
ଡେରାବିଶ ୧୪ । ୦୭ (ବେବର୍ତା ଅଜୟ ଦାସ) – ଡେରାବିଶ ବ୍ଲକ ସଭାଗୃହରେ ସୋମବାର କେନ୍ଦ୍ରାପଡା ଜିଲ୍ଲସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଓ ଏସପି ସିଦ୍ଧାର୍ଥ କଟାରିଆ ଯୋଗଦେଇ ମୋଟ ୩୯ ଗୋଟି ଅଭିଯୋଗର ଶୁଣାଣି କରିଥିଲେ। ଏଥିମଧ୍ୟରୁ ୬ ଗୋଟି ଅଭିଯୋଗ ସାମୁହିକ ଥିବା ବେଳେ ଅବଶିଷ୍ଟ ୩୩ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ମଧ୍ୟରେ ରାଶନକାର୍ଡରୁ ବାଦ ପଡିଥିବା ଓ ନୁତନ ହିତାଧିକାରୀ, ବାସଗୃହ ଓ ବିଭିନ୍ନ ଭତା ଯୋଜନା ପାଇଁ ଅଧିକ ସଂଖ୍ୟାରେ ଅଭିଯୋଗ ରହିଥିଲା। କେତେକ ଅଭିଯୋଗର ତ୍ୱରିତ ସମାଧାନ ହୋଇଥିବା ବେଳେ ଅବଶିଷ୍ଟ ସଂପୃକ୍ତ ବିଭାଗୀୟ କତୃପକ୍ଷ ଏହାର ସମାଧାନ ପାଇଁ ଜିଲ୍ଲାପାଳ ଓ ଏସପି ପରାମର୍ଶ ଦେଇଥିଲେ। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ନବ କିଶୋର ଜେନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଡେରାବିଶ ପଂଚାୟତ ସମିତି ଅଧ୍ୟ୩ା ପ୍ରଭାତି ମଲ୍ଲିକ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଓ ନମିତା ବାରିକ, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡ, ବିଡିଓ ନମିତା ବାରିକ, ତହସିଲଦାର ସରୋଜକାନ୍ତ ନାୟକ, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ,ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କୁମାର ସାହୁ, ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଜଗନ୍ନାଥ ସାହୁ, ଗ୍ରାମ୍ୟ ପାନୀୟ ଜଳେଯାଗାଣ ବିଭାଗ ସହକାରୀ ଯନ୍ତ୍ରୀ ଦେବଦତ ଦାସ ଓ ଅତିରକ୍ତ ବ୍ଲକ ଶିକ୍ଷାଧିକାରୀ ଖଗେଶ୍ୱର ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
