ଅପରାଜିତା ଲଟାରେ ପୂଜା ପାଆନ୍ତି ମା , ବିଦାୟ ବେଳାରେ ଦିଆଯାଏ କନକ ଅଞ୍ଜୁଳି

blank

 

ଶ୍ରୀରାମଚନ୍ଦ୍ର ପ୍ରବଳ ପ୍ରତାପି ରାବଣକୁ ନିଧନ କରିବାକୁ ଦୁର୍ଗା ଦେବୀଙ୍କ ଚରଣରେ କରିଥିଲେ ଅପରାଜିତା ପୂଜା । ଅପରାଜିତା ଲଟାରେ ମା’ଙ୍କୁ ପୂଜା କରି ଏହି ଅଭିମନ୍ତ୍ରିତ ଲଟାକୁ ହାତରେ ବାନ୍ଧିଲେ ସର୍ବ ରିଷ୍ଟ ଖଣ୍ଡନ ହେବାର ବିଶ୍ୱାସ ରହିଛି କାହିଁ କେଉଁ କାଳରୁ ।

blank

ଶ୍ରୀରାମଚନ୍ଦ୍ର ପ୍ରବଳ ପ୍ରତାପି ରାବଣକୁ ନିଧନ କରିବାକୁ ଦୁର୍ଗା ଦେବୀଙ୍କ ଚରଣରେ କରିଥିଲେ ଅପରାଜିତା ପୂଜା । ଅପରାଜିତା ଲଟାରେ ମା’ଙ୍କୁ ପୂଜା କରି ଏହି ଅଭିମନ୍ତ୍ରିତ ଲଟାକୁ ହାତରେ ବାନ୍ଧିଲେ ସର୍ବ ରିଷ୍ଟ ଖଣ୍ଡନ ହେବାର ବିଶ୍ୱାସ ରହିଛି କାହିଁ କେଉଁ କାଳରୁ ।ଭକ୍ତ ମାନଙ୍କୁ ଆଶିର୍ବାଦ ଦେଇ ମା’ଙ୍କର ବିଦାୟ ବେଳା ହୋଇଛି । ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’ । ଏହି ବିଦାୟ ବେଳାରେ ଭକ୍ତ ହୋଇଥିଲେ ଆନମନା । ଏଇ ଯେମିତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳିସାହିର ଦୁର୍ଗା ପୂଜା ମଣ୍ଡପର ଦୃଶ୍ୟ କାହିଁ କେଉଁଠି ଦେଖିବାକୁ ମିଳେନା ।

blank

ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳିସାହିର ଦୁର୍ଗା ପୂଜାରେ ଦେଶ ବିଦେଶରେ ରହୁଥିବା ପରିବାରର ସଦସ୍ୟ ମାନେ ଗାଁକୁ ଫେରିଥାନ୍ତି । ବର୍ଷକରେ ଥରେ ହୋଇଥାଏ ଭେଟଘାଟ । ୫ ଦିନର ପୂଜା ପରେ ମା’ଙ୍କୁ ଶେଷ ଅର୍ଘ୍ୟ ଦିଅନ୍ତି ସାହିର ସମସ୍ତ ପୁରୁଷ ଓ ମହିଳା ମାନେ ।ଏଠାରେ ଦେବୀଙ୍କ ନିକଟରେ ଅପରାଜିତା ପୂଜାର ଏକ ନିଆରା ପରମ୍ପରା ରହିଛି । ଅପରାଜିତା ଗଛର ଲଟାକୁ ମା’ଙ୍କ ଚରଣରେ ସମର୍ପଣ କରାଯାଏ । ଅପରାଜିତା ଅର୍ଥାତ ପରାଜିତ ନହେବାର ସନ୍ଦେଶ ଦେଇଥାଏ ଏହି ଲତା । କୁହାଯାଏ ଯେ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେତେବେଳେ ଲଙ୍କାରେ ରାବଣକୁ ବଦ୍ଧ କରିବାକୁ ଯାଇଥିଲେ ସେତେବେଳେ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କ ନିକଟରେ ଅପରାଜିତା ପୂଜା କରିଥିଲେ । ଫଳରେ ଦୁଷ୍ଟ ଦାନବ ରାବଣକୁ ନିଧନ କରିବାକୁ ସମର୍ଥ ହୋଇଥିଲେ ରାମଚନ୍ଦ୍ର । ସେଥିପାଇଁ ସାହିର ସମସ୍ତ ଲୋକ ମାନଙ୍କର ରିଷ୍ଟ ଖଣ୍ଡନ ଓ ପାପ ହରଣ ପାଇଁ ଏହି ସମର୍ପିତ ପୂଜା ହୋଇଥାଏ । ଏହି ଅପରାଜିତା ଲଟାକୁ ନୂଆ କପଡାରେ ଗୁଡାଇ ସମସ୍ତେ ହାତରେ ବାନ୍ଧିଥାନ୍ତି ।

blank

ଏହାପରେ କରାଯାଏ ସିନ୍ଦୁର ଓ ଅବିର ଖେଳ । ମା’ଙ୍କ ଚରଣରେ ଅଭିମନ୍ତ୍ରିତ ସିନ୍ଦୂର ଓ ଅବିରର ଖେଳ କରାଯାଏ । ମହିଳା ମାନେ ପରସ୍ପରକୁ ସିନ୍ଦୂର ବୋଳନ୍ତି ଓ ପୁରୁଷ ମାନେ ପରସ୍ପରକୁ ଅବିର ବୋଳିଥାନ୍ତି ।ଯେତେବେଳେ ମା’ ପାଣିକୁ ବିସର୍ଜନ ହେବାକୁ ପୂଜା ମଣ୍ଡପ ଛାଡନ୍ତି ସେତେବେଳେ ସୃଷ୍ଟିହୁଏ ଅଶ୍ରୁଳ ମୁହୁର୍ତ । ଝିଅ ଶାଶୁଘରକୁ ବିଦାୟ ହେବା ସମୟରେ ଯେମିତି ପରିବାରରେ କାନ୍ଦବୋବାଳି ପଡେ ସେତେବେଳେ ଝିଅର କାନିରେ କନକ ଅଞ୍ଜୁଳି ବାନ୍ଧି ଦେଇଥାନ୍ତି ମା’ । ସେମିତି ଏହି ବଙ୍ଗୀୟ ମହିଳା ମାନେ ସେମାନଙ୍କର ଝିଅ ସଦୃଶ ଦୁର୍ଗା ଦେବୀଙ୍କୁ ବିଦାୟ ବେଳାରେ କନକ ଅଞ୍ଜୁଳି ପ୍ରଦାନ କରି ବିଦାୟ ଦେବାର ଆବେଗମୟ ମୁହୁର୍ତ୍ତ ଭକ୍ତ ମାନଙ୍କୁ ଆନମନା କରିଦେଇଛି ।

Next Post

ମେଲାଣି ନେଉଛନ୍ତି ମା'ଜଗତଜନନୀ , ଭାବବିହ୍ୱଳ ଭକ୍ତ

Fri Oct 3 , 2025
ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି ପଟ୍ଟାମୁଣ୍ଡାଇ ବାଲିପଡା କାଠପାଇ ଅସ୍ଥାୟୀ ପୋଖରୀରେ ହେଉଛି ବିସର୍ଜ୍ଜନ ପଟ୍ଟାମୁଣ୍ଡାଇ ୩/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଯାଇଛି । ଜଗତଜନନୀ ମା ଦୁର୍ଗା ଧରାପୃଷ୍ଠରୁ ମେଲାଣି ନେଉଛନ୍ତି । ଢୋଲ ବାଜା, ଘଂଟଘଂଟା, ଦୁଲଦୁଲି , ସିଙ୍ଘବାଜାରେ ପଟ୍ଟାମୁଣ୍ଡାଇ ସହର କମ୍ପୁଛି। ଗୋଟିଏ ପରେ ଗୋଟିଏ ମେଢ ଅସ୍ଥାୟୀ ପୋଖରୀ ମୁହାଁ ହେଉଛନ୍ତି । ପଟ୍ଟାମୁଣ୍ଡାଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading