କେନ୍ଦ୍ରାପଡ଼ା,୧୫ା୫:ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ୨୦୨୫ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜିଲ୍ଲାର ଟପ୍ପରମାନଙ୍କୁ ଶ୍ରୀବଳଦେବଜୀଉଙ୍କ ଯାତ୍ରୀ ନିବାସରେ ସମ୍ବର୍ନ୍ଧିତ କରାଯାଇଛି। ସଂଘ ସଭାପତି ଶରତ ଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ପହଲଗ୍ରାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ବ୍ୟକ୍ତିବିଶେଷ ଓ ଅପରେସନ ସିନ୍ଦୁରର ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଏ-ୱାନ୍ ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ଜିଲ୍ଲାର ୪୨ ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। […]
HOME
ପଟ୍ଟାମୁଣ୍ଡାଇ୧୫ା୫ : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଗାଙ୍ଗପଡା ପଞ୍ଚାୟତର ସୋବଳା ଗାଁରେ ଅଗ୍ନିକାଣ୍ଡ ଘଟି ଦୈତାରୀ ଭୋଇଙ୍କ ୪ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଛି। ଘରେ ଧାନ ଚାଉଳ ଆସବାବପତ୍ର ଯାହା ଥିଲା ସବୁ ନିଆଁରେ ପୋଡ଼ିଯାଇଛି। ନିଆଁର ଭୟାବହତା ଏତେ ପ୍ରଖର ଥିଲା ଯେ ନିଆଁ ଦାଉରୁ କିଛି ଜିନିଷପତ୍ର ଉଦ୍ଧାର କରାଯାଇପାରି ନଥିଲା। ଅପରାହ୍ନ ୧୨ଟା ସମୟରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। […]
କେନ୍ଦ୍ରାପଡ଼ା,୧୫ା୫ : ଭାରତ ପାକ୍ ଯୁଦ୍ଧରେ ଅସୀମ ବୀରତ୍ୱ ଓ ଦେଶଭକ୍ତିର ପରାକାଷ୍ଠା ଦେଖାଇ ସହୀଦ ହୋଇଥିବା ବୀର ଜବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି। ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦଳର ନେତା […]
କେନ୍ଦ୍ରାପଡ଼ା,୧୪ା୫: କେନ୍ଦ୍ରାପଡ଼ାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଲୋକମାନେ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ସେମାନଙ୍କ ସମସ୍ୟାକୁ ଆହୁରି ଅଧିକ ବଢାଇ ଦେଇଛି। ବିଶେଷତଃ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ ଅଧିନ ୨ନମ୍ବର ସେକ୍ସନର ଭରତପୁର, ମେହେନ୍ଦିପୁର, ଖଣ୍ଡିଆବନ୍ଧ, ପାରାଚକ,ଦିଆନପାଟଣା, ଜଗନ୍ନାଥପୁର, କନ୍ତିଆ ପ୍ରଭୃତି ଅଞ୍ଚଳରେ ଦୈନିକ ବିଭିନ୍ନ ସମୟରେ ୧୦ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ଦୈନିକ ସକାଳ ୮ଟାରୁ ୧୧ଟା, […]
ପଟ୍ଟାମୁଣ୍ଡାଇ ତା୧୪/୫ -ସଦ୍ୟ ପ୍ରକାଶିତ ସିବିଏସସି ଦଶମ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମ ସିନ୍ଧୁମଲ୍ଲିକ ସାହିର ନାରାୟଣ ମଲ୍ଲିକଙ୍କ ନାତି ସୁଧାଂଶୁ ମଲ୍ଲିକ ୯୮. ୮% ମାର୍କ ରଖି ଏ୧ ଗ୍ରେଡ଼ ପାଇ ସମଗ୍ର ଦିଲ୍ଲୀ ଅଞ୍ଚଳ (ଏନ ସି ଆର) ପ୍ରଥମ ସ୍ଥାନ ହାସଲ କରି ସମଗ୍ର ଓଡିଶାବାସୀ, କେନ୍ଦ୍ରାପଡ଼ା ଜିଲ୍ଲା ଓ ଜନ୍ମମାଟି ପଟ୍ଟାମୁଣ୍ଡାଇବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି। ଗୁଡ଼ଗାଁ ଆସସେଣ୍ଟ ପବ୍ଲିକ ସ୍କୁଲରେ […]
ପଟ୍ଟାମୁଣ୍ଡାଇ ୧୪/୫ – ଚଳିତ ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାରେ ପଟ୍ଟାମୁଣ୍ଡାଇ ଗ୍ଲୋବାଲ ବ୍ରିଲିଆଂଟ ସ୍କୁଲର ଛାତ୍ରୀଛାତ୍ର ମାନେ ବିଶେଷ ସଫଳତା ହାସଲ କରିଛନ୍ତି ।ଏହି ସ୍କୁଲର ୬ଜଣ ଛାତ୍ରୀଛାତ୍ର ଅନନ୍ୟ ସଫଳତା ହାସଲ କରି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମାଟିକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ଗ୍ରାମର ଗୋରଖ ପ୍ରସାଦ ଶର୍ମା ୯୩% ମାର୍କ ରଖି ଥିବା ବେଳେ ତିଥିତନ୍ମୟା ନାୟକ ୮୯%, […]
କେନ୍ଦ୍ରାପଡ଼ା,୧୪ା୫ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜମିକୁ ବେଆଇନ ଭାବେ ଜବରଦଖଲ କରିବା ମାମଲାରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ଉପଖଣ୍ଡ ମ୍ୟାଜିଷ୍ଟ୍ରେଟଙ୍କ ଅଦାଲତ ଭାରତୀୟ ନ୍ୟାୟ ସଂହିତାର ୧୬୩ଧାରାରେ ବୁଧବାର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶକୁ ଜାରି କରିବା ପାଇଁ ଟାଉନ ଥାନା ଅଧିକାରୀକୁ କେନ୍ଦ୍ରାପଡା ଉପଖଣ୍ଡ ମ୍ୟାଜିଷ୍ଟ୍ରେଟ ନିର୍ଦେଶ ଦେଇଥିବା ଜଣାପଡିଛି। କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଗୁଆଳସିଂ ମୈାଜାରେ ଥିବା କବଲା ଜମିକୁ […]
କେନ୍ଦ୍ରାପଡ଼ା,୧୪ା୫ : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ମାସିକ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ନେଇ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ସମେତ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଆଶାକର୍ମୀମାନେ ମାସିକ ଯେଉଁ ଜତ୍ କିଞ୍ଚିତ ପ୍ରାପ୍ୟ ପାଇଥାନ୍ତି ତାହା ପ୍ରତିମାସର ପ୍ରଥମ ସପ୍ତାହରେ ଦିଆଯିବା କଥା। ଏନେଇ ସଂଗଠନ […]
ପଟ୍ଟାମୁଣ୍ଡାଇ ୧୪/୫ -କେନ୍ଦ୍ରାପଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର କେନ୍ଦ୍ରାପଡା, ଆଳି ଓ ନିକିରାଇ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୫୫ ଲିଟର ଦେଶୀ ବିଦେଶୀ ମଦ ଜବତ । ଜଣେ ମହିଳା ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଅବକାରୀ ଉପନିରିକ୍ଷକ ଧର୍ମପଦ ଦାସ, […]
ଶିକ୍ଷାବିତ ଅଶୋକ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା ପଟ୍ଟାମୁଣ୍ଡାଇ ୧୩/୫ – ଶିକ୍ଷକଙ୍କ ସମସ୍ୟା ସମାଧାନରେ ଦିବଂଗତ ବିପ୍ଲବୀ ଶିକ୍ଷକନେତା ଶିକ୍ଷାବିତ ଅଶୋକ ରାଉତଙ୍କ ଅବଦାନ ଅତୁଳନୀୟ ବୋଲି ତାଙ୍କ ଏକାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ତନୁପୁର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଶିକ୍ଷକନେତା ପ୍ରମୋଦ ନାୟକଙ୍କ ପୌରହିତ୍ୟ ଓ ଇଂ ଚିନ୍ମୟୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ପୂର୍ବତନ […]

