ଲାଗିନି ବଜ୍ରପାତ ନିରୋଧ ଉପକରଣ ,ବଳଦେବଜୀଉ ମନ୍ଦିର ଜଗମୋହନ ଖମ୍ବରେ ଫାଟ

blank

କେନ୍ଦ୍ରାପଡ଼ା,୨୨ା୮:କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧବଳଦେବଜୀଉଙ୍କ ମନ୍ଦିର ଜଗମୋହନ ଖୁମ୍ବର ଫାଟ ସୃଷ୍ଟି ହୋଇଛି। ଏହାଦ୍ୱାରା ମୁଖ୍ୟ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି। ଚାରିଶହ ବର୍ଷର ପୁରୁଣା ଏହି ମନ୍ଦିରର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏତେ ପୁରୁଣା ମନ୍ଦିରର ରକ୍ଷଣା ବେକ୍ଷଣ କାର୍ଯ୍ୟ ଯେଭଳି ହେବା କଥା ସେଭଳି ହେଉନାହିଁ। କୁଜଙ୍ଗ ରାଜପରିବାର ଉଦ୍ୟମରେ ଏହି ମନ୍ଦିର ନିର୍ମାଣ ହୋଇଥିଲା। ମନ୍ଦିରକୁ ପ୍ରତିଦିନ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଆସିଥାନ୍ତି। ବଡ଼ଭାଇ ଶ୍ରୀବଳଦେବଜୀଉଙ୍କ ଦର୍ଶନ କଲେ ମହାପୂଣ୍ୟ ମିଳେ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ହେଲେ ମନ୍ଦିରର ରକ୍ଷଣା ବେକ୍ଷଣା କାର୍ଯ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ନିୟମିତ କରୁ ନାହିଁ। ଯାହା ଫଳରେ ମନ୍ଦିରର ସ୍ଥାୟିତ୍ୱକୁ ନେଇ ଭକ୍ତମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ନତତ୍ତ୍ୱ ବିଭାଗ, ଦେବୋତ୍ତର ଆୟୁକ୍ତ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଶ୍ରୀବଳଦେବଜୀଉଙ୍କ ସଂସ୍କୃତି ଉପରେ ଗବେଷଣା କରୁଥିବା ନିରଞ୍ଜନ ମେକାପ କୁହନ୍ତି ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ କୁଜଙ୍ଗ ରାଜା ଗୋପୀନାଥ ନରେନ୍ଦ୍ର ଓ ଛେଦରା ବାରଙ୍ଗ କିଲାର ରାଜା ଜଗନ୍ନାଥ ନରେନ୍ଦ୍ର ମହାପାତ୍ରଙ୍କ ମିଳିତ ଉଦ୍ୟମରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ୧୭୫୨ ମସିହାରେ ବଳଦେବଜୀଉ ମଠର ପ୍ରଥମ ମରହଟା ମହନ୍ତ ଷଡ଼ଗୋପୀ ରାମାନୁଜ ନାଥ ମଝି ମନ୍ଦିର ବା ଭୋଗ ମଣ୍ଡପ ଓ ବର୍ତ୍ତମାନର ଜଗମୋହନ ମନ୍ଦିର ନିର୍ମାଣ କରିଥିଲେ। ନିକଟ ଅତୀତରେ ପ୍ରତ୍ନ ତତ୍ତ୍ୱ ବିଭାଗ ମନ୍ଦିରର ବିଭିନ୍ନ ସ୍ଥାନରେ ମରାମତି କରିଥିଲା। ୧୮୮୫ ମସିହା ସେପ୍ଟେମ୍ବର ୨୨ ପ୍ରଳୟଙ୍କରୀ ବାତ୍ୟାରେ ଭୋଗ ମଣ୍ଡପର ଚୁଡ଼ା ଭାଙ୍ଗି ଯାଇଥିବାର ପ୍ରମାଣ ଏହି ମରାମତି ସମୟରେ ମିଳିଥିଲା। ଏହାକୁ ମଧ୍ୟ ମରାମତି କରାଯାଇଥିଲା। ମୁଖ୍ୟ ମନ୍ଦିରରେ ବଜ୍ରପାତ ନିରୋଧ ଉପକରଣ ଲଗାଯାଇଥିଲେ ମଧ୍ୟ ୭୦ ଫୁଟ୍ ଉଚ୍ଚର ଜଗମୋହନରେ ଏହି ଉପକରଣ ଲଗାଯାଇନାହିଁ। କେବଳ ସେତିକି ନୁହେଁ ବାଟ ଦେଉଳରେ ମଧ୍ୟ ବଜ୍ରପାତ ନିରୋଧ ଉପକରଣ ଲଗାଯାଇନାହିଁ। ତେଣୁ ବିଭିନ୍ନ ସମୟରେ ଘନ ଘନ ବଜ୍ରପାତ ହେବାରୁ ମନ୍ଦିରରେ ଫାଟ ସୃଷ୍ଟି ହେଉଛି। ତୁରନ୍ତ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଏହାର ମରାମତି କରୁ ନ ହେଲେ ଚାରିଶହ ବର୍ଷର ପୁରୁଣା ଏହି ମନ୍ଦିରଟି ଭଗ୍ନାବସ୍ଥାକୁ ଯେ ନଚାଲି ଆସିବ ସେ କଥାଉ କହିହେବ ନାହିଁ। ଏ ସଂକ୍ରାନ୍ତରେ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କୁ ପଚାରିବାରୁ ସେ କହିଲେ ଖମ୍ବରେ ଫାଟ ସୃଷ୍ଟି ହୋଇଥିବା ନେଇ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀକ୍ଷକ, ଦେବୋତ୍ତର ଆୟୁକ୍ତ, ଜିଲ୍ଲାପାଳ ଓ ମହାକାଳପଡ଼ା ବିଧାୟଙ୍କୁ ଚିଠି ଲେଖି ଅବଗତ କରିଛୁ। ପୂର୍ବରୁ ମରାମତି ହୋଇଥିଲେ ମଧ୍ୟ ଏବେ ମରାମତିର ଆବଶ୍ୟକତା ପଡିଛି ବୋଲି ସେ କହିଛନ୍ତି।

Next Post

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞଳି ସଭା ।

Fri Aug 22 , 2025
ପଟାମୁଣ୍ଡାଇ -ତା ୨୨.୮- କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ, ବରିଷ୍ଠ ନାଗରିକ ମଞ୍ଚ ର ବରିଷ୍ଠ ସଭ୍ୟ ସାମ୍ୟବାଦୀ ଚେତନାର ବିପ୍ଳବୀ ନେତୃତ୍ୱ, ଓଡିଶା ଅମଲା ସପ୍ସଘର ପ୍ରାକ୍ତନ ସାଧାରଣ ସମ୍ପାଦକ, ସମାଜସେବୀ ଦିବପ୍ସଗତ ଅର୍ଜୁନ ଚରଣ ମହାକୁଡ ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞଳି ସଭା ପଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଠ ନାଗରିକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading