ପଟ୍ଟାମୁଣ୍ଡାଇ ଠିକାଦାର ସଂଘର ସାଧାରଣ ବୈଠକ

blank
ପଟ୍ଟାମୁଣ୍ଡାଇ ୧୪/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସପାଲଟି ଠିକାଦାର ସଂଘ ପକ୍ଷରୁ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରେ ରବିବାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବରିଷ୍ଠ ଠିକାଦାର ରତ୍ନାକର ପ୍ରଧାନଙ୍କ ସଭାପତିତ୍ୱରେ ସଭା ପରିଚାଲନା କରାଯାଇଥବା ବେଳେ ସଂଘର ବହୁ କର୍ମକର୍ତା ଏବଂ ସଦସ୍ୟମାନେ ଉପସ୍ଥିତ ରହି ସଂଘକୁ ଅଧିକ ଶକ୍ତିଶାଳୀ ଏବଂ ସୁସଙ୍ଗଠିତ କରିବା ନିମନ୍ତେ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ମୁଖ୍ୟତଃ ଟେଣ୍ଡର କାମରେ କେହି ଲେସ୍‌ରେ ଟେଣ୍ଡର ନପକାଇବା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଅୟୋଜିତ ବୈଠକରେ ବରିଷ୍ଠ ଠିକାଦାର ରାଜେନ୍ଦ୍ର ସାହୁ, ଭୁବନମୋହନ ସିଂ, ଅଧିର ସାହୁ, ପ୍ରମୋଦ ପତି, ସରୋଜ ସାମଲ, ରମାକାନ୍ତ ବିଶ୍ୱାଳ, ସୁବାଷ ଭୋଳ, ବାପୁଜୀ ପାତ୍ର, ଦିଲ୍ଲୀପ ଜେନା, ମନୋମୋହନ ରାଉତ ପ୍ରମୁଖ ଯୋଗ ଦେଇ କୌଣସି ବିଭାଗରେ ଟେଣ୍ଡର ବି ସ୍ପେଶାଲ ଶ୍ରେଣୀଭୁକ୍ତ- ଏ,ବି,ସି,ଡିର ଠିକାଦାରମାନେ ସିଡ୍ୟୁଲ ରେଟରେ ଟେଣ୍ଡର ପକାଇବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତିି ହୋଇଥିଲା । ଏହାପରେ ମାସକୁ ଥରେ ବୈଠକ କରିବା ଓ ଏହି ବୈଠକରେ କାମର ପୁଙ୍ଖାନୁପୁଙ୍ଖ କରାଯାଇ ପ୍ରସ୍ତାବ ଗୃହୀତ କରାଗଲା । ଜିଲା ବାହର ଠିକାଦାରମାନେ ସିଡୁଲ ରେଟରେ ଟେଣ୍ଡର ପାକାଇବାକୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ୧୦୦ରୁ ଉର୍ଦ୍ଧ୍ୱ୍ଧ ଠିକାଦାର ଯୋଗଦେଇ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତିଜ୍ଞା ନେଇଥିଲେ ।

Next Post

ଗୋପାଳଜୀୟୁ ମନ୍ଦିରରେ ବ୍ରାହ୍ମଣମହାସଭା

Sun Dec 14 , 2025
କେନ୍ଦ୍ରାପଡ଼ା,୧୪ା୧୨: ଗୋପାଳଜୀୟୁ ମନ୍ଦିର ପରିସରରେ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ବ୍ରାହ୍ମଣ ମହାସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଥମେ ପ୍ରାକ୍ତନ ସଭ୍ୟ ସ୍ୱର୍ଗତ ଦାମୋଦର ତ୍ରିପାଠୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲ । କେନ୍ଦ୍ରାପଡା ବ୍ଲକ ସଂପାଦକ ପଣ୍ଡିତ ହରେକୃଷ୍ଣ ପତି ବେଦପାଠ କରିଥିଲେ ଓ ଆଜିର ବୈଠକର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ବ୍ରାହ୍ମଣ ସମାଜର ସଂପାଦକ ପଣ୍ଡିତ କିଶୋର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading