
କେନ୍ଦ୍ରାପଡା ୧୪/୭- ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁର ନ୍ୟାୟ ଦାବିରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ରାପଡା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୌମ୍ୟାଶ୍ରୀଙ୍କୁ ଉଚିତ୍ ନ୍ୟାୟ କିପରି ମିଳିବ ଓ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦାବିରେ ସଭାପତି ଦିବ୍ୟ ରଞ୍ଜନ ରାଉତଙ୍କ ନେତୃତ୍ୱରେ କେନ୍ଦ୍ରାପଡାର ବହୁ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମିମାନେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବି କରିବା ସହିତ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାଟକୁରା ବିଧାୟକ ପାର୍ଥୀ ରତିକାନ୍ତ କାନୁନଗୋ, ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, କେନ୍ଦ୍ରାପଡ଼ା ବିଧାୟିକା ପାର୍ଥୀ ଡଃ ସିପ୍ରା ମଲ୍ଲିକ, ଆଳି ଯୁବ କଂଗ୍ରେସ ସଭାପତି ରାଜମୋହନ ସ୍ୱାଇଁ, ଆଳିବ୍ଲକ କଂଗ୍ରେସ ସଭାପତି ରବିନାରାୟଣ ବେହେରା, ଯୁବ ନେତା ଉମେଶ ପାଢ଼ୀ, ସୌମ୍ୟ ରାଉତ, ଜ୍ୟୋତି ପ୍ରକାଶ ରାଉତ, ହିମାଦ୍ରି ପତି ସମେତ ବହୁ ଛାତ୍ର ଓ ଯୁବକ ଉକ୍ତ ବିକ୍ଷୋଭ କର୍ଯ୍ୟକର୍ମରେ ଯୋଗ ଦେଇ ଥିଲୋ ।
