ବିପଦ ସଂକେତ ଉପରେ ବ୍ରାହ୍ମଣୀ ବନ୍ୟା, ବାହ୍ୟଜଗତରୁ ବିଛିନ୍ନ ଧୋୟାଞ୍ଚଳ, ସହାୟତା ପାଇଁ ଗଣେଶ୍ୱର ଓ ଧ୍ରୁବଙ୍କ ଦାବୀ

blank
ପଟ୍ଟାମୁଣ୍ଡାଇ ୩୦/୭ -ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ଦିତୀୟ ବନ୍ୟାର ୩/୪ ଦିନ ପରେ ମଧ୍ୟ ବନ୍ୟାଜଳ ବିପଦ ସଂକେତ ଉପରେ ରହିଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଅଳଭା ଠାରେ ୧୭. ୧୦ ଉପରେ ବନ୍ୟାଜଳ ଗତିକରୁଛି । ସରକାରୀ ଭାବେ ବ୍ରିଟିଶ ଅମଳରୁ ୧୬ ଫୁଟ ବିପଦ ସଂଙ୍କେତ ଥିବା ବେଳେ ଏଯାବତ ନିର୍ଣ୍ଣୟ କରାଯାଇନାହିଁ । ହେଲେ ଏବେ ବନ୍ୟା ବିପନ୍ନଲୋକ ମାନଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି । ବିପନ୍ନ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି । ରାସ୍ତାଘାଟ ବୁଡି ଯାଇଥିବାରୁ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ବନ୍ୟା ଯୋଗୁଁ ଗରିବ ଖଟିଖିଆ ମୁଲିଆ ଶ୍ରେଣୀର ଲୋକମାନେ କାମକୁ ଯାଇ ନପାରି ଭୋକ ଉପାସରେ କାଳାତିପାତ କରୁଛନ୍ତି । ବିଦ୍ୟୁତ ଓ ଟେଲି ସେବା ପ୍ରଭାବିତ ହୋଇଛି । ଚାଷ ଜମି ବୁଡି ଯାଇଥିବାରୁ ଗାଇ ଗୋରୁ ଛେଳିମେଣ୍ଢାମାନେ ଚରିବାକୁ ଯାଇନପାରି ଡହଳବିକଳ ହେଉଛନ୍ତି ।

blank
ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବାରମ୍ବାର ବନ୍ୟା ଆସିବା ଫଳରେ କ୍ଷୟକ୍ଷତି ଓ ଫସଲହାନ ଘଟି ଗରିବ ଖଟିଖିଆ ଓ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଲୋକେ ଓ ପୌରାଂଚଳର ୧୧ଟି ୱାର୍ଡର ହଜାର ହଜାର ଏକର ଜମିରେ ଜଳ କମି ଆସୁଥିବା ବେଳେ ସୋମାବାର ପୂଣି ଜଳମଗ୍ନ ହୋଇପଡିଛି । ପ୍ରଥମ ବନ୍ୟାରୁ ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ରହିଥିବା ବେଳେ ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି, ବଲୁରିଆ ପଂଚାୟତର ବିଭିନ୍ନ ଗ୍ରାମର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ ପଡିଛି । ଗୁରୁବାର ନୀଳକଣ୍ଠପୁର ଦୋଷମାଳି ଓ ଡାମରପୁର ଜେନାପାଟଣାରେ କୁମ୍ଭୀର ଦେଖି ଲୋକମାନେ ଭୟ ଭୀତ ହୋଇଥିବାବେଳେ ସମଗ୍ର ବନ୍ୟାଂଚଳରେ କୁମ୍ଭୀର ଭୟ ଲାଗି ରହିଛି । ବ୍ରାହ୍ମଣୀ ନଦୀରେ ବାରମ୍ବାର ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବିପନ୍ନ ଲୋକମାନେ ଦୁର୍ଦଶା ମଧ୍ୟରେ ରହିଥିବା ଅନୁଭବ କରି ବିପନ୍ନ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟରେ ଦାବୀ କରିଛନ୍ତି । ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୨ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ସିଂହ ଗାଁ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଓ ବାଛରା ପଂଚାୟତର ଅନେକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇରହିଛି ।

blankପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବିଭିନ୍ନ ଅଂଚଳରେ ଥିବା ଚାଷ ଜମିରେ ପ୍ରାୟ ୧୫/୨୦ ଦିନଧରି ବନ୍ୟାଜଳ ବୁଡି ରହି ଥିବାରୁ ଧାନ, ପନିପରିବା ଫସଲ ପଚି ସମୂଳେ ନଷ୍ଟ ହେବା ସହିତ ପୁତି ଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାଂଚଳରେ ପରିବେଶ ଦୂଷିତ ଯୋଗୁଁ ବିଭିନ୍ନ ସଂକ୍ରାମକ ରୋଗ ଦେଖା ଦେଇଛି । ବିଶୁଦ୍ଧ ପିଇବା ପାଣି ସଂକଟ ଦେଖା ଦେଇଛି । ନୀଳକଣ୍ଠପୁର ପଂଚାୟତ ଡଗରାପାଳ ଠାରେ ଗତକାଲି ବନ୍ୟା ସ୍ରୋତରେ ଏକ ବଡ଼ ଘଳିଆ ସୃଷ୍ଟି ହୋଇଥିଲା । ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ ବିଭାଗୀୟ କର୍ମ ଚାରୀଙ୍କ ସହିତ ତୁରନ୍ତ ଗଳିଆ ବାଲି ବସ୍ତା ଦ୍ୱାରା ବନ୍ଦ କରିବା ପରେ ଘାଇ ସୃଷ୍ଟି ଆଶଙ୍କା ଦୂର ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଂଚଳର ୧୧ଟି ୱାର୍ଡର ହଜାର ହଜାର ଏକର ଜମି ଜଳମଗ୍ନ ହୋଇରହିଛି ।

Next Post

କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା

Fri Aug 1 , 2025
କେନ୍ଦ୍ରାପଡ଼ା,୧ା୮:କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ନିକଟରେ ଅବସରଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ବ୍ୟାଙ୍କ ପରିଚାଳନା ସମିତି ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ କଜଳାସ୍ଥିତ ବ୍ୟାଙ୍କର ମୁଖ୍ୟ ଶାଖାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନିର୍ଦେଶକ ପ୍ରଫୁଲ୍ଲ କୁମାର ସାହୁ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା, ଜେନେରାଲ ମ୍ୟାନେଜର ରାଜୀବ ଲୋଚନ ପଣ୍ଡା, ଜେନେରାଲ ମ୍ୟାନେଜର ସୁରେଶ ଚନ୍ଦ୍ର ପରିଡା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading