ନାଇଟ ୱାଚମ୍ୟାନ ଓ ହାଉସକିପିଙ୍ଗ କର୍ମଚାରୀ ସଙ୍ଘର ଜିଲ୍ଲାପାଳଙ୍କୁ ଦାବିପତ୍ର

blank
କେନ୍ଦ୍ରାପଡ଼ା,୧୫ା୭ :ନିଖିଳ ଓଡିଶା ନାଇଟ୍ ୱାଚମ୍ୟାନ ଓ ହାଉସକିପିଙ୍ଗ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ‘ମୋ ସ୍କୁଲ ଅଭିଯାନ’ରେ ପିଅନ ଓ ରାତ୍ରଜଗୁଆଳ ନଥିବା ଉଚ୍ଚ ବିଦ୍ୟାଳୟ ଗୁଡିକରେ ସରକାରଙ୍କ ନିର୍ଦେଶରେ ସ୍ଥାନୀୟ ବେକାରୀ ଯୁବକ ଓ ଯୁବତୀମାନଙ୍କୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ନାଇଟ୍ ୱାଚମ୍ୟାନ ଓ ହାଉସ୍‌କିପିଙ୍ଗ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ନାଇଟ୍ ୱାଚମ୍ୟାନଙ୍କୁ ମାସିକ ପାରିଶ୍ରମିକ ଭାବେ ୧୦ହଜାର ୯୮୦ଟଙ୍କା ଓ ସୁଇପର କିମ୍ବା ହାଉସକିପିଙ୍ଗ କର୍ମଚାରୀଙ୍କୁ ମାସିକ ପାରିଶ୍ରମିକ ଭାବେ ୪୨୪୩ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଗଲା। ମାତ୍ର ଦୁଃଖର କଥା ଏହି କର୍ମଚାରୀମାନେ ଦିନରାତି ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଦୀର୍ଘ ୧୭ମାସ ଧରି ପାରିଶ୍ରମିକ ପ୍ରଦାନ କରାଯାଇନଥିବା ସେମାନେ ଅଭିଯୋଗ କରିଥିଲେ। ସ୍ଥାୟୀ କର୍ମଚାରୀଙ୍କ ଭଳି ଏହି କର୍ମଚାରୀମାନେ ନିଜର ଦାୟୀତ୍ୱ ନିର୍ବାହ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ପ୍ରତ୍ୟେକ ମାସରେ ପାରିଶ୍ରମିକ ପ୍ରଦାନ କରାଯାଉନାହିଁ। ଏଣୁ ସେମାନଙ୍କ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବା, ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ଅସୁସ୍ଥତା ପାଇଁ ଛୁଟି ପ୍ରଦାନର ବ୍ୟବସ୍ଥା ସମେତ ସେମାନଙ୍କ ପ୍ରାପ୍ୟ ବୃଦ୍ଧି କରାଯିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି। ଆଇ.ଏନ,ଟି.ୟୁ.ସି. ନେତା ବରିଷ୍ଠ ଆଇନଜୀବୀ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସୁଶାନ୍ତ କୁମାର ନାୟକ, ସୁମିତ୍ରା ସାହୁ, ବସନ୍ତ କୁମାର ସାହୁ, ଗିନୁ ଚରଣ ଦାସ, କ୍ଷୀରୋଦ କୁମାର ମଲ୍ଲିକ, ଅମୁଲ୍ୟ ଲେଙ୍କା, ଅମୀୟ କୁମାର ରଣା, ହରପ୍ରିୟା ବେହେରା, ରଶ୍ମୀତା ଜେନା, ଭଗବତୀ ନାୟକ, ସରସ୍ୱତୀ ମିଶ୍ର ପ୍ରମୁଖ ଶତାଧିକ ନାଇଟ୍ ୱାଚମ୍ୟାନ ଓ ହାଉସକିପିଙ୍ଗ କର୍ମଚାରୀମାନେ ଉପସ୍ଥିତ ଥିଲେ।

Next Post

ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁର ନ୍ୟାୟ ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

Tue Jul 15 , 2025
କେନ୍ଦ୍ରାପଡା ୧୪/୭- ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁର ନ୍ୟାୟ ଦାବିରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ରାପଡା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୌମ୍ୟାଶ୍ରୀଙ୍କୁ ଉଚିତ୍ ନ୍ୟାୟ କିପରି ମିଳିବ ଓ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦାବିରେ ସଭାପତି ଦିବ୍ୟ ରଞ୍ଜନ ରାଉତଙ୍କ ନେତୃତ୍ୱରେ କେନ୍ଦ୍ରାପଡାର ବହୁ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମିମାନେ ଉଚ୍ଚ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading