ନାଗରିକମାନଙ୍କ ପାଇଁ ନସଡିପୁର ଠାରେ ଏକ ଗୋଷ୍ଠୀକେନ୍ଦ୍ର ଓ ପାଠାଗାର ନିର୍ମାଣ ହେବାକୁ ଯାଉଛି ଆସନ୍ତା ବର୍ଷ ସେହି ଗୃହରେ ବରିଷ୍ଠ ନାଗରିକ ମଞ୍ଚ ବାର୍ଷିକ ଉତ୍ସବ ପାଳନ କରିବ। ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଏସପି ସୁଧାକର ସାହୁ ସାଇବର ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ହାଇଟେକ ମେଡିକାଲ କଲେଜର ହୃଦ୍‌ରୋଗ ବିଶେଷଜ୍ଞ ଡା. ରିତେଶ ଆଚାର୍ଯ୍ୟ ଯୋଗଦେଇ ରକ୍ତଚାପ, ମଧୁମେହ, ହୃଦରୋଗ ପ୍ରଭୃତି ରୋଗର କାରଣ ଓ ପ୍ରତିକାର ସମ୍ପର୍କରେ ପରାମର୍ଶ ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ସରକାରଙ୍କ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ମଞ୍ଚର ସାଧାରଣ ସମ୍ପାଦକ ନରୋତ୍ତମ ଜେନା ସମ୍ପାଦକୀୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ମଞ୍ଚର ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ନାୟକ ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ ସ୍ୱାଗତ ଭାଷଣ ଓ ଉପସଭାପତି ସୟଦ ଅକମଲ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ। ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ,ଡା. ଶରତ ଚନ୍ଦ୍ର ସ୍ୱାଇ, ଡିସିବି ବ୍ୟାଙ୍କର ମୁକ୍ତିକାନ୍ତ ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା.ନିରଞ୍ଜନ ପରିଡା, ମହାକାଳପଡା ବିକାଶ ମଞ୍ଚର ସଭାପତି କାଶିନାଥ ରାଉତରାୟ,ବୈଷ୍ଣବ ପ୍ରଧାନ, ମନୋଜ କୁମାର ମହାନ୍ତି, ନୃସିଂହ ଚରଣ ତ୍ରିପାଠୀ, ପରମାନନ୍ଦ ସେଠୀ ପ୍ରମୁଖ ଶତାଧିକ ମଞ୍ଚର ସଦସ୍ୟମାନେ ଉପସ୍ଥିତ ଥିଲେ।

Next Post

ପିଏମଶ୍ରୀ କୋରୋ ପଞ୍ଚାୟତ ହାଇସ୍କୁଲରେ ବିଜ୍ଞାନ ଓ ଗଣିତ ବୃତ୍ତ ପ୍ରଦର୍ଶନୀ

Wed Mar 18 , 2026
କେନ୍ଦ୍ରାପଡ଼ା,୧୮ା୩:”ଅନୁସନ୍ଧିତ୍ସୁ ହେଲେ ହିଁ ବିଜ୍ଞାନରେ ଉନ୍ନତି ସମ୍ଭବ’ ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବିଜ୍ଞାନ ଓ ଗଣିତ ବୃତ୍ତ ପ୍ରଦର୍ଶନୀରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଓ ବରିଷ୍ଟ ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ମୁଖ୍ୟବକ୍ତା ଭାବେ ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟର ଗଣିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading