ଦୁର୍ଘଟଣାରେ ଦୁଇ ଗୁରୁତର, ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଓ ଠିକାସଂସ୍ଥାକୁ ଦାୟୀ କଲେ ଜନସାଧାରଣ

ନିର୍ମାଣାଧିନ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁଯନ୍ତା

blank
ଡ଼େରାବିଶ ୧୪ । ୦୭ (ବେବର୍ତା ଅଜୟ ଦାସ) – ଚଣ୍ଡିଖୋଲ ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛକରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟି ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭୁଲୁକା ଗ୍ରାମର ସରୋଜ କୁମାର ଜେନା(୫୨) ଓ ତାଙ୍କ ସ୍ତ୍ରୀ ଅଂଜନା ଜେନା (୪୭)। ଉଭୟ ନିଜ ଘରୁ କେନ୍ଦ୍ରାପଡାର ସନ୍ଥପୁରା ସ୍ଥିତ ନିଜ ସଂପର୍କିୟ ଘରକୁ ବାଇକ ଯୋଗେ ଯାଉଥିବା ବେଳେ ଲକ୍ଷ୍‌ୀନାରାୟଣପୁର ଛକ ନିକଟରେ ଟ୍ରକ ଧକ୍କାରେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହେଯାଗରେ ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ନିଆଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଅଧରକ ସଙ୍କଟାପନ୍ନ ହେବାରୁ ଉଭୟ ଗୁରୁତରଙ୍କୁ କଟକଟ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାକୁ ନେଇ ଲକ୍ଷ୍ମୀନାରାୟଣପୁର ଛକରେ ଉତେଜନା ସୃଷ୍ଟି ହୋଇଥିଲା। ଖବର ପାଇଁ ଡେରାବିଶ ଥାନା ପୁଲିସ ଘଟଣ।।ସ୍ଥଳରେ ପହଂଚି ପରିସ୍ଥିତିକୁ ଆୟତ କରିଥିଲା। ସୁଚନାଯୋଗ୍ୟ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଚଣ୍ଡିଖୋଲ ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର‌୍ୟ୍ୟ ବର୍ଷାଧିକ କାଳ ହେବ ଚାଲିଛି। ମାତ୍ର ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଓ ଠିକା ସଂସ୍ଥା ଦାୟିତ୍ୱହିନତା ପାଇଁ ଏହି ନିର୍ମାଣଧିନ ରାସ୍ତାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଧନ ଜିବନ ନଷ୍ଟା ହୋଇଚାଲିଛି। ଏହି ରାସ୍ତାର ଯାଜପୁର ଜିଲ୍ଲାର ମାତକତପୁର ଠାରୁ ଗୋପ ଛକ ଯାଏ ୨୨କିମି ରାସ୍‌ତା ପ୍ରଶସ୍ତିକରଣ ପାଇଁ ବାହାର ରାଜ୍ୟର ଏକ ଘରୋଇ ଠିକାସଂସ୍ଥା କାର‌୍ୟ୍ୟ କରୁଛି। ହେଲେ ସମସ୍ତ ନିୟନ କାନୁନକୁ ବେଖାତିର କରି ନିଜ ମନ ଇଚ୍ଛା ଅତି ନିମ୍ନମାନର କାର‌୍ୟ୍ୟ କରୁଥିବାରୁ ବିଭିନ୍ନ ସମୟରେ ଅଂଚଳବାସୀଙ୍କ ତରଫରୁ ବିଭିନ୍ନ ସମୟରେ ବିଭାଗୀୟ କତୃପକ୍ଷ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗମାନ ହୋଇ ଆସୁଛି। ମାତ୍ର ଜାତୀୟ ପ୍ରାଧିକରଣ ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବାରୁ ଏହି ରାସ୍ତାଟି ବର୍ତମାନ ମୃତ୍ୟୁଯନ୍ତା ପାଲଟିଛି। କେବେବେଳେ ଦୁର୍ଘଟଣାରେ କାହାର ଯିବନ ଚାଲିଯିବ ସେନେଇ ସାଧାରଣରେ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ବିଶେଷକରି ଏହି ପ୍ରଶସ୍ତିକରଣ ରାସ୍ତା ପାଇଁ ନିର୍ମାଣ ହେଉଥିବା ଓଭର ବ୍ରିଜର ଉଭୟ ପାଶ୍ୱର୍ରେ କରାଯାଉଥିବା ଅଣଓସାରିଆ ଡାଇଭରସନ ରାସ୍ତା ଓ ଏଥିପାଇଁ ନିର୍ମାଣ ହୋଇଥିବା ଶତାଧିକ ହମ୍ପସ ଦୁର୍ଘଟଣାର ମୁଖ୍ୟ କାରଣ ସାଜିଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ହମ୍ପସରେ ରଙ୍ଗ ଦିଆଯାଇ ଏବଂ ସେଠାରେ ରେଡିୟମ ଲାଇଟ ବ୍ୟବସ୍ଥା କରାଯିବାର ନିୟମ ରହିଥିଲେ ମଧ୍ୟ ବିଭାଗ କିମ୍ବା ଠିକାସଂସ୍ଥା ଏହି ନିୟମକୁ ଉଲଂଘନ କରି ଚାଲିଛନ୍ତି। ଏବିଷୟରେ ପ୍ରାଧିକରଣ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଜେ ପି ବର୍ମାଙ୍କୁ ବାରମ୍ବାର ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଉଥିଲେ ମଧ୍ୟ ଏହାର ତୁରନ୍ତ ସମାଧାନ ହେବ ବୋଲି କହୁଥିବା ବେଳେ ବିଭାଗ ସଂପୁର୍ଣ୍ଣ ନିରବ ଦ୍ରଷ୍ଟା ପାଲଟିଛି ବୋଲି ପୁର୍ବତନ ସରପଂଚ ତ୍ରୀଲୋଚନ ରାଉତ କହିଛନ୍ତି। ରାସ୍ତା ନିର୍ମାଣ ତ୍ରୁଟିକୁ ତୁରନ୍ତ ସମାଧାନ ନକଲେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ତ୍ରୀଲୋଚନ ଚେତାବନୀ ଦେଇଛନ୍ତି। (

Next Post

ଷଷ୍ଠ ୱାକୋ ଓଡ଼ିଶା ରାଜ୍ୟ ଚାମ୍ପିଅନସିପରେ କେନ୍ଦ୍ରାପଡ଼ା କିକ୍ୱକ୍ସର୍ସଙ୍କ ଚମକ

Mon Jul 14 , 2025
କେନ୍ଦ୍ରାପଡା ୧୪/୭- କେନ୍ଦ୍ରାପଡ଼ାର ସ୍ପୋର୍ଟସ୍ କିକ୍ୱକ୍ସିଂ ଆସୋସିଏସନ୍‌ର ଖେଳାଳିମାନେ ୧୦ ରୁ ୧୩ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଟିଟି, ଅନୁଗୁଳରେ ଅନୁଷ୍ଠିତ ଷଷ୍ଠ ୱାକୋ ଓଡ଼ିଶା ରାଜ୍ୟ କିକ୍ୱକ୍ସିଂ ଚାମ୍ପିଅନସିପରେ ୧୨ ପଦକ (୫ ସ୍ୱର୍ଣ୍ଣ, ୧ ରୌପ୍ୟ, ୬ କାଂସ୍ୟ) ଜିତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପଦକ ବିଜେତାଙ୍କ ମଧ୍ୟରେ ସୌଭାଗ୍ୟ ଲକ୍ଷ୍ମୀ ପାତ୍ର (୨ ସ୍ୱର୍ଣ୍ଣ, ୧ କାଂସ୍ୟ), ବିଘ୍ନେସ୍ କୁମାର ପାତ୍ର (୨ ସ୍ୱର୍ଣ୍ଣ), […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading