ସ୍ୱାସ୍ଥ୍ୟସେବାର ବାହାକ ଆୟୁଷ୍ମାନ ମନ୍ଦିର: ସ୍ୱାସ୍ଥ୍ୟମନ୍ତ୍ରୀ ଗରିବ ରୋଗୀଙ୍କୁ ମାଗଣାରେ ମିଳିବ ୧୨୦ପ୍ରକାର ଔଷଧ

blank
କେନ୍ଦ୍ରାପଡ଼ା,୨୨ା୭: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ବାହାକ ସାଜିବ ଆୟୁଷ୍ମାନ ସ୍ୱାସ୍ଥ୍ୟ ମନ୍ଦିର। ଗାଁ ଗାଁରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସ୍ୱାସ୍ଥ୍ୟ ମନ୍ଦିରର ପ୍ରମୁଖ ଉଦ୍ଦେଶ୍ୟ। ସେହିପରି ଏହି ସ୍ୱାସ୍ଥ୍ୟ ମନ୍ଦିରରେ ମଧୁମେହ, ରକ୍ତ ସର୍କରା, ରକ୍ତଚାପ ଭଳି ୧୨୦ ପ୍ରକାର ଔଷଧ ମାଗଣାରେ ମିଳିବ। ତେଣୁ ଗରିବ ରୋଗୀମାନଙ୍କୁ ଏଣିକି କୌଣସି ରୋଗ ପାଇଁ ଔଷଧ ଦୋକାନରୁ ଔଷଧ କିଣିବାକୁ ପଡିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅମେଇପାଳ ଓ ଯଦୁପୁରରେ ସୋମବାର ଦୁଇଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମହାଲିଙ୍ଗ ଏହିକଥା କହିଛନ୍ତି। ମନ୍ତ୍ରୀ କହିଲେ ଏହି ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଚିନ୍ତାଧାରର ଏକ ଅଂଶ। ଗ୍ରାମାଞ୍ଚଳର ଲୋକମାନେ କିପରି ଉନ୍ନତ ଧରଣର ସେବା ପାଇ ପାରିବେ ଓ ମାଗଣାରେ ସମସ୍ତ ପ୍ରକାରର ଔଷଧ ଏହି ମନ୍ଦିରରୁ ପାଇ ପାରିବେ ସେ ନେଇ ପ୍ରଧାନମନ୍ତ୍ରୀ ଏହି ଯୋଜନା କରିଛନ୍ତି। ଏଣିକି ଓଡ଼ିଶାର ସବୁ ଗାଁରେ ଏହିପରି ମନ୍ଦିର ଖୋଲାଯାଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଯେଉଁମାନଙ୍କୁ ମଧୁମେହ କି ରକ୍ତ ସର୍କରା ହୋଇଛି ସେମାନଙ୍କୁ ମାସିକିଆ ଔଷଧ ମଧ୍ୟ ମାଗଣାରେ ବିତରଣ କରାଯିବ। ତେଣୁ ଲୋକଙ୍କୁ ଏଣିକି ଔଷଧ କିଣିକି ଖାଇବାକୁ ପଡିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ କହିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଯେଉଁ ଆୟୁଷ୍ମାନ ମନ୍ଦିର ଖୋଲା ଯାଇଛି ତାହା ଗରିବ ରୋଗୀଙ୍କ ପାଇଁ ଆଶା ଓ ଭରଷା ପାଲଟିବ। ଗରିବ ରୋଗୀମାନେ ଔଷଧ ଦୋକାନରୁ ଏଣିକି ଔଷଧ କିଣିକି ଖାଇବେ ନାହିଁ। ସେମାନେ ସିଧାସଳଖ ଆୟୁଷ୍ମାନ ମନ୍ଦିରକୁ ଆସି ୧୨୦ ପ୍ରକାରର ଔଷଧ ମାଗଣାରେ ନେଇ ପାରିବେ। ଏହାଦ୍ୱାରା ଲୋକେ ଗ୍ରାମାଞ୍ଚଳରେ ହାତ ପହାନ୍ତାରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ବୋଲି ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ମହାକାଳପଡା ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା. ମନୋରଞ୍ଜନ ରାଉତ, ଯଦୁପୁର ସରପଞ୍ଚ ସଂଯୁକ୍ତା ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ୨୦ ଜଣଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ, ୫ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା, ୧୩ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ।

Next Post

ବନ୍ୟା ବିତ୍ପାତ ସମୟରେ ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲା କଂଗ୍ରେସ

Tue Jul 22 , 2025
ପଟ୍ଟାମୁଣ୍ଡାଇ ୨୧/୭ – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରଳୟଙ୍କରି ବନ୍ୟାର ବିତ୍ପାତ ଜାରିରହିଥିବା ସମୟରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଫୌରାଂଚଳରେ ଏହି ପ୍ରଳୟଙ୍କରି ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ଏହି ବନ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରାୟ୭୦ ହଜାର ଲୋକ ପ୍ରଭାବିତ ହୋଇଥିଲେ । କିନ୍ତୁ ସରକାରୀ ସହାୟତା ପହଁଚିଂ ନଥିଲା । ପ୍ରଳୟଙ୍କରି ବନ୍ୟାର ବିଭିଷିକା ବହୁ ଗରିବ ପରିବାର ଭୋକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading