
ପଟ୍ଟାମୁଣ୍ଡାଇ ୧୫/୭ -ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଇଂଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।ଯାହାକୁ ନେଇ ସାରା ଓଡ଼ିଶାରେ ଉତେଜନା ବଢିବାରେ ଲାଗିଛି । ନିର୍ଯ୍ୟାତୀତା ଛାତ୍ରୀଙ୍କୁ ନ୍ୟାୟ ପାଇଁ ଚାରୀଆଡେ ପ୍ରତିବାଦ ଜାରି ରହିଥିବା ବେଳେ ପଟ୍ଟାମୁଣ୍ଡାଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ କଲେଜ ଗେଟ୍ ସାମ୍ନାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଇସ୍ତଫା ଦାବୀରେ ନାରା ବାଜି କରାଯାଇଛି। କଲେଜ ଗେଟରେ ତାଲା ପକାଇ ଏହି ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା ।
ବାଲେଶ୍ୱର ଏଫଏମ କଲେଜ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇଥିବା ଛାତ୍ରୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଯାହା ସାରା ଦେଶବାସୀକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ, ଭାଜପା ସରକାରଙ୍କୁ ଘେରିବା ସହ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ଚାରିଆଡେ ଉତେଜନା ବଢି ଚାଲିଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଇସ୍ତଫା ଦାବୀରେ ନାରା ବାଜି କରାଯାଇଛି। ପଟ୍ଟାମୁଣ୍ଡାଇ ଯୁବ ବିଜେଡି ସଭାପତି ଆଶୋକ ଧଳଙ୍କ ନେତୃତ୍ୱରେ ଦେବ ନାୟକ, ଯୁବନେତା ବାବନ ସାହୁ, ଛାତ୍ର ବିଜେଡ଼ି ସଭାପତି ଦେବାଶିଷ ନାୟକ, ଚନ୍ଦ୍ରଶେଖର ରାଉତ, ଛାତ୍ରନେତା ବିପୁଲ ପାଢ଼ୀ, କ୍ୟାମ୍ପସ ସଭାପତି ଅନମୋଲ ରାଉତ, ଜ୍ୟୋତି ପ୍ରକାଶ ସାମଲ, ଆଶୁତୋଷ ସାମଲ, ସୌଭାଗ୍ୟ ଦାଶ, ପ୍ରଦୀପ ବିଶ୍ୱାଳ, ସୌରଭ ନାୟକ, ଅଭିରାମ ସ୍ୱାଇଁ, ଅସୀମ ମହାନ୍ତି, ସୁବୋଧ ମଲ୍ଲିକ ସମେତ ବହୁ ଯୁବ ଓ ଛାତ୍ର ବିଜେଡିର କର୍ମକର୍ତା କଲେଜ ଗେଟ୍ ସାମ୍ନାରେ ଟାୟାର ଜାଳି ନ୍ୟାୟ ଦାବିରେ ବସିଥିଲେ । ଅପାରଗ ସରକାର ରାଜ୍ୟରେ କଲେଜ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ବୋଲି ସେମାନେ ଅଭିଯୋଗ ଆଣିଥିଲେ । ରାଜ୍ୟରେ ନାରୀ ନିର୍ଯାତନା ଦିନକୁ ଦିନ ବଢିବାରେ ଲାଗିଛି। ନାରୀ ଅସୁରକ୍ଷିତ ହୋଇ ପଡିଥିବା ବେଳେ ସେମାନଙ୍କ ନ୍ୟାୟ ପ୍ରଦାନ କରାଯାଉ ନାହିଁ ବୋଲି ସେମାନେ ସ୍ୱର ଉଠାଇଛନ୍ତି ।
