ସୁବଳପୁର ସ୍ପରରୁ ପଥର ଖସୁଛି,ସୁରକ୍ଷା ବିପନ୍ନ

ସ୍ପର ଉପରେ କୁମ୍ଭୀର ଦେଖି ଲୋକେ ଭୟଭୀତ
blank

ପଟ୍ଟାମୁଣ୍ଡାଇ ୧୪/୭-ବ୍ରାହ୍ମଣୀ ବନ୍ୟା ଯୋଗୁଁ ଦୀର୍ଘ ୭ଦିନ ବ୍ୟାପି ଧୋୟାଞ୍ଚଳର ଚାଷଜମି ଜଳମଗ୍ନ ହେବା ଫଳରେ ବ୍ୟାପକ ଫସଲ ହାନୀ ଘଟିଛି । ବନ୍ୟା ଜଳ ବିଭିନ୍ନ ସ୍ଥାନରେ ଜମି ରହିବା ଫଳରେ ପରିବେଶ ଦୂଷିତ ହୋଇଛି । ଯାହାଫଳରେ ଜର, ଥଣ୍ଡା,କାଶ ଝାଡା,ବାନ୍ତି ଆଦି ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି । ପାନୀୟ ଜଳ ଉତ୍ସ ବୁଡି ଯାଇଥିବାରୁ ବିଶୁଦ୍ଧ ପାନୀୟ ଜଳ ପାଇବା କଷ୍ଟକର ହୋଇଛି । ବିଭିନ୍ନ ଗାଁ ରାସ୍ତା ଓ ଖାଲୁଆ ରାସ୍ତା ବୁଡି ଯାଇଥିବାରୁ ଯାତାୟାତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି । ଧୋୟା ଞ୍ଚଳର ବିଭିନ୍ନ ଦୁର୍ଗମ ଅଂଚଳରେ ଲୋକମାନେ ଡ଼ଙ୍ଗା ସାହାଯ୍ୟରେ ଯାତାୟାତ କରୁଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ ପଂଚାୟତର ବ୍ରାହ୍ମଣୀ ନଦୀ କୂଳରେ ଥିବା ସୁବଳପୁର ବନ୍ୟା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି । ବନ୍ୟା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ନଦୀ କୂଳରେ ଥିବା ସ୍ପର ମଧ୍ୟରୁ ପଥର ଖସିବା ଆରମ୍ଭ କରିଛି । ଫଳରେ ନଦୀ କୂଳରେ ଥିବା ଲୋକମାନଙ୍କ ସୁରକ୍ଷା ବିପନ୍ନ ହୋଇଛି । ବ୍ରାହ୍ମଣୀ ନଦୀ କୂଳରେ ପ୍ରାୟ ୪୫ଟି ପରିବାର ବସବାସ କରୁଛନ୍ତି । ସ୍ପର ମଧ୍ୟରୁ ପଥର ଖସିବା ଦ୍ୱାରା ସୁରକ୍ଷା ବିପନ୍ନ ହୋଇ ଥିବାରୁ ଲୋକମାନେ ଚିନ୍ତାରେ ଥିବା ବେଳେ ବନ୍ୟା ଯୋଗୁଁ ବ୍ୟାପକ ଫସଲହାନୀ ଚିନ୍ତାକୁ ଅଧିକ ବଢ଼ାଇ ଦେଇଛି । ବନ୍ୟା ସମୟରେ ଗୋଟିଏ ବଉଳା କୁମ୍ଭୀର ପ୍ରାୟ ସମୟ ସ୍ପର ଉପରେ ଶୋଇ ରହିବା ଦେଖାଯାଉଛି । ସୁବଳପୁର ଗ୍ରାମର ଛବି ଜେନା କୁମ୍ଭୀର ଆକ୍ରମଣରୁ ଅଳ୍ପକେ ବର୍ତି ଯାଇଛନ୍ତି । କୁମ୍ଭୀର ପ୍ରାୟ ଚଳପ୍ରଚଳ କରୁଥିବା ନେଇ ନିରଞ୍ଜନ ଦାସ, ଭରତ ଦାସ, ଧରଣୀ ଦାସ, କାଳନ୍ଦୀ ଦାସ ଓ ବନମାଳୀ ଦାସ ପ୍ରମୁଖ ବହୁ ଲୋକ ଦେଖିଥିବା ପ୍ରକାଶ କରିଛନ୍ତି । ନଦୀ କୂଳରେ ସୁରକ୍ଷା ବାଡ଼ ନଥିବାରୁ କୁମ୍ଭୀର ଚଳପ୍ରଚଳ ନେଇ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ସବୁ ଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ବନ୍ୟା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତ ର ସିଂହଗାଁ, କୃଷ୍ଣଦାସପୁର ରାଉଳିଆଡିଆ, ପାଣିସାଉଁଳିଆ ଆଦି ଅଂଚଳର ଶହ ଶହ ଏକର ଚାଷ ଜମି ବୁଡି ରହିଛି । ବନ୍ୟାର ଏକ ସପ୍ତାହ ପରେ ବି କୃଷ୍ଣ ଦାସପୁର – ସିଂହଗାଁ ମୁଖ୍ୟ ରାସ୍ତା ବନ୍ୟା ପାଣିରେ ବୁଡି ରହିଛି । ସେହିପରି ତରଡ଼ିପାଳ ପଂଚାୟତ ତରଡ଼ିପାଳ ଗୋପାଳପୁର, ପୋଖରୀକୁଳ ଆଦି ଅଂଚଳର ଚାଷ ଜମି ଜଳମଗ୍ନ ରହିଛି । ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ,ଶାସନ,ସେଠୀସାହି, ଜେନାସାହି, ପାହାନ୍ତାସିଂହ ସାହିର ଚାଷଜମି ଗୁଡିକ ଜଳମଗ୍ନ ରହିଛି ତରଡ଼ିପାଳ ପଂଚାୟତର ଜେନାସାହି, ବିଶ୍ୱାଳ ସାହି, ନାଥସାହି, ମଳିକସାହି,ଘାଗରା ଡିଆ, ପେଣ୍ଠପାଳ ପଂଚାୟତର କୂଳସାହି, କୋଳଥିଆ, ବାଲିକିରା, ଦାଣ୍ଡିସାହି,ଅଣ୍ଢରା ପଂଚାୟତର ବ୍ରହ୍ମପୁର,ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଂଚାୟତର ନୂଆଡିଆ, ଜଗନ୍ନାଥପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଂଚାୟତର ଫୁଲପାଟଣା ଆଦି ଅଂଚଳର ଶହ ଶହ ଏକର ଚାଷଜମି ଦୀର୍ଘ ଦିନ ହେବ ବନ୍ୟା ଜଳରେ ବୁଡି ରହିବା ଫଳରେ ବ୍ୟାପକ ଫସଲହାନ ଘଟିଛି । ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ଚାଷଜମି ବନ୍ୟା ଜଳରେ ବୁଡି ରହିବା ଫଳରେ ବ୍ୟାପକ ଫସଲହାନୀ ଘଟିଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, କଷଣଅଣ୍ଟା, ତଳବାଲିପଡ଼ା, ସିଦ୍ଧପାଟଣା, ବଳଦେବନଗର, ତନୁପୁର, ନନ୍ଦିନୀନଗର, କାକୁଡିପଲ୍ଲୀ, ନୂଆଗାଁ ଅଳଭା, ଷଣ୍ଢପଲ୍ଲୀ ଆଦି ଅଂଚଳର ଚାଷ ଜମି ଦୀର୍ଘ ୭ ଦିନ ଧରି ବନ୍ୟା ଜଳରେ ବୁଡି ରହିବା ଫଳରେ ବିଭିନ୍ନ ଫସଲ ହାନୀ ଘଟିଛି ।ବହୁ ପରିଶ୍ରମ କରି ଫସଲ କରୁଥିବା ଚାଷୀମାନେ ବ୍ୟାପକ ଫସଲହାନୀ ଯୋଗୁଁ ଚିନ୍ତିତ ହୋଇପଡିଛନ୍ତି । ବନ୍ୟା ପାଣିରେ କଖାରୁ, ପୋଇ, କଲରା ଓ ଟମାଟର ଆଦି ପନି ପରିବା ପଚି ନଷ୍ଟ ହୋଇଯାଇଛି । ବନ୍ୟା ପାଣି ଘେରରେ ଥିବା ପନିପରିବା ନଷ୍ଟ ହେବା ଫଳରେ ଚାଷୀ ମାନେ ପରିବା ତୋଳି ଆଣି ଅଦର ଦରରେ ବିକ୍ରି କରୁଛନ୍ତି । ବନ୍ୟା ଯୋଗୁଁ ବ୍ୟାପକ ଫସଲ ହେବା ଯୋଗୁଁ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି । ଗୃହପାଳିତ ପଶୁମାନେ ଚରିବାକୁ ଯାଇ ନପାରି ଅସୁବିଧାରେ ଅଛନ୍ତି । ଧୋୟାଞ୍ଚଳର ଲୋକମାନେ ବନ୍ୟା ଯୋଗୁଁ ବ୍ୟାପକ ଫସଲହାନୀ ଫଳରେ ଚିନ୍ତିତ ଥିବାବେଳେ ବିଭିନ୍ନ ଅଂଚଳରେ ବ୍ରାହ୍ମଣୀ ନଦୀ ମଧ୍ୟରେ କୁମ୍ଭୀର ଦେଖା ଦେଉଥିବାରୁ ଲୋକମାନେ ବନ୍ୟାପାଣିରେ ପଶି ଯାତାୟାତ କରିବାକୁ ଭୟ କରୁଛନ୍ତି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ବନ୍ୟାରେ କ୍ଷତିଗସ୍ତ ଚାଷୀଙ୍କୁ ସହାୟତା କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Next Post

ଏଫଏମ କଲେଜ ଛାତ୍ରୀଙ୍କ ମତ୍ୟୁ ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ କଲେଜ ଆଗରେ ବିକ୍ଷୋଭ

Tue Jul 15 , 2025
ପଟ୍ଟାମୁଣ୍ଡାଇ ୧୫/୭ -ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଇଂଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।ଯାହାକୁ ନେଇ ସାରା ଓଡ଼ିଶାରେ ଉତେଜନା ବଢିବାରେ ଲାଗିଛି । ନିର୍ଯ୍ୟାତୀତା ଛାତ୍ରୀଙ୍କୁ ନ୍ୟାୟ ପାଇଁ ଚାରୀଆଡେ ପ୍ରତିବାଦ ଜାରି ରହିଥିବା ବେଳେ ପଟ୍ଟାମୁଣ୍ଡାଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ କଲେଜ ଗେଟ୍ ସାମ୍ନାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading