ଚିକିମିକି ଆଲୋକମାଳାରେ ଝଲସୁଛି ପଟ୍ଟାମୁଣ୍ଡାଇ ସହର , ଆଜି ପୀଠରେ ସପ୍ତମୀ ପୂଜା

blank

ପଟ୍ଟାମୁଣ୍ଡାଇ ୨୭.୯ – କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳ ଶାରଦୀୟ ଦୁର୍ଗାପୁଜା ପାଇଁ ଉତ୍ସବ ମୁଖର ହୋଇଉଠିଛି । ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। ମହାଳୟା ଠାରୁ ମା’ଙ୍କ ମୃଣ୍ମୟ ମୂର୍ତିରେ ଖଡି ଚଢା ହେଇ ଗତ ୨୨ତାରିଖ ଠାରୁ ପିଠରେ ନବରାତ୍ରୀ ଆରମ୍ଭ ହୋଇଯାଇଛି । ପୋଖରିଆପଡା ଗାୟତ୍ରୀ ମନ୍ଦିରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶରେ ମା ଜଗତଜନନୀ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶନିବାର ପିଠରେ ଆରମ୍ଭ ହେଉଛି ଷଷ୍ଠୀ ପୂଜା। ଆଉ ମାତ୍ର କେଇଦିନର ଅପେକ୍ଷାପରେ ପଡିବ ଦଶହରା। ଲଘୁଚାପ ବର୍ଷା ଜାରି ରହିଥିବା ବେଳେ ଆଗକୁ ବଡ ବର୍ଷାର ଆଶଙ୍କା ରହିଛି । ଏହା ସତ୍ୱେ କାରିଗରଙ୍କୁ ଫୁରସତ ନାହିଁ। ସବୁଥର ପରି ଏଥର ବି ତୋରଣରେ ଆଖିଖୋସା ଅନୁଭବ ଭେଟି ଦେବ । ଅକ୍ଟୋବର ୨ରେ ବିଜୟା ଦଶମୀ ପାଳନ ହେବାକୁ ଯାଉଛି । ଏନେଇ ଜୋରସୋରରେ ପ୍ରସ୍ତୁତି ଚାଲିଛି। କାରିଗର ମାନେ ପେଣ୍ଡାଲ ନିର୍ମାଣ ଏବଂ ଭବ୍ୟ ସାଜସଜ୍ଜା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ପଟ୍ଟାମୁଣ୍ଡାଇର ଅଂଚଳର ପ୍ରମୁଖ ପୂଜା ମଣ୍ଡପରେ ନିଆରା ପୂଜା ବିଧିର ପରମ୍ପରା ଚଳି ଆସିଛି ।

blank
ପଟ୍ଟାମୁଣ୍ଡାଇ ବଙ୍ଗାଳୀସାହି ମୁଣ୍ଡରେ ମା’ଙ୍କର ମୃଣ୍ମୟୀ ମୂର୍ତିର ପୁଜାପାଆନ୍ତି । ଏହି ସାହିର ଦୁର୍ଗାପୂଜାରେ ପାଳନ କରାଯାଉଥିବା ୫ଟି ମୁଖ୍ୟ ପରମ୍ପରା ହେଉଛି ତର୍ପଣ, ୯ଟି ବୃକ୍ଷ ପୂଜା, କାଳପ୍ରାରମ୍ଭ, କୁମାରୀ ପୂଜା, ।ପରାଜିତା ପୂଜା ଏବଂ ସିନ୍ଦୁରଖେଳ। ଏହି ସାହିର ମା ମାନେ ନିଜର କନ୍ୟା ସଦୃଶ ଦୃର୍ଗା ମା’ଙ୍କୁ ଦେଖିଥାନ୍ତି । ବର୍ଷକରେ ଥରେ କନ୍ୟା ଯେମିତି ବାପ ଘରକୁ ବୁଲି ଆସନ୍ତି ସେମିତି କନ୍ୟାରୁପରେ ମା’ଧରା ପୁଷ୍ଟରେ ଅବତରଣ କରନ୍ତିି । ମା’ଙ୍କୁ ସଜେଇ ଦିଅନ୍ତି ନିଆରା ଆଭୂଷଣରେ । ମା’ଙ୍କୁ ଏଠି କାଳିକା ତନ୍ତ୍ରରେ ପୂଜା କରାଯାଏ । ନବମୀ ପୂଜାରେ ମା’ଙ୍କୁ କୁଆଁରୀ କନ୍ୟା ରୂପରେ ପୂଜା କରିବାର ନିଆରା ବିଧି ପ୍ରଚଳିତ । ଦଶମୀ ପୂଜାରେ ଦେବୀଙ୍କ ନିକଟରେ ଅପରାଜିତା ପୂଜା ହୁଏ । ଏହାପରେ କରାଯାଏ ସିନ୍ଦୁର ଓ ଅବିର ଖେଳ । ସାହିର ସମସ୍ତ ପୁରୁଷ ଓ ମହିଳା ମାନେ ୫ ଦିନର ପୂଜା ପରେ ମା’ଙ୍କୁ ଶେଷ ଅର୍ଘ୍ୟ ଦିଅନ୍ତି । ଯେତେବେଳେ ମା’ ପାଣିକୁ ବିସର୍ଜନ ହେବାକୁ ପୂଜା ମଣ୍ଡପ ଛାଡନ୍ତି ସେତେବେଳେ ସୃଷ୍ଟିହୁଏ ଅଶ୍ରୁଳ ମୁହୁର୍ତ । ଝିଅ ଶାଶୁଘରକୁ ବିଦାୟ ହେବା ସମୟରେ ଯେମିତି ପରିବାରରେ କାନ୍ଦବୋବାଳି ପଡେ ସେତେବେଳେ ଝିଅର କାନିରେ ମା’କନକ ଅଞ୍ଜୁଳି ବାନ୍ଧି ଦେଇଥାନ୍ତି । ସେମିତି ଏହି ସାହିର ମହିଳା ମାନେ ସେମାନଙ୍କର ଝିଅ ସଦୃଶ ଦୁର୍ଗା ଦେବୀଙ୍କୁ ବିଦାୟ ବେଳାରେ କନକ ଅଞ୍ଜୁଳି ପ୍ରଦାନ କରି ବିଦାୟ ଦିଅନ୍ତି ।

blank

ନୀଳକଣ୍ଠପୁର ପୂଜାମଣ୍ଡପରେ ଭିନ୍ନ ପରମ୍ପରା ଦେଖିବାକମିଲୁଥିବା ବେଳେ ନବମୀ ତିଥିରେ ମାନସିକଧାରୀ ଭକ୍ତମାନେ ମୁଣ୍ଡ ଉପରେ ନିଆଁ ପଲମକୁ ରଖି ସେଥିରେ ଝୁଣା ଜାଳି ମା’ଙ୍କ ପାଦରେ ସମର୍ପଣ କରିଥାନ୍ତି। ଏଥିପାଇଁ ପୂଜାମଣ୍ଡପରେ ଜୋରର୍ସୋରେ ଭକ୍ତଙ୍କ ଗହଳି ଲାଗିଥାଏ। ଦୁର୍ଗାପୂଜାର ନବମୀ ତିଥିରେ ମା’ଙ୍କ ନିକଟରେ ଝୁଣା ପୋଡ଼ିଲେ ସାତ ଜନ୍ମର ପାପକ୍ଷୟ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି। ସେଥିପାଇଁ ଏହି ଦିନରେ ଭକ୍ତମାନେ ନିର୍ଜଳା ବ୍ରତ ରଖି ସନ୍ଧ୍ୟାରେ ମା’ଙ୍କ ଛାମୁରେ ନିଜର ମାନସିକ ଜଣାଇ ଝୁଣା ପୋଡ଼ିଥାନ୍ତି। ଏଥିସହିତ ମା’ଙ୍କ ପାଦ ତଳେ ଓଦା କମ୍ବଳ ଘୋଡ଼େଇ ହୋଇ ଯୋଡ଼ ହସ୍ତରେ ବସି ମା’ଙ୍କୁ ଆରାଧନା କରିଥାନ୍ତି।

blank

ଦୁର୍ଗା ପୂଜା ପାଇଁ ପଟ୍ଟାମୁଣ୍ଡାଇରେ ବିଶାଳ ଆୟୋଜନ ହେଉଥିବା ବେଳେ ସମସ୍ତ ଦୁର୍ଗା ପୂଜା ସମିତି ପକ୍ଷରୁ ତୋରଣ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପ୍ରର୍ଯ୍ୟାୟରେ । ଏଥର ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ବୁଲାବୁଲିକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଫୋର୍ସ ସମେତ କମିଟିର ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଫାୟାର ଗାଡ଼ି ସମେତ ନିଜସ୍ୱ ଆମ୍ବୁଲାନ୍‌ସ, ଫାଷ୍ଟ୍ ଏଡ୍ ସୁବିଧା ରହିବ। ପୂଜାକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରାଯିବା ସହିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ ବୋଲି ଆଇଆଇସି ବନ୍ଦନା ପାତ୍ର କହିଛନ୍ତି ।

Next Post

ଜିଲ୍ଲା ଚିକିତ୍ସାଳୟରେ ଫଳ ଓ ବିସ୍କୁଟ ବଣ୍ଟନ

Sat Sep 27 , 2025
କେନ୍ଦ୍ରାପଡ଼ା,୨୭ା୯:କେନ୍ଦ୍ରାପଡ଼ା ବ୍ଲକ ଅଧିନ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ଶିବାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଶାମଗୁଡିଆସ୍ଥିତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅଯୋଦ୍ଧାନଗରସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟରେ ଫଳ ଓ ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବାନନ୍ଦ ଆଶ୍ରମର ସ୍ୱାଧିମାତା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିିତ୍ସାଧିକାରୀ ପ୍ରମୋଦ କୁମାର ପ୍ରହରାଜ ଓ ହସପିଟାଲ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading