
କେନ୍ଦ୍ରାପଡା ୧୮/୭- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଗରାଡିଆ ଅଞ୍ଚଳରେ ବନ୍ୟା । ଏହି ଅଞ୍ଚଳରେ ଲୋକମାନେ ନାହିନଥିବା ଅସୁବିଧାରେ ଅଛନ୍ତି । ଆଜି ଏହି ଅଞ୍ଚଳରେ ମେଡିକାଲ ଟିମ ପହଞ୍ôଚ ଲୋକମାନଙ୍କୁ ଔଷଧ ବଣ୍ଟନ କରିଥିଲେ । ଏହି ମେଡିକାଲ ଟିମ ମେଡିସିନ ବଣ୍ଟନ କରିବା ସହିତ ପିଇବା ପାଣିରେ ହାଲୋଜିନ ବଟିକା ପକାଇ ପଣିକୁ ବିଶୋଧନ କରିଛନ୍ତି । ଏହି ଟିମରେ ବିପିଏମ, ମଞ୍ଜୁଶ୍ରୀ ବିଶ୍ୱାଳ, ଆଶା କର୍ମୀ ଶାନ୍ତିଲତା ବେହେରା, ଏଏନଏମ ଦିଦି ଆକ୍ରମ ବାସିନି ପରିଡା, ଆୟୁଶ ଡା. ରଞ୍ଜିତା ସାମଲ, ପୁରୁଷ କର୍ମୀ ଭରତ ମାରାଣ୍ଡି ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ଔଷଧ ବଣ୍ଟନ କରିଥିଲେ ।
