କେନ୍ଦ୍ରାପଡାରେ ମିଳିତ ବିରୋଧୀ ଦଳ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

blank
କେନ୍ଦ୍ରାପଡ଼ା,୧୫ା୭ :ବାଲେଶ୍ୱର ଫକିରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ଶୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ରାପଡ଼ାର ମିଳିତ ବିରୋଧୀଦଳଙ୍କ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ପୁରୁଣା ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରି ତିନିମୁହାଣିଛକ ପର୍ଯ୍ୟନ୍ତ ଯାଇ ସେଠାରେ ମୃତ ଛାତ୍ରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଏହି ଘଟଣାକୁ ନେଇ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ,ଯୁବକଂଗ୍ରେସ ପୂର୍ବତନ ସଭାପତି ସତ୍ୟପ୍ରିୟ ସାମଲ ସିପିଆଇ ନେତା ଆଇନ୍‌ଜୀବୀ ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ସିପିଆଇ(ଏମ)ନେତା ଗୟାଧର ଧଳ, ସମାଜସେବୀ ଡ. ଚୈତନ୍ୟ ଚରଣ ପରିଡ଼ା, ଛାତ୍ର କଂଗ୍ରେସ ନେତା ଉମେଶ ପାଢୀ, ଶ୍ରମିକ ନେତା ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାସ ପ୍ରମୁଖ ଯୋଗ ଦେଇ ଛାତ୍ରୀ ସøମ୍ୟାଶ୍ରୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କୁ ନିର୍ଯ୍ୟାତନା ଓ ଅପମାନର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଏହି ନିର୍ଯ୍ୟାତନା ସହି ନ ପାରି ଗତ ୧୨ ଜୁଲାଇ ୨୦୨୫ରେ ସେ ଆତ୍ମହୁତି କରିଥିଲେ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଗତକାଲି ରାତିରେ ମୃତ୍ୟୁବରଣ କରିଛନ୍ତି। ଏହା “ଆତ୍ମହତ୍ୟା ନୁହେଁ, ବରଂ ସରକାରୀ ଅବହେଳା ଓ ବ୍ୟବସ୍ଥାର ବିଫଳତା ଦ୍ୱାରା ପ୍ରାୟୋଜିତ ହତ୍ୟା” ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଦିକନ୍ଦ ରାଉଳ,ଏସ ୟୁ ସିଆଇ (କମ୍ୟୁନିଷ୍ଟ)ଜିଲ୍ଲା ସମ୍ପାଦିକା ଏଲିନା ସାମନ୍ତରାୟ ଛାତ୍ରକଂଗ୍ରେସ ସଭାପତି ଦିବ୍ୟରଞ୍ଜନ ରାଉତ, ରାଜମୋହନ ସ୍ୱାଇଁ, ରବି ବେହେରା, ଅମରେନ୍ଦ୍ର ଦାସ, ପ୍ରମୋଦ ରାଉତ, ଅବସରପ୍ରାପ୍ତ କର୍ମଚାରୀ ସଂଘରୁ ଅଜୟ ସାମଲ, ବୈଷ୍ଣବ ସ୍ୱାଇଁ, ଡ଼ଃ ଚୈତ୍ୟନ୍ୟ ପରିଡ଼ା, ଧୀରେନ ବେହେରା ,ସମ୍ୟ ରାଉତ, ଜ୍ୟୋତି ରାଉତ, ହୀରାମଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ

Next Post

୫ ସପ୍ତାହ ଧରି ଖରାପ ହୋଇ କେନ୍ଦ୍ରାପଡ଼ାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ମୁମ୍ବାଇ ଗଲା

Wed Jul 16 , 2025
କେନ୍ଦ୍ରାପଡ଼ା,୧୬ା୭: ଗତ ୫ ସପ୍ତାହ ଧରି କେନ୍ଦ୍ରାପଡ଼ାରେ ଖରାଫ ହୋଇ ପଡିଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବୁଧବାର ମରାମତି ନିମନ୍ତେ ମୁମ୍ବାଇକୁ ପଠାଯାଇଛି। ଏହାକୁ ଏକ କ୍ରେନ ସହାୟତାରେ ଟ୍ରଲର ଉପରେ ରଖାଯାଇ ମୁମ୍ବାଇ ନିଆଯାଇଛି। ସେଠାରେ ଏହାର ମରାମତି କରାଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅଧିକାରୀ ଜଣକ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁନମାସ ୯ ତାରିଖରେ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିଲେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading