କେନ୍ଦ୍ରାପଡ଼ା,୧୧ା୫ :ଯୁଦ୍ଧ ବିରତି ପାଇଁ ଦୁଇଦେଶ ରାଜି ହେବା ପରେ ଏହାକୁ ଉଲ୍ଲଙ୍ଘନ କରି ପାକିସ୍ତାନ ଭାରତ ସୀମାକୁ ଗୁଳି ବର୍ଷା କରିଥିଲା। ପାକିସ୍ତାନର ଏହି ଯୁଦ୍ଧ ବିରତି ଉଲ୍ଲଙ୍ଘନକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଓ ମହାକାଳପଡା ବ୍ଲକକୁ ଛୁଉଁଥିବା ସମୁଦ୍ର ଉପକୂଳରେ କୈାଣସି ଅନୁପ୍ରବେଶ ଆଶଙ୍କା କରି ଜିଲ୍ଲା ପୋଲିସ ମୁଖ୍ୟାଳୟର ନିର୍ଦେଶରେ ଉଭୟ ବ୍ଲକର ସାମୁଦ୍ରିକ ଥାନା(ତାଳଚୂଆ, […]

କଶ୍ମୀର ୧୦/୫- ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣାର କିଛି ଘଣ୍ଟା ମଧ୍ୟରେ, ପାକିସ୍ତାନ ପୁଣି ଥରେ ତାର ଅସଲ ଚେହେରା ଦେଖାଇଛି। ପାକ୍ ପୁଣି ଭାରତ ଉପରେ ଡ୍ରୋନ ଆଟାକ୍ କରିଛି। ପାକିସ୍ତାନ ଏଲଓସି ଉପରେ ପୁଣି ଗୁଳି ଚଳାଇଛି। ଯାହାର ଜବାବ ମଧ୍ୟ ଦେଇଛି ଭାରତୀୟ ସେନା। ଜମ୍ମୁର ଅନେକ ଅଞ୍ଚଳରେ ପାକିସ୍ତାନ ଗୁଳି ଚଳାଇଛି। କିଛି ସମୟ ପୂର୍ବରୁ ଅସ୍ତ୍ରବିରତି ହୋଇଥିଲା। ଏନେଇ ସରକାର ଖବରଦାତା ସମ୍ମିଳନୀ କରି […]

କେନ୍ଦ୍ରାପଡ଼ା,୧୦ା୫: ଜଣେ ପିତୃମାତୃହୀନ ନେପାଳୀ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ପରେ ତାଙ୍କର ବିଭାଘର କରାଇଛନ୍ତି କେନ୍ଦ୍ରାପଡ଼ା ସହରର ସ୍ୱେଚ୍ଛାସେବୀ ସେକ ଲିଆକତ ହୋସେନ। ଯୁବତୀଜଣଙ୍କ ହେଉଛନ୍ତି ଲଳିତା କୁମାରୀ ଓଲି (୨୯)। ସୂଚନା ଅନୁଯାୟୀ ଯୁବତୀ ଜଣଙ୍କୁ ମାତ୍ର ୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମା’ଙ୍କର ଦେହାନ୍ତ ହୋଇଯାଇଥିଲା। ଯୁବତୀଙ୍କ ଘର ନେପାଳର କାଠମାଣ୍ଡୁରେ। ତାଙ୍କ ବାପା ଶେର ବାହଦୂର କେନ୍ଦ୍ରାପଡ଼ାରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ […]

ପଟ୍ଟାମୁଣ୍ଡାଇ ୧୦/୦୫ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତି ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ପୌରହିତରେ ଆୟୋଜିତ ଏହି ଲୋକଅଦାଲତରେ ପ୍ରି-ଲିଟିଗେସନ ୮ ଟି ମାମଲା ଫଇସାଲା ହୋଇ ୧ ଲକ୍ଷ ୫୮ ହଜାର ୫୦୦ ଆଦାୟ ହୋଇଥିଲୋ । ସେହିପରି ପୂର୍ବ […]

ପଟ୍ଟାମୁଣ୍ଡାଇ ୧୦/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠର ୧୯୮୦ ବ୍ୟାଚ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଚନ୍ଦନନଗର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ଓ ଅନ୍ୟାନ୍ୟ ବିଭିନ୍ନ ସ୍କୁଲର କୃତି ପ୍ରତିଭାବାନ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । ଚନ୍ଦନନଗର ପି ଏଲ ବିଦ୍ୟାପୀଠ ଠାରେ ବରିଷ୍ଠ ସାମ୍ବାଦିକ ଭାସ୍କର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର […]

କେନ୍ଦ୍ରାପଡା ୧୦/୫:  କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଶନିବାର କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିବା ସହିତ କଲେଜ ଅଧ୍ୟକ୍ଷଙ୍କ ସହ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟତଃ ଜମି ସମସ୍ୟା, କଲେଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, କିଛି ନୂତନ ପ୍ରକଳ୍ପ ଓ ଏକ ବିଜ୍ଞାନ ରିସର୍ଚ୍ଚ ଲ୍ୟାବର ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଥିଲା । କଲେଜର ବିଭିନ୍ନ ସମସ୍ୟା […]

କେନ୍ଦ୍ରାପଡ଼ା,୧୦ା୫: ଭାରତୀୟ ବୀର ସୈନିକମାନଙ୍କୁ ଉତ୍ସାହିତ କରିବା ପାଇଁ ଆସନ୍ତା କାଲି ମେ ୧୧ ତାରିଖ ରବିବାର ସମଗ୍ର ରାଜ୍ୟରେ ଜନଶୋଭାଯାତ୍ରା ଆୟେଜେିତ ହେବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଶୋଭାଯାତ୍ରା ସକାଳ ୮ ଟାରୁ ଆରମ୍ଭ ହୋଇ ୧୦ଟା ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଭାସି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟସ୍ତରୀୟ ଶୋଭାଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭ ଉଦ୍‌ଘାଟନ […]

ନୂଆଦିଲ୍ଲୀ ୧୦/୫- ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଶାନ୍ତି ପାଇଁ ସହମତ ହୋଇଛନ୍ତି। ଆମେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କଲୁ, ଏବଂ ଆମେ ଏଥିରେ ସଫଳ […]

କେନ୍ଦ୍ରାପଡା ୧୦/୫- ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଦେଶ ସାରା ସମ୍ବେଦନଶୀଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ହେଲେ ଶୁକ୍ରବାର ଅପରାହ୍ନରେ ବଙ୍ଗୋପସାଗର କୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନିତି ଗୋଚ୍ଛାୟତପଡ଼ାର ମତ୍ସ୍ୟଜୀବୀ ଶ୍ରୀମନ୍ତ ଗୋଚ୍ଛାୟତ(୪୦) ସମୁଦ୍ରରେ ଜାଲ […]

  ନୂଆଦିଲ୍ଲୀ ୧୦/୫- ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏବେ ପାକିସ୍ତାନ ସେନା ସିଧାସଳଖ ଯୁଦ୍ଧ ଘୋଷଣା କରିଛି। ଅଲ ଜାଜିରା ଅନୁଯାୟୀ, ପାକିସ୍ତାନୀ ସେନା କହିଛି ଯେ ‘ଆମେ ଭାରତ ସହିତ ଯୁଦ୍ଧ ସ୍ଥିତିରେ ଅଛୁ।’ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ପୂର୍ବରୁ କହିସାରିଛନ୍ତି ଯେ ଭାରତ ସହିତ ଯୁଦ୍ଧ ଏବେ ନିଶ୍ଚିତ। […]

Breaking News