ସିଟୁର କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ସମିତିର ୨ୟ ସମ୍ମିଳନୀ

blank

କେନ୍ଦ୍ରାପଡ଼ା,୧୯ା୧୦:ସି.ଆଇ.ଟି.ୟୁ.ର ଦ୍ୱିତୀୟ ସମନ୍ୱୟ ସମିତି ସମ୍ମିଳନୀ ଖଡିଅଙ୍ଗସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ସାଥୀ ଜଗତଜୀବନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଜିଲ୍ଲା ପ୍ରତିନିଧି ଏଥିରେ ଯୋଗଦେଇଥିଲେ। ଅତିତରେ ସିଟୁ ପକ୍ଷରୁ ନିର୍ମାଣ ଶ୍ରମିକ ଓ ବଦ୍ୟାଳୟ ପାଚିକା, ଅଣସଂଗଠିତ ତଥା ଗ୍ରାମୀଣ ଶ୍ରମିକ ଓ ବିଶେଷ କରି ଦାଦନ ଶ୍ରମିକ ମାନଙ୍କ ଉନ୍ନତି ପାଇଁ ଯେଉଁସବୁ କାର୍ଯ୍ୟ କରାଯାଇଥିଲା ସେ ସମ୍ପର୍କରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହିତ ହୋଇଥିଲା। ଆଗାମୀ ଦିନରେ ପାଚିକା ମାନଙ୍କୁ ଦୈନିକ ସର୍ବନିମ୍ନ ମଜୁରୀ ସମେତ ମାସିକ ୨୬ହଜାର ଟଙ୍କା ପ୍ରଦାନ କରାଯିବା, ନିର୍ମାଣ ଶ୍ରମିକମାନଙ୍କ ମୃତ୍ୟୁକାଳୀନ ସହାୟତା ୫ଲକ୍ଷ ଟଙ୍କା, କନ୍ୟା ବିବାହ ସହାୟତା ଏକଲକ୍ଷ ଟଙ୍କାକରିବା ପାଇଁ ସମ୍ମିଳନୀରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ୪ଟି ଶ୍ରମକୋର୍ଡ ବାତିଲ,୮ଘଣ୍ଟା ଶ୍ରମ ବଦଳରେ ମୋହନ ସରକାରଙ୍କ ୧୦ଘଣ୍ଟା ଶ୍ରମ ଆଇନ ଓ ରାତ୍ରୀକାଳୀନ କାର୍ଯ୍ୟରେ ମହିଳା ଶ୍ରମିକଙ୍କୁ କାର୍ଯ୍ୟ କରାଇବା ଆଦେଶକୁ ସମ୍ମିଳନୀରେ ଦୃଢ ବିରୋଧ କରାଯାଇଥିଲା। କେନ୍ଦ୍ରାପଡା ରାସ୍ତା ଦେଇ ଯାଉଥିବା ଖଣିଜ ପଦାର୍ଥ ଉପରେ ଜିଲ୍ଲାର ବିକାଶ ପାଇଁ ଏକ ପର୍ସେଣ୍ଟ ସେସ ଧାର୍ଯ, ନୂତନ ଶିଳ୍ପାନୁଷ୍ଠାନ ନିର୍ମାଣ, ମେଡିକାଲ କଲେଜ ସ୍ଥାପନ, କେନ୍ଦ୍ରାପଡାରୁ ପୁରୀକୁ ପ୍ରତ୍ୟେହ ଯାତ୍ରୀବାହୀ ରେଳ ଚଳାଚଳ ପ୍ରଭୃତି ବିଷୟ ସ୍ଥାନ ପାଇଛି। ସମ୍ମିଳନୀକୁ ଅଭିବାଦନ ଜଣାଇ ଆଇଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ ଓ ଅନ୍ୟତମ ନେତା ପ୍ରକାଶ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଜଗତଜୀବନ ଦାଶ ସଂଯୋଜକ ଥାଇ ଏକ ୨୧ଜଣିଆ ଜିଲ୍ଲା ସମନ୍ୱୟ ସମିତି ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଏହି କମିଟିରେ ମାଧବ ଦାସ, ବିନୟ ମଳିକ, ରବିନ୍ଦ୍ର ମହାକୁଳ, ଅଶୋକ ନାଥ, ନିର୍ମଳା ସିଂହ, ସତ୍ୟଭାମା ସାହୁ, ସ୍ନେହଲତା ଗାହାଣ, ମାନଭଞ୍ଜନ ଷଡଙ୍ଗୀ, ନିରାକାର ସାହୁ, କାମିନୀ, ସରସ୍ୱତୀ, ଅକ୍ଷୟ ତରାଇ, ସୁଷମା ପଣ୍ଡା, ଗୋପବନ୍ଧୁ ବେହେରା, କିଶୋର ସାହୁ, ପରମେଶ୍ୱର ସୁତାର, ଧୀବର ବେହେରା, ନୃସିଂହ ତରାଇ, ମଥୁରୀ ମଳିକ ପ୍ରମୁଖଙ୍କୁ ଚୟନ କରାଯାଇଛି।

Next Post

किसानों की समस्याओं को सरकार प्राथमिकता नहीं दे रही है।

Tue Oct 21 , 2025
कोऑपरेटिव डिपार्टमेंट अधिकारिकी मनमानी नहर, नदी के किनारों पर ज़बरदस्ती कब्ज़ा किया जा रहा है,  भूबनेस्वर २१/१० – ओडिशा एक कृषि प्रधान राज्य है, लगभग 80 प्रतिशत अर्थव्यवस्था कृषि पर निर्भर है। लेकिन लंबे समय से कृषि को पूरी तरह नज़रअंदाज़ किया गया है। सरकार अलग-अलग योजनाएँ लागू कर रही […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading