ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତାରେ ନୈତିକ ପ୍ରଥମ

blank
କେନ୍ଦ୍ରାପଡ଼ା,୨୧ା୧୦:କେନ୍ଦ୍ରାପଡାର ଗରାପୁରସ୍ଥିତ ହୋଟେଲ ସ୍ୱୟଂସିଦ୍ଧାରେ ଅନୁଷ୍ଠିତ ଡାକ୍ତର ବୈଷ୍ଣବ ପରିଡା ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତାରେ ଜେନିଥ ଇଣ୍ଟରନ୍ୟାସନାଲ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ନୈତିକ ସାମନ୍ତରାୟ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ନୈତିକଙ୍କୁ ଟ୍ରଫି, ପ୍ରମାଣପତ୍ର ସହିତ ନଗଦ ୬ଶହ ଟଙ୍କା ପ୍ରଦାନ କରି ପୁରସ୍କୃତ କରିଥିଲେ। ନୈତିକ ହେଉଛନ୍ତି କେନ୍ଦ୍ରାପଡା ବ୍ଲକର ସହକାରୀ ଯନ୍ତ୍ରୀ ଇଂ ଚିନ୍ମୟୀ ସାହୁଙ୍କ ସୁପୁତ୍ର।

Next Post

ରାଜ୍ୟସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ କେନ୍ଦ୍ରାପଡାକୁ ୬ସ୍ୱର୍ଣ୍ଣ ପଦକ

Fri Oct 24 , 2025
କେନ୍ଦ୍ରାପଡ଼ା,୨୪ା୧୦:ରାଜ୍ୟସ୍ତରୀୟ ୩୮ତମ ଟାଇକୋଣ୍ଡା ପ୍ରତିଯୋଗିତାରେ କେନ୍ଦ୍ରାପଡା ଟାଇକୋଣ୍ଡା ଆସୋସିଏସନର ୧୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ୬ଟି ସ୍ୱର୍ଣ୍ଣ, ୨ରୈାପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ପାଇଁ ଗୈାରବ ଆଣିଥିବା ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚଳିତମାସ ୨୨ ଓ ୨୩ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading