କେନ୍ଦ୍ରାପଡ଼ା,୨୧ା୫ : +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ମାର୍ଶାଘାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଛାତ୍ରୀ ଅସୀମା ଦାସ ମୋଟ ୫୭୨ମାର୍କ ଅର୍ଥାତ ୯୫.୩ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ଅସୀମା ହେଉଛନ୍ତି ମାର୍ଶାଘାଇ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ଦୀପକ କୁମାର ଦାସ ଓ ଅନ୍ନପୂର୍ଣ୍ଣା ଦାସଙ୍କ କନିଷ୍ଠା କନ୍ୟା। ଅସୀମା ମୁଳରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ସେ ମାଟ୍ରିକ ପରୀକ୍ଷାରେ ମଧ୍ୟ […]

କେନ୍ଦ୍ରାପଡ଼ା,୨୧ା୫ : +୨ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମଗ୍ରିକ ଭାବେ +୨ ପାସ ହାର ୯୪ପ୍ରତିଶତ ରହିଛି। ବିଦ୍ୟାଳୟର +୨କଳାରେ ମୋଟ ୩୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୮୧ଜଣ, ଦ୍ୱିତୀୟ ଶ୍ରେଣୀରେ ୭୮ଜଣ ଓ ତୃତୀୟ ଶ୍ରେଣୀରେ ୯୩ଜଣ ପାସ କରିଛନ୍ତି। ୨୬ଜଣ ଫେଲ ହୋଇଥିବା ବେଳେ ମୋଟ ୩୫୨ଜଣ ପାସ କରିଛନ୍ତି। ବିଦ୍ୟାଳୟର କଳାରେ ପାସ […]

କେନ୍ଦ୍ରାପଡ଼ା,୨୦ା୫:କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଦଦୁଆ ଗ୍ରାମର ଶ୍ରୀଧର ନାୟକ ବିଜେପିରେ ମିଶିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏ ନେଇ ଶ୍ରୀଧରଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଅଭିଯୋଗ କରାଯାଇଛି। ଗୁରୁତର ଅବସ୍ଥାରେ ଶ୍ରୀଧରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କୁ ସାବଳ ଓ ଭୁଜାଲିରେ ଆକ୍ରମଣ କରାଯାଇଥରବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି […]

ପଟ୍ଟାମୁଣ୍ଡାଇ ତା୨୦/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜର ଅନ୍ୟତମ ପ୍ରତିଷ୍ଠାତା ପ୍ରଫେସର ଗୟାଧର ରାଉତଙ୍କ ୮ମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଲେଜ ପରିସରରେ ଅଧକ୍ଷ ଡ଼ଃ ଗୌରୀକୁମାର ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ନିରଞ୍ଜନ ବାରିକ, ଅଧ୍ୟାପକ ଦିଲ୍ଲୀପ କୁମାର ମଲ୍ଲିକ, ଅଧ୍ୟାପକ ଶିବ ଚରଣ ଦାସ, ଡି ଇ ଓ ଦୈତାରୀ ନାୟକ, ବିଜୟ ଜୁମର ରାଉତ, ମନୋଜ […]

ପଟ୍ଟାମୁଣ୍ଡାଇ ୨୦/୫- ଆକାଶଛୁଆଁ, ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ଶ୍ରମିକମାରଣ ନୀତି ସର୍ବୋପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଏଆଇସିସିଟିୟୁ ଜିଲ୍ଲା କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ଆଂଚଳିକ କମିଟି ସହଯୋଗରେ ପଟ୍ଟାମୁଣ୍ଡାଇ ବାଇପାସ ଆମ୍ବେଦକର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ମହାବୀର ବଜାର ପାର୍ଟି ଅଫିସରୁ ଦଳର କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା […]

ପଟ୍ଟାମୁଣ୍ଡାଇ ୨୦/୫- ପଟ୍ଟାମୁଣ୍ଡାଇ କୋର୍ଟର ନୂତନ ସିନିଅର ଡିଭିଜନ ସିଭିଲ ଜଜ୍ ଭାବେ ଅଭିଜ୍ଞ ବିଚାରପତି ଅପୂର୍ବା ମହାନ୍ତି ଯୋଗ ଦେଇଅଛନ୍ତି । ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ଆଇନଜୀବି ପୂର୍ବତନ ଓକିଲ ସଂଘ ସଭାପତି ବିଜ୍ଞାନ ମିହିର ଜେନା, ଆଡ଼ଭୋକେଟ କ୍ଷୀରୋଦ ପ୍ରଧାନ, ପ୍ରମୋଦ ସାହୁ, ସୁଶୀଲ ଦାଶ, ସୌମ୍ୟରଞ୍ଜନ ଧଳ, ରାଜେନ୍ଦ୍ର ମିଶ୍ର, ଅଭିରାମ କୁଣ୍ଡ, ଭବାନୀ ଶଙ୍କର ପଣ୍ଡା, ରମେଶ ପରିଡା, ବିଦ୍ୟାଧର ଦାଶ, ଶରତ ମଲିକ […]

କେନ୍ଦ୍ରାପଡା,୨୦ା୫: କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ପ୍ରସିକ୍ୟୁସନ ଉପନିର୍ଦେଶକ ରବିନ୍ଦ୍ର କୁମାର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର ସଞ୍ଜୟ କୁମାର ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରସିକ୍ୟୁସନ ଉପନିର୍ଦେଶକ ଶ୍ରୀ ପଣ୍ଡାଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଫଟୋ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ପ୍ରସିକ୍ୟୁସନ […]

କେନ୍ଦ୍ରାପଡ଼ା,୨୦ା୫: କେନ୍ଦ୍ରାପଡ଼ା ଲ’ କଲେଜ୍ ଅନନ୍ତ ବଳିଆ ସେବାସଂଘ କେନ୍ଦ୍ରାପଡ଼ା ଶାଖା ଓ ଶ୍ରୀଜଗନ୍ନାଥ ସଙ୍କୀର୍ତ୍ତନ ମହାସଂଘର ମିଳିତ ଉଦ୍ୟମରେ କେନ୍ଦ୍ରାପଡ଼ା ଗୋପସ୍ଥିତ ଶ୍ରୀରାମ ମନ୍ଦିରଠାରେ ଏକ ଗଣମାଧ୍ୟମ ସାକ୍ଷାତକାର ଅନନ୍ତ ବଳିଆ ଟ୍ରଷ୍ଟର ବାବାଜୀ ପ୍ରଣବାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାକ୍ଷାତକାରରେ ପଦ୍ମଶ୍ରୀ ବାବା ବଳିଆଙ୍କ ଆଭିମୁଖ୍ୟ ଶାନ୍ତି, ସଦ୍‌ଭାବନା, ସଂହତି, ସଦାଚାର, କରୁଣା, ପ୍ରେମ ଆଜି ମଣିଷ ମନରୁ ଅପସରି ଯାଉଛି । […]

ପଟ୍ଟାମୁଣ୍ଡାଇ ୧୯/୫  – କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ସୋମବାର ପଟ୍ଟାମୁଣ୍ଡାଇ ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ସହକାରୀ ଜିଲ୍ଲାପାଳ ତୃପ୍ତି ମହାନ୍ତି, ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ, ବିଡ଼ିଓ ଅଶୋକ ମହାନ୍ତି, ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,, ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ପ୍ରମୁଖ ଯୋଗ […]

କେନ୍ଦ୍ରାପଡ଼ା,୧୯ା୫ : ଭାରତୀୟ କମ୍ୟୁନିଷ୍ଟ ପାର୍ଟ( ସି.ପି.ଆ.ଇ.)ର ଦୁଇଦିନିଆ ଦଶମ ଜିଲ୍ଲା ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଜିଲ୍ଲା ସହସାମ୍ପାଦକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଖୋଲା ଅଧିବେସନରେ ମୁଖ୍ୟଅତିଥି ଭାବେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପୂର୍ବତନ ବିଧାୟକ ସାଥି ଏନ.ନାରାୟଣ ରେଡ୍ଡୀ, ମୁଖ୍ୟବକ୍ତା ଭାବେ ସମ୍ପାଦକ ମଣ୍ଡଳୀ ସଭ୍ୟ ଡ. ପ୍ରଶାନ୍ତ ମିଶ୍ର, ଜିଲ୍ଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ, ମାର୍ଶାଘାଇ-ମହାକାଳପଡା ଜୋନ ସମ୍ପାଦକ ସାଥି ବିକାଶ […]

Breaking News