କେନାଲ ସଫେଇରେ ଅବ୍ୟବସ୍ଥା , ଟ୍ରାକ୍ଟରରେ ଚାଲିଛି ଶର୍ଯ୍ୟା ହଳ, ଜେସିବିରେ ତାଡ଼ିଲେ ପାର୍ଶ୍ୱ , କେନାଲର ସ୍ଥାୟୀତ୍ୱ ଓ ସେଚନ ବ୍ୟବସ୍ଥାକୁ ବିପଦ

blank

ପଟ୍ଟାମୁଣ୍ଡାଇ ୨୧/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ସଫେଇ ନାମରେ କେନାଲକୁୁ ହଳକରି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିବାକୁ ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି । କେନାଲରେ ଶୁଖିଲା ଥିବାବେଳେ ସଫେଇ କରିବାର ନିୟମକୁ ଅଣଦେଖା କରି ଆଣ୍ଠୁଏ ଲେଖାଁଏ ବର୍ଷାପାଣିରେ ସଫେଇ କରାଯାଉଛି । ପଙ୍କମାଟି, ଦଳ ଆବର୍ଜନା ଉଦ୍ଧାର ନାମରେ କେବଳ କେନାଲ ଶଯ୍ୟାରେ ଟ୍ରାକ୍ଟର ଚଲାଇ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାର ଦାୟିତ୍ୱ ସାରିଦେଇଛନ୍ତି । ମେସିନ୍ କିମ୍ବା ଶ୍ରମିକଙ୍କ ଦ୍ୱାରା ଆବର୍ଜନା ସମ୍ପୂର୍ଣ୍ଣ ସଫା ନକରି କେବଳ ଟ୍ରାକ୍ଟର ଓ ହଳ ଚଲାଇ କାମ ହୋଇଥିବା ଦେଖାଯାଇଛି। ଏହାଦ୍ୱାରା କେନାଲ ଭିତରେ ଥିବା ଦଳ, ଗଛ ଓ ଆବର୍ଜନା ବାହାରକୁ ନଆସି ମାଟି ସହ ମିଶି ପଚିବାରେ ଲାଗିଛି । ଏହାଯୋଗୁଁ ଆଖପାଖ ଅଂଚଳରେ ଏପରି ପଚାଗନ୍ଧ ହେଉଛି ଯେ ସାଧାରଣ ଲୋକଙ୍କର ନାକ ଫାଟିପଡ଼ୁଛି ଏବଂ ସ୍ଥାନୀୟ ଅଞ୍ଚଳରେ ରହିବା ଦୁର୍ଭର ହୋଇପଡ଼ିଛି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

blank
ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗୋବରୀ କେନାଲ ସଫେଇ କାର୍ଯ୍ୟରେ ଜାରିରହିଛି ।ଏଥିନେଇ ଠିକାଦାର କେନାଲ ଶଯ୍ୟାରେ ଟ୍ରାକ୍ଟର ଚଲାଇ ହଳ କରାଉଥିବା ବେଳେ କେନାଲର ପାର୍ଶ୍ୱଗୁଡ଼ିକୁ ଜେସିବି ମେସିନ୍ ସାହାଯ୍ୟରେ ଦାୟିତ୍ୱହୀନ ଭାବେ ତାଡ଼ି ଦେଉଛି। ତଡ଼ାଯାଇଥିବା ମାଟି ଓ ପଙ୍କ, ଦଳ, ଘାସ ଓ ଅବର୍ଜନା କେନାଲ ବାହାରକୁ ନିଆନଯାଇ ଶଯ୍ୟା ଉପରେ ହିଁ ଗଦା କରି ରଖାଯାଇଛି । ଫଳରେ ଚଳିତ ଖରିଫ ଋତୁ ଚାଷ ବେଳେ ଜଳ ପ୍ରବାହ ସୁଗମ ହେବା ପରିବର୍ତେ ଆହୁରି ବାଧାପ୍ରାପ୍ତ ହେବ ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜେସିବି ମେସିନ୍ ସାହାଯ୍ୟରେ କେନାଲର ଉଭୟ ପାଶ୍ୱର୍ ତାଡ଼ି ଦେଉଥିବାରୁ କେନାଲର ପ୍ରାକୃତିକ ବନ୍ଧ ଦୁର୍ବଳ ହୋଇପଡ଼ିବା ସହ ଆଗାମୀ ବର୍ଷା ଦିନରେ ବ୍ୟାପକ ଅତଡ଼ା ଖସିବା ଆଶଙ୍କା ଦେଖାଦେଇଛି। ଯାହାଦ୍ୱାରା ସୋତ ଲେବୁଲ କେନାଲ ପୋତି ହୋଇ ଜଳପରିଚାଲନା ତୃଟି ଦେଖାଯିବା ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଏହି ସମ୍ପୂର୍ଣ୍ଣ କାର୍ଯ୍ୟରେ ଅନଭିଜ୍ଞ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ସ୍ପଷ୍ଟ ବାରି ହୋଇପଡ଼ୁଛି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । କାର୍ଯ୍ୟର ତଦାରଖ ଅଭାବରୁ ଠିକାଦାରମାନେ ମନମୁଖୀ ଭାବେ ନିମ୍ନମାନର କାମ କରି ସରକାରୀ ତହବିଲ୍‌ରୁ ଟଙ୍କା ହଡ଼ପ କରିବା ମସୁଧାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

blank

କେନାଲର ନିର୍ଦ୍ଧାରିତ ନିୟମାବଳୀକୁ ସମ୍ପୂର୍ଣ୍ଣ ଆଖିବୁଜି ଦିଆଯାଇଛି । ଚଳିତ ଖରିଫ ଚାଷ ପୂର୍ବରୁ ଯଦି ଏହି ସମସ୍ୟାର ସୁଧାର ନଆସେ, ତେବେ ଶେଷ ମୁଣ୍ଡରେ ଥିବା ଜମିଗୁଡ଼ିକୁ ପାଣି ପହଁଚିିବା ଅସମ୍ଭବ ହୋଇପଡ଼ିବ। ଏହାଦ୍ୱାରା ଶହ ଶହ ଏକର ଚାଷଜମି ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ କୃଷକ ନରେଶ ଜେନା, ଅଭୟ ବଳ, ଅମୁଲ୍ୟ ନାୟକ, କାଳନ୍ଦି ମଲିକ, ସୁରେନ୍ଦ୍ର ପରିଡା, ଅଶୋକ ଜେନା ପ୍ରମୁଖ ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଅଭିଯୁକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Next Post

ଭାଜପା ସରକାରରେ ପ୍ରଶ୍ନପତ୍ର ଲିକ ଏକ ପରମ୍ପରା ହେଲାଣି

Wed Jul 22 , 2026
ପଟ୍ଟାମୁଣ୍ଡାଇରେ ଛାତ୍ରାଓଁ କି ଗୁଞ୍ଜ ଅଭିଯାନ ଶିକ୍ଷା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ ପଟ୍ଟାମୁଣ୍ଡାଇ ୨୨/୭ – ଦେଶରେ ଶିକ୍ଷା ପ୍ରସଙ୍ଗକୁ ନେଇ ରାଜନୈତିକ ତାତି ବଢ଼ିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭକୁ କଂଗ୍ରେସ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇଛି । ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବାରମ୍ବାର ପେପର ଲିକ୍ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଚାଲିଥିବା ଅନିୟମିତତାକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading