କେନ୍ଦ୍ରାପଡା,୨୬ା୩ : କେନ୍ଦ୍ରାପଡା ବ୍ଲକ ଇନ୍ଦୁପୁର ଗ୍ରାମପଞ୍ଚାୟତର ଇନ୍ଦୁପୁର ଠାରେ ବୁଧବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଧର୍ମପତ୍ନୀ ଡ. ପ୍ରିୟଙ୍କା ମାରାଣ୍ଡି। ଇନ୍ଦୁପୁର ବାରୁଣୀ ତୀର୍ଥସ୍ନାନ ମହୋତ୍ସବର ୨୩ତମ ବାର୍ଷିକଉତ୍ସବ ଅବସରରେ କ୍ଷତିଜ୍ୟୋତି ଆଶ୍ରମ, ଇନ୍ଦୁପୁର ଶାଖା ଏବଂ ଅର୍ନ୍ତରାଷ୍ଟ୍ରୀୟ ଆଧ୍ୟାତ୍ମିକ ସାମାଜିକ ବିକାଶ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱଶାନ୍ତି କୈବଲ୍ୟ ମହାଯଜ୍ଞରେ ଡ. ମାରାଣ୍ଡି ଯୋଗଦେଇ ଆର୍ଶିବଚନ ଗ୍ରହଣ କରିଥିଲେ।

ଏହି ଅବସରରେ ଶ୍ରୀମତୀ ମାରାଣ୍ଡୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମତୀ ମାରାଣ୍ଡିଙ୍କ ଗସ୍ତ ସଂପୂର୍ଣ୍ଣ ନିରାଡମ୍ବର ଥିଲା। ଶ୍ରୀମତୀ ମାରାଣ୍ଡିଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଜନତାଙ୍କର ସେଠାରେ ସମାଗମ ହୋଇଥିଲା। ପ୍ରାୟ ଏକଘଣ୍ଟାକାଳ ଶ୍ରୀମତୀ ମାରାଣ୍ଡି ଯଜ୍ଞସ୍ଥଳରେ ଉପସ୍ଥିତ ରହି ଅର୍ଶିବଚନ ଗ୍ରହଣ କରିଥିଲେ। ଏହାପରେ ଶ୍ରୀମତୀ ମାରାଣ୍ଡି ଇନ୍ଦୁପୁର ଜଳସେଚନ ଡାକବଙ୍ଗଳାରେ କିଛି ସମୟ ବିଶ୍ରାମ ନେଇ ଭୁବନେଶ୍ୱର ଫେରିଯାଇଥିଲେ। ଏହି ଯଜ୍ଞରେ ଶ୍ରୀମତୀ ମାରାଣ୍ଡିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଷତିଜ୍ୟୋତି ଆଶ୍ରମ, ମାହାଙ୍ଗାର ବିଶିଷ୍ଟ ପ୍ରବଚକ ସତ୍ୟଚୈତନ୍ୟ ଦାସ(ସୁନିଲବାବା), ଗୁପ୍ତବ୍ରହ୍ମ ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗାର ପ୍ରଧାନ ଆଚାର୍ଯ୍ୟ ବିରଞ୍ଚିନାରାୟଣ ଦାସ, ବାରୁଣୀ ତୀର୍ଥସ୍ନାନ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ପ୍ରକାଶ କୁମାର ଜେନା, ସ୍ଥାନୀୟ ସରପଞ୍ଚ ପ୍ରଦୀପ୍ତରଞ୍ଜନ ସୂତାର, ସମିତିସଭ୍ୟା ସୁନନ୍ଦା ମଳିକ, ସମାଜସେବୀ ଦେବାଶିଷ ସାମଲ, ଇନ୍ଦୁପୁର ଶାଖାର ଶାଖାପରିଚାଳକ ବଂଶୀଧର ମଳିକ, ସମ୍ପାଦକ ଗନ୍ଧର୍ବ ମଳିକ, ଆଶ୍ରମର ପୂଜକ ଆଚାର୍ଯ୍ୟ ଅନିଲ କୁମାର ଦାସ ଓ ସୁନିଲ କୁମାର ମଳିକ ପ୍ରମୁଖ ଉପସ୍ଥିତ ଥିଲେ।
