ନିମ୍ନମାନର ମଧ୍ୟାହ୍ନ ଭୋଜନ , ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

କେନ୍ଦ୍ରାପଡ଼ା,୧୮ା୭:କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ପରସା ଯାଉଛି। ମଧ୍ୟାହ୍ନ ଭୋଜନରେ ଯେଉଁ ସୋୟାବିନ ପଡୁଛି ତାହା ମଧ୍ୟ ଅତ୍ୟନ୍ତ ନିମ୍ନମାନର। ସେହିପରି ଛାତ୍ରଛାତ୍ରୀଙ୍କୁ ଯେଉଁ ବାଦାମଲଡୁ ଦିଆଯାଉଛି ତାହାର ମାନ ମଧ୍ୟ ସଠିକ ନାହିଁ। କେବଳ ସେତିକି ନୁହେଁ ଛାତ୍ରଛାତ୍ରୀଙ୍କୁ ପିଇବା ପାଇଁ ଯେଉଁ ପାନୀୟ ଜଳ ଦିଆଯାଉଛି ତାହା ମଧ୍ୟ ସଂକ୍ରମିତ। ଏହାକୁ କେନ୍ଦ୍ରକରି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପତ୍ରସଂଖ୍ୟା – ୬୩୫୩ତା ୧୭.୦୭.୨୦୨୫ରିଖରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆସନ୍ତା ୨୧ତାରିଖ ମଧ୍ୟରେ ଜବାବ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି। ଯଦି ପ୍ରଧାନ ଶିକ୍ଷକ ନୋଟିସର ଉତ୍ତର ଦେବାରେ ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।

Next Post

ଲଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠାତା ସମାଜସେବୀ ଘନଶ୍ୟାମ ଜଗତିଙ୍କ ପରଲୋକ

Fri Jul 18 , 2025
ପଟ୍ଟାମୁଣ୍ଡାଇ ତା ୧୮/୭- ଓଳାଭର ଅଂଚଳର ବିଶିଷ୍ଟ ସମାଜସେବୀ ତଥା ଲଷ୍ମୀନାରାୟଣ ମଦିର ପ୍ରତିଷ୍ଠାତା ଘନଶ୍ୟାମ ଜଗତିଙ୍କ ତାଙ୍କ ବାସବଭବନରେ ପରଲୋକ ହୋଇଯାଇଛି । ତାଙ୍କୁ ୯୪ ବର୍ଷ ହୋଇଥିଲା। ଶେଷ ସମୟରେ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବାବନ କିଶୋର ଜଗତି, ବିରେନ କୁମାର ଜଗତି, ସମାଜ ସେବୀ ଦାମୋଦର ନାୟକ, ସାମ୍ବାଦିକ ଅକ୍ଷୟ କୁମାର ସାହୁ ନମିତା ନାୟକ, ସୁମିତ୍ରା ସାହୁ, ଅତିରିକ୍ତ ଜିଲ୍ଲାଜଜ ବିଦ୍ୟାଧର ପୃଷ୍ଟି, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading