ନୂତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୟୁଟିଆଇ ସଙ୍ଘ ପକ୍ଷରୁ ସ୍ୱାଗତ

blank
କେନ୍ଦ୍ରାପଡ଼ା,୧୮ା୭ :କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ପବିତ୍ର ମୋହନ ବାରିକ ଆନୁଷ୍ଠାନିକ ରୂପେ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କିଛି ମାସ ତଳେ ଶିକ୍ଷାଧିକାରୀ ଭାବେ ବସନ୍ତ କୁମାର ନାୟକ ଉକ୍ତ ପଦବୀରେ ଅବସ୍ଥାପିତ ହୋଇ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ରାଜ୍ୟ ସରକାର ତାଙ୍କୁ ଅନ୍ୟତ୍ର ବଦଳି କରି ତାଙ୍କ ସ୍ଥାନରେ ଶ୍ରୀ ବାରିକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦାନ କରି ଥିବାରୁ ଜିଲ୍ଲା ମିଳିତ ଶିକ୍ଷକ ଓ କର୍ମଚାରୀ(ୟୁଟିଆଇ) ସଂଘ ପକ୍ଷରୁ ତାଙ୍କୁ ଜିଲ୍ଲା କାର୍ଯ୍ୟାଳୟରେ ସ୍ୱାଗତ କରାଯାଇଥିଲା। ଜିଲ୍ଲା ସଂଘ ସମ୍ପାଦକ ବଙ୍କିମ ବିହାରୀ ମହାନ୍ତିଙ୍କ ନେତୃତ୍ୱରେ ସଂଘର ଉପଦେଷ୍ଟା ଉପେନ୍ଦ୍ର କୁମାର ସ୍ୱାଇଁ , ଗୋପାଳ କୃଷ୍ଣ ପୃଷ୍ଟି, ଶିକ୍ଷକ ନେତା ଅଜୟ କୁମାର ନାୟକ, ଉପେନ୍ଦ୍ର କୁମାର ସାହୁ, ଗଣେଶ ଚନ୍ଦ୍ର ରାଉତ ଏବଂ ସନ୍ତୋଷ କୁମାର କୁଣ୍ଡ ପ୍ରମୂଖ ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଆଦି ଦେଇ ସ୍ୱାଗତ କରିଥିଲେ। ଇତ୍ୟବସରରେ ୟୁଟିଆ ସଂଘର ଉପଦେଷ୍ଟା କଣ୍ଡୁରୀ ଚରଣ ସ୍ୱାଇଁ, ହେମନ୍ତ ଜେନା, ବିଜୟ କୁମାର ସାମଲ, ସଭାପତି ମହେନ୍ଦ୍ର କୁମାର ମଲ୍ଲିକ ଏବଂ ପରିବେଶବିତ୍ ତଥା ପୂର୍ବତନ ଶିକ୍ଷା ଅଧିକାରୀ କାଶୀନାଥ ରାଉତରାୟ ଆଦି ଶ୍ରୀ ବାରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Next Post

ନିମ୍ନମାନର ମଧ୍ୟାହ୍ନ ଭୋଜନ , ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

Fri Jul 18 , 2025
କେନ୍ଦ୍ରାପଡ଼ା,୧୮ା୭:କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ପରସା ଯାଉଛି। ମଧ୍ୟାହ୍ନ ଭୋଜନରେ ଯେଉଁ ସୋୟାବିନ ପଡୁଛି ତାହା ମଧ୍ୟ ଅତ୍ୟନ୍ତ ନିମ୍ନମାନର। ସେହିପରି ଛାତ୍ରଛାତ୍ରୀଙ୍କୁ ଯେଉଁ ବାଦାମଲଡୁ ଦିଆଯାଉଛି ତାହାର ମାନ ମଧ୍ୟ ସଠିକ ନାହିଁ। କେବଳ ସେତିକି ନୁହେଁ ଛାତ୍ରଛାତ୍ରୀଙ୍କୁ ପିଇବା ପାଇଁ ଯେଉଁ ପାନୀୟ ଜଳ ଦିଆଯାଉଛି ତାହା ମଧ୍ୟ ସଂକ୍ରମିତ। ଏହାକୁ କେନ୍ଦ୍ରକରି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ କେନ୍ଦ୍ରାପଡା […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading