ବଡପଡା ଛାତ୍ରୀ ପୋଡି ଘଟଣା , ପିସିସି ତଥ୍ୟ ଅନୁସନ୍ଧାନକାରୀ କମିଟି ଭେଟିଲା ଏସପିଙ୍କୁ

blank

କେନ୍ଦ୍ରାପଡ଼ା,୭ା୮:ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଞ୍ଚାୟତର କାଠିଆପଡା ଗ୍ରାମରେ ପ୍ରଦେଶ କଂଗ୍ରେସ କମିଟିର ତଥ୍ୟ ଅନୁସନ୍ଧାନକାରୀ କମିଟି ପହଞ୍ଚି ନିଆଁରେ ପୋଡି ମୃତ୍ୟୁବରଣ କରିଥିବା ଛାତ୍ରୀ ପି ଡି ସଂଗୀତାଙ୍କ ପରିବାରକୁ ଭେଟି ଏହି ସମବେଦନଶୀଳ ମାମଲାର ଅନୁଧ୍ୟାନ କରିଥିଲେ । ପି ସି ସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶରେ ପି ସି ସି ଉପସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ଗଠିତ ତଥ୍ୟ ଅନୁସନ୍ଧାନକାରୀ ଦଳରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ, ମନୀଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ମଧୁସ୍ମିତା ଆଚାର୍ଯ୍ୟ, ଅମ୍ରିତା ଦାସ ଓ ପି ସି ସି କୋଷାଧକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା କଂଗ୍ରେସ ପ୍ରାର୍ଥୀ ଇଂ ସିଦ୍ଧାର୍ଥସ୍ୱରୁପ ଦାସ, ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ପ୍ରଦୀପ ପ୍ରଧାନ, ଦିଲୀପ ପ୍ରଧାନ, ଆଶିଷ ଲେଙ୍କା ପ୍ରମୁଖ କାଠିଆପଡା ଗ୍ରାମରେ ପହଞ୍ଚି ମୃତା ଛାତ୍ରୀଙ୍କ ବାପା ଶଶିକାନ୍ତ ପରିଡାଙ୍କୁ ଭେଟି ଆଲୋଚନା କରିଥିଲେ। ଏଥିସହିତ ଚଳିତ ସରକାରରେ ମହିଳା ଓ ଛାତ୍ରୀମାନେ ସୁରକ୍ଷିତ ନୁହଁନ୍ତି, ପୋଲିସ ଓ ପ୍ରଶାସନର ଅବହେଳା ପାଇଁ ନିର୍ଯ୍ୟାତିତା ଛାତ୍ରୀଜଣକର ଅମୂଲ୍ୟ ଜୀବନ ଯାଇଛି ବୋଲି ଅଭିଯୋଗ କରି ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ତଥ୍ୟ ଅନୁସନ୍ଧାନକାରୀ କମିଟି ପଟ୍ଟାମୁଣ୍ଡାଇର ବଡପଡାରୁ ଫେରି ଜଜାଙ୍ଗସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହିତ ଏଥିରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

Next Post

ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ରକୁ ଆସିଲା ପାଟରାକ୍ଷୀ

Thu Aug 7 , 2025
କେନ୍ଦ୍ରାପଡ଼ା,୭ା୮:ଶ୍ରୀକ୍ଷେତ୍ର ପୁରୀରୁ ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ପାଇଁ ପାଟରାକ୍ଷୀ ଆସିଛି। ଆମ ସଂସ୍କୃତିର ଅନନ୍ୟ ପର୍ବ ହେଉଛି ପବିତ୍ର ରକ୍ଷା ବନ୍ଧନ। ଏହି ଦିନରେ ସମସ୍ତ ଭଗିନୀମାନେ ତାଙ୍କ ଭାଇଙ୍କ ହସ୍ତରେ ରକ୍ଷା ବନ୍ଧନ କରିଥାନ୍ତି। ଶ୍ରୀବଳଭଦ୍ର ମହାପ୍ରଭୁ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ମା’ ସୁଭଦ୍ରା ରକ୍ଷା ବନ୍ଧନ କରିଥାନ୍ତି। ଏହି ଦିନ ମଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମ ଦିବସ। ପୁରୀ ଶ୍ରୀକ୍ଷେତ୍ରରୁ ମା’ ସୁଭଦ୍ରା ପ୍ରତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading