ମହୀୟସୀ ଚିତ୍ରରେଖା ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳି ସଭା

blank
ପଟ୍ଟାମୁଣ୍ଡାଇ ତା ୨୪/୫- ପଟ୍ଟାମୁଣ୍ଡାଇ ଅଂଚଳର ଲୋକପ୍ରିୟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ାକ୍ତର ଗୋଲକ ବିହାରୀ ସ୍ୱାଇଁଙ୍କ ଧର୍ମପତ୍ନୀ ତଥା ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲର ଅନ୍ୟତମ ପ୍ରତିଷ୍ଠାତ୍ରୀ ମୟୀୟସୀ ଚିତ୍ରରେଖା ସ୍ୱାଇଁଙ୍କ ଏକାଦଶାହ ଅବସରରେ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଇଂ ଦେବବ୍ରତ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଘସିପୁରା ବିଧାୟକ ପୂର୍ବତନମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୂର୍ବତନ ଅଧକ୍ଷ ମାନସ ରଞ୍ଜନ ସାମଲ,ଡ଼ା ଗୋଲକ ବିହାରୀ ସ୍ୱାଇଁ, ପୂର୍ବତନ ପ୍ରଶାସକ ବ୍ରଜବନ୍ଧୁ ଧଳ, ବ୍ରାହ୍ମଣୀ କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ୱାଳ,ଇଂ ସରୋଜ ବିଶ୍ୱାଳ ପ୍ରାଧ୍ୟାପକ ମନୋଜ ପରିଡା,ଶିକ୍ଷାବିତ ସୁରେଶ ଜେନା ଓ ଅରୂପାନନ୍ଦ ବିଶ୍ୱାଳ,ଡ଼ ମାର୍ଶାଲିନ ବିଶ୍ୱାଳ, ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲ ଅଧକ୍ଷ ଡ଼ ଅଭୟ ସାହୁ, ଉପାଧ୍ୟକ୍ଷ ମନୋଜିତ ନାୟକ ଆଡ଼ଭୋକେଟ ବିଜୟ ରାଉତ ଶୋଭାକର ନାୟକ ପ୍ରଭଞ୍ଜନ ରାଉତ, ରମେଶ ନାୟକ, ଯୁବନେତା ରଶ୍ମିରଞ୍ଜନ ସ୍ୱାଇଁ ଆଡ଼ଭୋକେଟ ସୌମ୍ୟରଞ୍ଜନ ଧଳ ସରପଞ୍ଚ ଦେବବ୍ରତ ନାୟକ ଓ ପ୍ରିୟବ୍ରତ ଓଝା,ପୂର୍ବତନ କାଉନ ସିଲର ଆଲୋକ ଧଳ,ନିଲୁ ସ୍ୱାଇଁ ରାଜଲଷ୍ମୀ ସ୍ୱାଇଁ ଓ ମିଲି ସ୍ୱାଇଁ ପ୍ରମୁଖ ଭାଷଣ ଦେଇ ଦିବଙ୍ଗତା ମୟୀୟସୀ ମହିଳା ଚିତ୍ରରେଖା ସ୍ୱାଇଁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଇ ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାରଥିଲା । ଏଥି ସହିତ ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଏକ ମନୋଜ୍ଞ ଭଜନ ସନ୍ଧ୍ୟାର ଆୟୋଜନ କରାଯିବା ସହିତ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା । ଶେଷରେ ସୁବ୍ରତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ଚିକୁ ସ୍ୱାଇଁ, ଗୁଡଲି ସ୍ୱାଇଁ,ଜୟ ସ୍ୱାଇଁ, ରାଜ ସ୍ୱାଇଁ, ବୁଟୁ ସ୍ୱାଇଁ ପରିଚାଳନା କରିଥିଲେ ।

Next Post

ପୁଣି ଫେରିଲା କରୋନା , ଟିଏମ୍‌ସି ବନ୍ଦ ପରେ ଖତ ଖାଉଛି ସାମଗ୍ରୀ

Sat May 24 , 2025
ପଟ୍ଟାମୁଣଇ ୨୨/୫ -ଓଡିଶାକୁ ପୁଣି ଫେରିଲା କରୋନା। ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ହୋଇଥିବା ସୁଚନା ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ୨୫୭ କୋଭିଡ୍ ଭୁତାଣୁ ଚିହ୍ନଟ ହେଉଥିବା ବେଳେ ମୁମ୍ବାଇରେ ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହି ଭାରିଆଂଟକୁ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯିବାକୁ କୁହାଯାଇଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading