ମଦନପୁର କଲେଜରେ ବନ ମହୋତ୍ସବ

blank
ପଟ୍ଟାମୁଣ୍ଡାଇ ତା ୧୧/୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର କଲେଜ ରେ ବନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । କଲେଜର ୟୁଥ ରେଡକ୍ରସ ସଂଯୋଜକ ଅଧ୍ୟାପକ ପୁଷ୍ପ କୁମାର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କଲେଜ ଅଧକ୍ଷ ଶ୍ରୀମନ୍ତ କୁମାର ଉପାଧ୍ୟାୟ ମୁଖ୍ୟଅତିଥି,ସାମ୍ବାଦିକ ଭାସ୍କର ରାଉତରାୟ ମୁଖ୍ୟବକ୍ତା ଓ ପ୍ରାଧ୍ୟାପକ ସବ୍ୟସାଚୀ ତ୍ରିପାଠୀ, ତ୍ରିପାଠୀ,ପ୍ରାଧ୍ୟାପକ ଦିଲ୍ଲୀପ ମହାପାତ୍ର,ପ୍ତାଧ୍ୟାପକ ଗୌରାଙ୍ଗ ପଣ୍ଡା ପ୍ରାଧ୍ୟାପକ ଅରୁଣ ଦାଶ,ପ୍ରାଧ୍ୟାପକ ଶୁଭକାନ୍ତ ନାୟକ ଅଧ୍ୟାପିକା ରଶ୍ମିରାଣୀ ପ୍ରଧାନ, ଅଧ୍ୟାପିକା ଦିପ୍ତିମୟୀ ସ୍ୱାଇଁ ଓ ପ୍ରଦୀପ ଦାସ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ବନ ମହୋତ୍ସବର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।  ଏଇ ଅବସରରେ କଲେଜ ଅଧକ୍ଷ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ କଦମ୍ବ, ଆକାଶୀ, ଡାଳିମ୍ବ, ବଉଳ ପ୍ରଭୃତି ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୁରୁ ଚରଣ ବରାଳ ଓ ସୁଧୀର ବେହେରାଙ୍କ ସମେତ ୟୁଥ ରେଡକ୍ରସ ସଦସ୍ୟମାନେ ପରିଚାଳନା କରିଥିଲେ।

Next Post

ପରିତ୍ୟକ୍ତ ଗୃହରୁ ରାତ୍ର ଜଗୁଆଳିଙ୍କ ମୃତ ଦେହ ଉଦ୍ଧାର। ସୁପରିକଳ୍ପିତ ହତ୍ୟାକାଣ୍ଡ ସନ୍ଦେହ।

Fri Jul 11 , 2025
ଡେରାବିଶ ୧୧/୭-ବେବର୍ତ୍ତା ଅଜୟ ଦାଶ – କେନ୍ଦ୍ରାପଡା ସଦର ଥାନା ଦାନପୁର ପଞ୍ଚାୟତ ଦୋହଳୀ ମିନି ଷ୍ଟାଡିୟମ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।ମୃତକ ଜଣକ ଏହି ପଞ୍ଚାୟତ କେଶରପୁର ଗ୍ରାମର ପ୍ରମୋଦ କୁମାର ସେଠୀ ବୋଲି ଚିହ୍ନଟ କରାଯାଇଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗରୁରୁ ପ୍ରକାଶ ଯେ ଦାନପୁର ପଞ୍ଚାୟତ କେଶରପୁର ଗ୍ରାମର ସ୍ୱର୍ଗତ କୃଷ୍ଣଚନ୍ଦ୍ର ସେଠୀଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading