କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

blank
କେନ୍ଦ୍ରାପଡ଼ା,୧୪ା୮: ସ୍ୱାଧୀନତା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଶୁକ୍ରବାର ସକାଳେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ଏବଂ ସଂଯୋଜକ ଅଧ୍ୟାପକ ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏକ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତକା ଧରି “ଭାରତ ମାତା କି ଜୟ” ନାରା ଦେଇ ମହାବିଦ୍ୟାଳୟ ପରିସରରୁ ବାହାରି କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଆଇନ ମହାବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ତିନିମୁହାଣୀଛକ କୁ ଆସିଥିଲେ। ସେଠାରୁ ଜ୍ଞାନପୀଠ ଛକ ଦେଇ ପୁନର୍ବାର ମହାବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ। ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ଶ୍ରୀ ଦାସ ପିଲାମାନଙ୍କୁ ଉଦବୋଧନଦେଇ କହିଲେ ଛାତ୍ରଛାତ୍ରୀ ଓ ଯୁବକ/ଯୁବତୀମାନଙ୍କ ମନରେ ଦେଶପ୍ରେମ ହେଉଛି ଦେଶପ୍ରତି ସବୁଠୁ ବଡ ଭକ୍ତି। ଏହି ତ୍ରିରଙ୍ଗା ଶୋଭାଯାତ୍ରା ଆମ ସମସ୍ତଙ୍କ ମନରେ ରାଷ୍ଟ୍ରଭକ୍ତିକୁ ଜାଗ୍ରତ କରାଇବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ତପସ୍ୟା, ସଙ୍ଘର୍ଷ ଓ ବଳିଦାନର ମୂଲ୍ୟବୋଧକୁ ପୁଣି ଥରେ ଆମ ଭିତରେ ଜାଗ୍ରତ କରାଇ ପାରିବ। ଜାତୀୟ ପତାକା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ଗର୍ବ ଓ ସ୍ୱାଭିମାନର ପ୍ରତୀକ। ଏହି ପତାକାକୁ ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରି ଦେଶପ୍ରେମରେ ନିଜକୁ ଉଦବୁଧ କରାଇବାକୁ ଅଧ୍ୟକ୍ଷ ପ୍ରଫେସର ଦାସ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ପୈାର୍ଣ୍ଣମାସୀ ପଣ୍ଡା, କ୍ୟାପଟେନ ସୀମା ମହାନ୍ତି, ପ୍ରଫେସର ପୂର୍ବାଶା ପ୍ରିୟଦର୍ଶିନୀ, ଡ. ଦିପ୍ତୀ ରାୟ, ପ୍ରଫେସର ସେକ ହବିବ୍‌, ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ର, ଅଧ୍ୟାପକ ବିକାଶ କୁମାର ଦାସ, ରଜନୀକାନ୍ତ ମହାପାତ୍ର, ପ୍ରତିମାରାଣୀ ଦ୍ୱିବେଦୀ, ସୋନାଲିକା ମହାନ୍ତି,ବାବୁଲା ବେହେରା, ରାକେଶ କୁମାର ପ୍ରଧାନ, ସୁବ୍ରତ କୁମାର ସାହୁ, ଅଚ୍ୟୁତ ମହାରଣା ପ୍ରମୁଖଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।

Leave a Reply

Next Post

ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ହର ଘର ତ୍ରିରଙ୍ଗା ରାଲି

Fri Aug 14 , 2026
ପଟ୍ଟାମୁଣ୍ଡାଇ ତା ୧୪/୮- ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ଆଜି ୧୪ ଅଗଷ୍ଟରେ ଏକ ଭବ୍ୟ ‘ହର ଘର ତ୍ରିରଙ୍ଗା’ ରାଲି ସଫଳତାର ସହ ଆୟୋଜିତ ହୋଇଛି .।  ଏହି ରାଲି ବ୍ଲକ କାର୍ଯ୍ୟାଳୟରୁ ବାହାରି ପଟ୍ଟାମୁଣ୍ଡାଇ ବଜାର ସମେତ ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା ଏହି ଭକ୍ତି ଦେଶାତ୍ମବୋଧ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବିଡ଼ିଓ ଶୀତଲ ଅଗ୍ରୱାଲ, ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ,ବ୍ଲକ ସହନିର୍ବାହୀଯନ୍ତ୍ରୀ ରୋଜାଲିନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading