ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ସ୍ନାନ , ବିରୂପା ନଦୀରେ ବୁଡ଼ ପକାଇଲେ ୨୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ

blank
କେନ୍ଦ୍ରାପଡ଼ା,୨୯ା୩: ବାରୁଣୀ ତିଥିରେ ବୁଡ ପକାଇଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ପ୍ରତ୍ୟେକ ଓଡିଆଙ୍କ ବିଶ୍ୱାସ ରହିଛି। ଅପେକ୍ଷା ଥାଏ ଏହି ତିଥିକୁ। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଯାତ୍ରା ଗୁରୁବାର ଆରମ୍ଭ ହୋଇଛି। ବିରୂପା, କେଲୁଅ, ବ୍ରାହ୍ମଣୀ ନଦୀର ସଙ୍ଗମ ସ୍ଥଳରେ ବୁଧବାର ରାତି ୪ଟାରୁ ଅନୁଷ୍ଠିତ ହୋଇଥିଲା ବାରୁଣୀ ସ୍ନାନ। ଏଥିପାଇଁ ଜିଲ୍ଲା ସମେତ ବାହାର ଜିଲ୍ଲାର ଶ୍ରଦ୍ଧାଳୁମାନେ ଇନ୍ଦୁପୁର ଘାଟରେ ବୁଡ ପକାଇଥିଲେ। ଗୁରୁବାର ସକାଳ ୬ ଟା ୩୦ ପର୍ଯ୍ୟନ୍ତ ୨୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏହି ଘାଟରେ ନିଜର ମାନସିକ ପୁରଣ ପାଇଁ ବୁଡ ପକାଇଥିଲେ। ଏଥିସହିତ ବିବାହିତ ନବବଧୁଙ୍କ ବିବାହ ମୁକୁଟ, ପାଞ୍ଚି, ବଉଳପାଟ ସହ ବିବାହ ବେଦୀର ସମସ୍ତ ଉପକରଣ ନଦୀରେ ବିସର୍ଜ୍ଜନ ସହ ଘାଟକୁଳରେ ଭିକ୍ଷୁକ ମାନଙ୍କ ଦ୍ୱାରା ପଡିଥିବା ଚଦରରେ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଅରୁଆ ଚାଉଳ, ବିରି ଓ ଅର୍ଥ ପକାଇବା ପାଇଁ ଏକ ଲମ୍ବା ଧାଡି ଲାଗିରହିଥିଲା। ବିଶ୍ୱାସ ରହିଛି ଘର ଧନଧାନ୍ୟରେ ପୂର୍ଣ୍ଣ ହୁଏ । ନଦୀ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟ କରି ଇନ୍ଦୁପୁର ପଞ୍ଚାୟତ ପକ୍ଷରୁ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ପୃଥକ ଭାବେ ପାହାଚ ନିର୍ମାଣ କରାଯାଇଛି। ବହୁ ପୁରାତନ ପୌରାଣିକ ଓ ଐତିହାସିକ କଥାବସ୍ତୁକୁ ଆଧାର କରି ବ୍ରାହ୍ମଣୀ, ବିରୂପା ଓ କେଲୁଅ ନଦୀର ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ଏହି ବାରୁଣୀ ଯାତ୍ରା କେବଳ କେନ୍ଦ୍ରାପଡ଼ା ନୁହେଁ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଯାତ୍ରା ଭାବେ ପ୍ରତିଷ୍ଠା ଅର୍ଜନ କରିଛି। ଶିକ୍ଷା ଓ ସଂସ୍କୃତିର ଗନ୍ତାଘର ଭାବେ ପରିଚିତ ରହିଛି ଇନ୍ଦୁପୁର ଅଞ୍ଚଳ । ବିରୁପା ନଦୀର କୂଳରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ମା’ ଚଣ୍ଡୀଦେବୀ। ବାରୁଣୀ ଯାତ୍ରା ସମୟରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସହ ମା’ଙ୍କ ଦର୍ଶନ କଲେ ନିଜର ମାନସିକ ପୂରଣ ହୋଇଥାଏ ବୋଲି କେବଳ ଇନ୍ଦୁପୁର ନୁହେଁ ଜିଲ୍ଲାର ସମସ୍ତ ଅଞ୍ଚଳରେ ବିଶ୍ୱାସ ରହିଥିବାରୁ ବୁଧବାର ଠାରୁ ମନ୍ଦିରରେ ପ୍ରବଳ ଭିଡ଼ ଲାଗିରହିଛି। ସାତଦିନ ଧରି ଏହି ବାରୁଣୀ ଯାତ୍ରା ଅନୁଷ୍ଠିତ ହେବ। ତେବେ ଏହି ବାରୁଣୀ ଯାତ୍ରାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବ୍ୟବସାୟୀ ମାନେ ଗୃହ ଉପକରଣ ସହ ବିଭିନ୍ନ ପ୍ରକାର ଦୋକାନ ମେଲାଇ ଦେଇଛନ୍ତି। ଏହି ଉପଲକ୍ଷେ ଶୁକ୍ରବାର ଠାରୁ ଦୀର୍ଘ ୪ ଦିନ ଧରି ବାରୁଣୀ ମହୋତ୍ସବ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଜିଲ୍ଲା ସମେତ ବାହାର ଜିଲ୍ଲାରୁ ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଶଣ ହେବ। ଏହି ଅବସରରେ କଟକ ଜିଲ୍ଲା ମାହାଙ୍ଗା ସ୍ଥିତ କ୍ଷିତିଜ୍ୟୋତି ଆଶ୍ରମ ଓ ଅର୍ନ୍ତରାଷ୍ଟ୍ରୀୟ ଆଧ୍ୟାତ୍ମୀକ ସାଜମାଜିକ ବିକାଶ ଟ୍ରଷ୍ଟ ପକ୍ଷରୁ ବିଶ୍ୱଶାନ୍ତି କଲ୍ୟାଣ କୈବଲ୍ୟ ମହାଯଜ୍ଞ ଓ ବାରୁଣୀ ଘାଟରେ ଅନୁଷ୍ଠିତ ନାମଯଜ୍ଞ ପରିବେଶକୁ ଭକ୍ତିମୟ କରିଦେଇଛି । ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ନିକିରାଇ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ ସେଠାରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି। ଏଥିସହିତ ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୁତାର, ସମିତିସଭ୍ୟା ସୁନନ୍ଦା ମଲ୍ଲିକ, ସାମାଜିକ କର୍ମୀ ଦେବାଶୀଷ ସାମଲ ଓ ସାଗର ଜେନା ପ୍ରମୁଖ ବହୁ ସ୍ୱଚ୍ଛାସେବୀ ଜଳଛତ୍ର ଖୋଲି ଜଳଦାନ କରିବା ସହ ବାରୁଣୀ ମେଳା ପରିଚାଳନାରେ ସହଯୋଗ କରିଥିଲେ।

Next Post

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

Sat Mar 29 , 2025
କେନ୍ଦ୍ରାପଡା,୨୯ା୩: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ଡଃ ଉପେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସ୍‌ରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୌରସଂସ୍ଥାର ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଘର ନାନା ଜନହିତକର କାର୍ଯ୍ୟପାଇଁ ପ୍ରଶଂସା କରିଥିଲେ । ସମ୍ପାଦକ କରୁଣାକର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading