ମା’ଶାରଳାଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ

blank
କେନ୍ଦ୍ରାପଡ଼ା,୫ା୫:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ତରାପୁରଗ୍ରାମରେ ସିଂହବାହିନୀ ମା’ଶାରଳାଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ଚଣ୍ଡିଯଜ୍ଞ ମା’ଶାରଳାଦେବୀ ମନ୍ଦିର ପରିଷଦ ପକ୍ଷରୁ ୪ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ବୁଧବାର ପବିତ୍ର ଅକ୍ଷୟତୃତୀୟା ଅବସରରେ ଶୁଭଅଙ୍କୁରାରୋପଣ ଓ ଶୁଭାଧିବାସ କରାଯାଇଥିଲା। ଗୁରୁବାର ପ୍ରାତଃରେ କଳସଯାତ୍ରା, ଘଟସ୍ଥାପନ, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜନ, ଅଗ୍ନୀସ୍ଥାପନ, ଦେବୀ ପୂଜନ ପୂର୍ବକ ଚଣ୍ଡୀପାଠ କରାଯାଇଥିଲା। ଶୁକ୍ରବାର ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜନ, ମଣ୍ଡପପୂଜା, ଦେବୀ ପୂଜନ ଓ ଚଣ୍ଡୀପାଠ ସହ ରୁଦ୍ରାଭିଷେକ, ହନୁମାନ ପୂଜନ ଓ ଚାଳିଶା ପାଠ କରାଯାଇ ହୋମଯଜ୍ଞ କରାଯାଇଥିଲା। ସେହିଭଳି ଶନିବାର ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜନ, ମଣ୍ଡପପୂଜା, ଦେବୀ ପୂଜନ ଓ ଚଣ୍ଡୀପାଠ ସହ ରୁଦ୍ରାଭିଷେକ, ହନୁମାନ ପୂଜନ, ଚାଳିଶା ପାଠ କରାଯିବା ସହିତ ଯଜ୍ଞ ପୂର୍ଣ୍ଣାହୁତି ଦିଆଯାଇଥିଲା। ପ୍ରତ୍ୟେକ ଦିନ ଭଜନ ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ଦୈନିକ ପବିତ୍ର ମନ୍ତ୍ରଧ୍ୱନୀରେ ସ୍ଥାନୀୟ ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପରିପୂର୍ଣ୍ଣ ହୋଇ ଉଠିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ତତ୍ୱାବଧାରକ ଜୀତେନ୍ଦ୍ର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ତରାପୁର ତଥା ଆଖପାଖ ଗ୍ରାମର ଗ୍ରାମବାସୀମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦୈନିକ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ଶାରଳାଙ୍କ କୃପାଲାଭ କରିଥିଲେ। ଏଥିରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ଯୁବନେତା ରାଜେଶ ପଣ୍ଡା, ବିଜେପି ନେତା ଉପିନ ରାଉତ, ଚକ୍ରୋଡା ସରପଞ୍ଚ ତନୁଜା ନାୟକ, ଭାଗବତପୁର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଜମଧର ସରପଞ୍ଚ ରାଜକିଶୋର ଖୁଣ୍ଟିଆ, ନିରଞ୍ଜନ ନାୟକ, ଉତ୍ତମ ମଲ୍ଲିକଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟସଭ୍ୟାମାନେ ଯୋଗଦେଇ ମା’ଶାରଳାଙ୍କ ନିକଟରେ ଆଶିର୍ବାଦ ଭିକ୍ଷା କରିଥିଲେ। ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ଭଜନ ଦଳ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା।

Next Post

ଜିଲ୍ଲା ଟପ୍ପର ଶୁଭମ ଜ୍ୟୋତି ରାଉତ ସମ୍ବର୍ଦ୍ଧିତ

Mon May 5 , 2025
ପଟ୍ଟାମୁଣ୍ଡାଇ ତା ୭/୫- ପଟ୍ଟାମୁଣ୍ଡାଇ ବ୍ଲକ କାଠିଆପଡା ଦକ୍ଷିନେଶ୍ୱର ହାଇସ୍କୁଲର ଛାତ୍ର ଶୁଭମ ଜ୍ୟୋତି ରାଉତ ଚଳିତ ମାଟ୍ରିକ ପରୀକ୍ଷା ରେ ୫୭୫ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ତାଙ୍କୁ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, ତପନ କୁମାର ଦାଶ ଓ ସଞ୍ଜୟ ବର୍ମା ପ୍ରମୁଖ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading