ସ୍ବାମୀ ବିବେକାନନ୍ଦ ଲୋକସଂସଦ ଜିଲ୍ଲା ସମ୍ମିଳନୀ

blank
ପଟ୍ଟାମୁଣ୍ଡାଇ ତା୨୦/୪-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ନିତାଇ ଚୈତନ୍ୟ ହାଇସ୍କୁଲ ପରିସରରେ କେନ୍ଦ୍ରାପଡ଼ା ସ୍ଵାମୀ ବିବେକାନନ୍ଦ ଲୋକସଂଶଦ ଜିଲ୍ଲା ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି ।  ଏହି ସମ୍ମିଳନୀକୁ ଜଗତ କିଶୋର ଦାସ ଅଧିକାରୀ ଉଦଘାଟନ କରିଥିଲେ ।  ପ୍ରଫେସର ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଜିଲ୍ଲା ସମ୍ମିଳନୀରେ କେନ୍ଦ୍ରାପଡ଼ା କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ଡ ନନ୍ଦକିଶୋର ପରିଡ଼ା ମୁଖ୍ୟଅତିଥି,ଡ ରାମଚନ୍ଦ୍ର ପଲାଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଚିନ୍ତାଧାରା ଉପରେ ଗଢି ଉଠିଥିବା ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ହିଁ ଆଧ୍ୟାତ୍ମିକ ବିବର୍ତ୍ତନ, ମାନସିକ ବିବର୍ତ୍ତନ ମାଧ୍ୟମରେ ସମାଜ ପ୍ରତି ଦୃଶ୍ୟମାନ କର୍ଯ୍ୟ ସୃଷ୍ଟି କରିବା ଉପରେ ଗୁରୁତ୍ୱା ରୋପ କରିଥିଲେ। ଡ. ପ୍ରମୋଦ କୁମାର ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ପ୍ରଧାନ ସ୍ବଦେଶ ମନ୍ତ୍ର ପାଠ କରିଥିଲେ। ଏହି ସମ୍ମିଳନୀରେ କବୟିତ୍ରୀ ଆରାଧନା ଦାଶ ରାଜ୍ୟପାଳ ପୁରସ୍କୃତ ଚିତ୍ରଶିଳ୍ପୀ ରାଜେନ୍ଦ୍ର କୁମାର ଦାଶ, କିଶୋର ଦାସ, ଆରାଧନା ଦାଶ, ମଞ୍ଜୁଶ୍ରୀ ବରାଳ, ସତ୍ୟରଞ୍ଜନ ମିଶ୍ର, ପ୍ରଦ୍ୟୁମ୍ନ କୁମାର ପ୍ରଧାନ, ଅଭୟ କୁମାର ସୁତାର, ନରେନ୍ଦ୍ର କୁମାର ଦାସ, ଦେବେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସାଂଗଠାନିକ ଆଲୋଚନା କରିଥିଲେ ।  ଶେଷରେ ବିଶ୍ୱଜିତ୍ ସାହୁ ଧନ୍ୟବାଦ ଦେଇଥିଲେ ।

Next Post

ମୃତ୍ୟୁକାଳୀନ ସହାୟତା ଅପେକ୍ଷାରେ ୫୦ ପରିବାର ୫ ବର୍ଷ ହେବ ଶ୍ରମ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି ବିଧବା ପତ୍ନୀ

Mon Apr 21 , 2025
କେନ୍ଦ୍ରାପଡ଼ା,୨୧ା୪: କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ୫୦ରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ୫ ବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇନାହିଁ। ଯାହା ଫଳରେ ଶ୍ରମିକମାନଙ୍କ ବିଧବା ପତ୍ନୀ ସହାୟତା ପାଇବା ପାଇଁ ବର୍ଷ ବର୍ଷ ଧରି ଶ୍ରମ କାର୍ଯ୍ୟାଳୟକୁ ଦୌଡି ଦୈାଡି ନିରାଶ ହୋଇଛନ୍ତି। ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ଆଜି ଆସ କାଲି ଆସ କହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading