ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ

blank
ପଟ୍ଟାମୁଣ୍ଡାଇ ୧୮/୩ -ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଂଚଳରେ ସାଇବାର ଠକ ମାନେ ସକ୍ରୀୟ ହୋଇ ଆଶାକର୍ମୀାନଙ୍କୁ ହାତ କରି ଗର୍ବବତୀ ମହିଳାମାନଙ୍କୁ ଠକି ଚାଲିଛନ୍ତି । ଏ ନେଇ  ଥାନାରେ ମଧ୍ୟ ଅଭିଯୋଗ ହୋଇଚାଲିଛି ।ଯାହାକୁ ନେଇ ବୁଧବାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ପକ୍ଷରୁ  ସବଡ଼ିଭିଜନ ହସ୍ପିଟାଲ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଆଇଆଇସି ଶ୍ରୀକାନ୍ତ ବାରିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସାରା ବିଶ୍ୱରେ ସାଇବର ଅପରାଧ ବ୍ୟାଧି ଭଳି ମାଡି ଚାଲିବା ସହିତ ଏକ ଆହ୍ୱାନ ଭାବେ ଦେଖାଦେଇଛି । ଗ୍ରାମାଂଚଳ ଓ ସହରାଂଚଳର ସାଧାରଣ ଲୋକମାନେ ସାଇବର ଅପରାଧ ସମ୍ପର୍କରେ ସଚେତନ ନଥିବାରୁ ଅନେକ ସମୟରେ ଏହାର ଶିକାର ହୋଇ ସର୍ବସ୍ୱାନ୍ତ ହେବା ଘଟଣା ସରକାର ଓ ପ୍ରଶାସନ ଦୃଷ୍ଟିକୁ ଆସିଛି । ଜନସାଧାରଣ ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ କୌଣସି ଅଜଣା ଫୋନ କଲ ନଧରିବା, ଅଜଣା ବ୍ୟକ୍ତି ଫୋନ କରି ଓଟିପି ମାଗିଲେ ନଦେବା ସହିତ ନିକଟସ୍ଥ ସାଇବର ଥାନା ପୋଲିସ ଥାନା କିମ୍ବା ହେଲ୍ପ ଲାଇନ ନମ୍ବର ୧୯୩୦କୁ ଜଣାଇବା ପାଇଁ ପରାମର୍ଶ ଦେଇ ସାଇବର ଅପରାଧ ବିଷୟରେ ଜନସଚେତନତା ସୃଷ୍ଟି କରିଥିଲେ । ଏ କ୍ଷେତ୍ରରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ସାଇବର ଅପରାଧ ନିୟତ୍ରଣ କରିବା ଦିଗରେ ସହଯୋଗ କରିବାକୁ ସେ କହିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ସବଡ଼ିଭିଜନ ହସ୍ପିଟାଲ ମୁଖ୍ୟ ଚିକିତ୍ସାଧିକାରୀ ଡା ନିରାକାର ପରିଡା, ବରିଷ୍ଠ ଖବରଦାତା ପ୍ରବୀର ନାୟକ ପ୍ରମୁଖ ଯୋଗ ଦେଇ ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଖବରଦାତା, ପୋଲିସ ଅଧିକାରୀ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ସ୍ୱାସ୍ଥ୍ୟ କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଥାନା ଏସ ଆଇ କୌଶକା ରାଉତରାୟ, ସବଡିଭିଜନ ହସ୍ପିଟାଲ ପକ୍ଷରୁ ବିପିଏମ ପ୍ରଶାନ୍ତ ଜେନା, ନୃସିଂହ ଦାସ, ପ୍ରମୁଖ ପରିଚାଳନା କରିଥିଲେ ।

Next Post

ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ

Wed Mar 18 , 2026
କେନ୍ଦ୍ରାପଡ଼ା,୧୮ା୩:କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସପ୍ତମ ବାର୍ଷିକ ଉତ୍ସବ ମାଧପୁରସ୍ଥିତ ଅମରଉଦ୍ୟାନରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର.ଆୟର ଯୋଗଦେଇ କହିଲେ ବରିଷ୍ଠ ନାଗରିକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଉଛି ଓ ଆଗକୁ ମଧ୍ୟ କରାଯିବ। ଏହି ଅବସରରେ ଜିଲ୍ଲାପାଳ ଆସନ୍ତା ଅପ୍ରେଲମାସରୁ ଆରମ୍ଭ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading