କେନ୍ଦ୍ରାପଡା,୨୮ା୫: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ଜୟ ରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ୍ କ୍ରାନ୍ତିକାରୀ ବିନାୟକ ଦାମୋଦର ସଭରକରଙ୍କ ୧୪୨ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ପବ୍ଲିକ୍ ରିଡ଼ିଙ୍ଗ ରୁମ୍ଠାରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭରକରଙ୍କୁ ଜଣେ ଅଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମୀ ଭାବେ ଅବିହିତ କରିଥିଲେ । ସଭରକର କେବଳ ଜଣେ […]
HOME
କେନ୍ଦ୍ରାପଡ଼ା,୨୭ା୫, ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସିଏମ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଆଜି କେନ୍ଦ୍ରାପଡ଼ାରୁ ୨୨ ଜଣିଆ ଦଳ ସହିତ କୋଚ୍ ଶରତ କୁମାର ଜେନା, ସହକାରୀ କୋଚ୍ ଏସ୍କେ ଅଜିମୁଦ୍ଧିନ ଏବଂ ମ୍ୟାନେଜର ମନୋଜ କୁମାର ଦାସ ଭୁବନେଶ୍ୱର ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ତାଙ୍କ ବାସଭବନରେ ଖେଳାଳିମାନଙ୍କ ସହିତ ମିଶିବା ସହିତ ତାଙ୍କୁ […]
କେନ୍ଦ୍ରାପଡ଼ା,୨୭ା୫: କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବର୍ଗର କଳାକାର, ସାହିତ୍ୟକ ଓ ସଂସ୍କୃତି ଗବେଷକଙ୍କ ସମିଶ୍ରଣରେ ଗଠିତ ସଂଗଠନ ଯେଉଁଥିରେ ଭଜନ, ପାଲା, ଗୋଡାନାଚ, ସଂକୀର୍ତ୍ତନ, କେନ୍ଦରାଗୀତ, ଭାଗବତ ଟୁଙ୍ଗୀ, ଓଡିଶୀ ନୃତ୍ୟ, ଲୋକନୃତ୍ୟ ଇତ୍ୟାଦି ସମସ୍ତ କଳାକାରମାନଙ୍କର ବିଭିନ୍ନ ଅସୁବିଧା ଓ ସମସ୍ୟାଗୁଡିକ ଜିଲ୍ଲାପାଳଙ୍କ ଅବଗତି ଓ ସମାଧାନ ପାଇଁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସମାଧାନ କିମ୍ବା ସହଯୋଗ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ମିଳୁନାହିଁ । […]
କେନ୍ଦ୍ରାପଡ଼ା,୨୭ା୫: ପାଣିପାଗ ବିଭାଗ ଦ୍ୱାରା ସୂଚନା ମୁତାବକ ଆଗାମୀ ଦୁଇ ତିନ ଦିନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭାଗର ପ୍ରସ୍ତୁତିକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଆଜି ସନ୍ଧ୍ୟାରେ ସମସ୍ତ ବିଭାଗ ସହିତ ସମୀକ୍ଷା କରିଛନ୍ତି। କଣ୍ଟ୍ରୋଲ୍ ରୁମ୍, ପାନୀୟ ଜଳ ବ୍ୟବସ୍ଥା ଶୁଖିଲା ଖାଦ୍ୟ ମହଜୁଦ, ଜେନେରେଟର, ଔଷଧ, ବାତ୍ୟା ଆଶ୍ରୟ ସ୍ଥଳ ସ୍ଥିତି, ଡ଼ଙ୍ଗାର ସ୍ଥିତି ସହିତ ଅନ୍ୟ ସମସ୍ତ […]
ପଟ୍ଟାମୁଣ୍ଡାଇ ତା ୨୭/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ଗ୍ରାମର ଆରାଧ୍ୟ ଦେବତା ଗୁପ୍ତେଶ୍ୱର ମହାଦେବ ପୀଠରେ ୧୪ତମ ଶୀତଳ ଷଷ୍ଠି ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ମାସ ୩୦, ୩୧ ଓ ଜୁନ ୧ ପର୍ଯ୍ୟନ୍ତ ୩ ଦିନ ଧରି ଦେବାଧିଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କର ଅଲୌକିତ ବିବାହୋତ୍ସବ “ଶୀତଳ ଷଷ୍ଠୀ” ଯାତ୍ରା ପାଳନ ହେବ । […]
ପଟ୍ଟାମୁଣ୍ଡାଇ ୨୭/୫-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଜି ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଉବୁ ଟୂବୁ ହେବା ସହିତ କୁତ୍ରିମ ବନ୍ୟା ପରିସ୍ଥିତି ଦେଖାଦେଇଛି । ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷାରେ ମୁସଲମାନ ବସ୍ତି ରେ ଥିବା ଲୋକମାନଙ୍କ ଘରେ ବର୍ଷା ପାଣି ଲହଡି ଭାଙ୍ଗୁଛି । କେତେକଙ୍କ ଘରେ ଆଣ୍ଠୁଏରୁ ଜଙ୍ଗେ ଯାଏ ପାଣିରେ ବୁଡି ରହିଛି । ଏଥି […]
ପଟ୍ଟାମୁଣ୍ଡାଇ ୨୭/୫ -ପଟ୍ଟାମୁଣ୍ଡାଇ ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ ଅଜିତ ବାରିକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଳକ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ଓ ଟିଜିଟି ସଙ୍ଘ ପକ୍ଷରୁ ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ଫୁଲତୋଡ଼ା ଦେଇ ନୂତନ ଶିକ୍ଷାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ପଟ୍ଟାମୁଣ୍ଡାଇ ମଣ୍ଡଳ ବିଦାୟୀ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଶିକ୍ଷାଧିକାରୀ ଭାବେ ବଦଳି ହେବା ପରେ ତାଙ୍କ […]
ପଟ୍ଟାମୁଣ୍ଡାଇ ୨୬/୫ – ଚଳିତ ବର୍ଷ ମୌସୁମୀ ଶୀଘ୍ର ଅଗ୍ରଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶା କରାଯାଇଛି। ଗତ ଶନିବାରଠାରୁ ପଟ୍ଟାମୁଣ୍ଡାଇ ଅଂଚଳରେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବା ପରେ ଚାଷୀ ତରତର ହୋଇ କ୍ଷେତକୁ ବାହାରିପଡ଼ିଛି । ୨୦୨୫ -୨୬ ଖରିଫ୍ ଚାଷ ପାଇଁ ନିଜ କ୍ଷେତରେ ଧାନ ବୁଣିବା ଓ ତଳି ପକାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ହଳ ବଳଦ […]
ପଟ୍ଟାମୁଣ୍ଡାଇ ୨୭/୫ – ରାଣୀ ଅହଲ୍ୟା ବାଇ ହୋଲକରଙ୍କ ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇ ନଗର ଭାଜପା ପକ୍ଷରୁ ମଙ୍ଗଳବାର ସ୍ୱତନ୍ତ୍ର ସ୍ୱଚ୍ଛତା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗର ଭାଜପାର କର୍ମକର୍ତାମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ଶ୍ରୀରାମ ମନ୍ଦିର ପରିସରରେ ଶ୍ରମଦାନ କରିଥିଲେ। ଏହି ଅବସରରେ ସେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରି ନିଜେ ସ୍ୱଚ୍ଛତା ରହିବା ସହ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଅନୁରୋଧ କରିଥିଲେ।ପୌର ନିର୍ବାହୀ […]
ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କେନ୍ଦ୍ରାପଡ଼ା,୨୬ା୫: ଭଜନ ସମ୍ରାଟ ଭିକାରୀ ବଳଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ବ୍ଲକ ଗୋଗୁଆ ଗୋଗୁଆ ଛକଠାରେ ଉନ୍ମୋଚିତ ହୋଇଯାଇଛି । ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ପରିଷଦ ତରଫରୁ ତାଙ୍କ ୯୬ତମ ଜୟନ୍ତୀ ଜୟନ୍ତୀ ଉତ୍ସବ ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଏହି ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏ ଉତ୍ସବରେ ବିଧାୟକ ବେହେରା ସୁନାମଧନ୍ୟ କଣ୍ଠଶିଳ୍ପୀ […]

